ଧାନ କ୍ରୟ ପଞ୍ଜିକରଣ ନିୟମ କୋହଳ ନିମନ୍ତେ ସ୍ମାରକପତ୍ର

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଚଳିତ ବର୍ଷ ଖରିଫ ଧାନ କ୍ରୟ ପଞ୍ଜିକରଣ ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ନିୟମକୁ କୋହଳ କରିବା ସକାସେ ବୁଧବାର ଦିଗପହଣ୍ଡି ବ୍ଲକ ସରପଞ୍ଚ ସଙ୍ଘ ପକ୍ଷରୁ ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବ୍ଳକ ସରପଞ୍ଚ ସଂଘ ସଭାପତି ତଥା କରପଡା ପଞ୍ଚାୟତ ସରପଞ୍ଚ ଫନୀନ୍ଦ୍ର ଚନ୍ଦ୍ର ଗୋସ୍ବାମୀଙ୍କ ନେତୃତ୍ୱରେ ସରପଞ୍ଚ ସଙ୍ଘ ଜିଲା ସଭାପତି ତଥା କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୈାଡ , ଗଡଗୋବିନ୍ଦପୁର ସରପଞ୍ଚ ରଞ୍ଜନ କୁମାର ସାହୁ , ବଡଡୁମୁଳା ସରପଞ୍ଚ ଗିତାଞ୍ଜଳୀ ଜାନୀ, ବାସୁଦେବପୁର ସରପଞ୍ଚ ଏମ ଶ୍ୟାମଘନ, ଜକର ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ପ୍ରଧାନ, ଚଷାନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ, କୁଶପଡା ସରପଞ୍ଚ ପ୍ରତିନିଧି ବିପ୍ରଚରଣ ସେଠୀଙ୍କ ସମେତ ସଂଘର ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ଥିଲେ । ଚଳିତ ବର୍ଷ ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ଖରିଫ ଧାନ କ୍ରୟ ପଞ୍ଜିକରଣ ନେଇ ଯେଉଁ ଆଇନ ପ୍ରଣୟନ କରିଛନ୍ତି ସେଥିରୁ ବ୍ଳକର ୭୦ ଭାଗରୁ ଅଧିକ ଚାଷୀ,ଭାଗ ଚାଷୀ ବାଦ ପଡିବେ। ମୃତକଙ୍କ ନାମରେ ଚାଷଜମି ପଟ୍ଟା ଥାଏ ତେବେ ରାଜସ୍ବ ନୀରିକ୍ଷକଙ୍କ ସହମତି କ୍ରମେ ପରିବାରର ଅନ୍ୟ ସଦସ୍ୟଙ୍କ ନାମରେ କରିବା, ଠାକୁର ଜମି ପଟ୍ଟାରେ ମାର୍ଫତଦାର ହିଁ ସେହି ଜମିକୁ ସମବାୟ ସମିତିରେ ପଞ୍ଜିକରଣ କରିପାରିବେ। ଏପରିକି ବିଭିନ୍ନ ପଞ୍ଚାୟତରେ ରହିଥିବା ଠାକୁରଙ୍କ ଜମିରେ ବହୁ ଚାଷୀ ଚାଷକାମ କରି ବର୍ଷସାରା ପରିବାର ଭରଣପୋଷଣ କରି ଆସୁଥିବା ବେଳେ ସରକାରଙ୍କ ଏହି ନିୟମ ଦ୍ବାରା ସେମାନେ ପ୍ରଭାବିତ ହେବେ ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri