ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଏମ୍‌ଇଏମ୍‌ସି ଉଇକ୍‌

ଭୁବନେଶ୍ୱର,୭।୧୨ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିମିଟେଡ୍‌ର ମାଇନିଂ ୟୁନିଟ୍‌ ପକ୍ଷରୁ ୨୫ତମ ମାଇନ୍ସ ଏନ୍‌ଭରାମେଣ୍ଟ ଆଣ୍ଡ ମିନେରାଲ କଞ୍ଜରଭେଶନ (ଏମ୍‌ଇଏମ୍‌ସି) ସପ୍ତାହ ପାଳିତ ହୋଇଯାଇଛି। ଏପରିକି ଆଇବିଏମ୍‌ ଭୁବନେଶ୍ୱର ଅଧୀନ ଜେଏସ୍‌ଡବ୍ଲ୍ୟୁର ୪ଟି ଖଣି ପରିସରରେ ୨୫ ତମ ଏମ୍‌ଇଏମ୍‌ସି ସପ୍ତାହ ପାଳିତ ହୋଇଯାଇଛି। ବିଶେଷକରି ଜଜାଙ୍ଗ ଲୁହାପଥର ଖଣି, ନୂଆଗାଁ ଲୁହାପଥର ଖଣି, ଗାନୁଆ ଲୁହାପଥର ଖଣି ଏବଂ ନାରାୟଣପୋଷୀ ଲୁହାପଥର ଖଣି ଆଦିରେ ଏମ୍‌ଇଏମ୍‌ସି ସପ୍ତାହର ଯାଞ୍ଚ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକ ଯାଞ୍ଚ ଟିମ୍‌ ଖଣି ଅଞ୍ଚଳ ପରିଦର୍ଶନ କରିଥିଲେ। ଉକ୍ତ ଟିମ୍‌ର ସଂଯୋଜକ କେ.ସି.ଜ୍ୟୋତିଷୀ,ଜିଏମ୍‌ (ଜିଓଲୋଜି), ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ୍‌ (ଜଜାଙ୍ଗ ଏବଂ ନୂଆଗାଁ ଲୁହାପଥର ଖଣି), ଜ୍ଞାନପ୍ରକାଶ ମହାପାତ୍ର,ଡିଜିଏମ୍‌ ଓଏମ୍‌ସି ଲିମିଟେଡ୍‌ (ଗାନୁଆ ଲୁହାପଥର ଖଣି), ନିହାର ରଞ୍ଜନ ମିତ୍ର, ସୁକିନ୍ଦା ଟାଟା ଷ୍ଟିଲ ଲିମିଟେଡ୍‌ର କ୍ରୋମାଇଟ୍‌ ମାଇନ୍ସ ମ୍ୟାନେଜର (ନାରାୟଣପୋଷୀ ଲୁହାପଥର ଖଣି) ପ୍ରମୁଖ ଜେଏସ୍‌ଡବ୍ଲ୍ୟୁ ଖଣିର ମୂଲ୍ୟାଙ୍କନ କରିଥିଲେ। ସେହିଭଳି ଖଣି ପରିସରରେ ବୃକ୍ଷରୋପଣ, ବର୍ଜ୍ୟବସ୍ତୁ ଡମ୍ପିଂ ପରିଚାଳନା, ସର୍ବୋଚ୍ଚ ମୃତ୍ତିକା ପରିଚାଳନା, ପୁନରୁଦ୍ଧାର ଏବଂ ପୁନଃ ଥଇଥାନ, ସବ୍‌-ଗ୍ରେଡ୍‌ ଖଣିଜ ପଦାର୍ଥ ପରିଚାଳନା ଏବଂ ଖଣିଜ ସୁବିଧା ସ୍ଥାପନ ତଥା ବ୍ୟବହାର ଉପରେ ବିସ୍ତୃତ ଆଲୋଚନା ସହ ମୂଲ୍ୟାଙ୍କନ କରାଯାଇଥିଲା। ଉପରୋକ୍ତ କାର୍ଯ୍ୟକଳାପ ଆଧାରରେ କମ୍ପାନୀର ୪ଟି ଖଣିର ମୂଲ୍ୟାଙ୍କନ ବିଶେଷଜ୍ଞମାନେ କରିଥିଲେ। ସେହିପରି ଏମ୍‌ଇଏମ୍‌ସି ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି କର୍ମଚାରୀ ଏବଂ ହିତାଧିକାରୀଙ୍କ ପାଇଁ ପାଳନ, ଖଣି ଯାଞ୍ଚ ଏବଂ ପ୍ରତିଯୋଗିତା ଆଦି ମଧ୍ୟ ଆୟୋଜନ କରାଯାଇଥିଲା। ବିଶେଷକରି ବିଭିନ୍ନ ପ୍ରକାର ପରିବେଶ ସଚେତନତା କାର୍ଯ୍ୟକ୍ରମ ସହିତ ସ୍ଲୋଗାନ୍‌, ପୋଷ୍ଟର, ବିତର୍କ ଏବଂ ପ୍ରବନ୍ଧ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅପରପକ୍ଷରେ କମ୍ପାନୀର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏପରିକି ପର୍ଯ୍ୟବେକ୍ଷଣ ସମୟରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ବରିଷ୍ଠ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ଖଣିରେ ସର୍ବୋତ୍ତମ କର୍ମଚାରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri