ଛାଡପତ୍ର ପରେ ପଦରୁ ବି ଇସ୍ତଫା ଦେଲେ ମେଲିଣ୍ଡା: ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ,୧୩।୫: ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଚେୟାରମ୍ୟାନ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆଗକୁ ବଢିବା ପାଇଁ ଉପଯୁକ୍ତ ସମୟ। ବର୍ତ୍ତମାନ ମୁଁ ମୋ ଜୀବନରେ କିଛି ନୂଆ ଖୋଜୁଛି। ସୋରା ବିଶ୍ୱରେ ମହିଳା ଅଧିକାର ପାଇଁ ଏକ ବଡ଼ ଆନ୍ଦୋଳନର ଆବଶ୍ୟକତା ରହିଛି। ଏତଦ ବ୍ୟତୀତ ଯେଉଁମାନେ ଏହି ଦିଗରେ କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ସାହାଯ୍ୟ ଦିଆଯିବା ଉଚିତ୍‌।
ପ୍ରସିଦ୍ଧ ବ୍ୟବସାୟୀ ବିଲ ଗେଟ୍ସଙ୍କ ସହ ଛାଡପତ୍ର ପରେ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନରୁ ଇସ୍ତଫା ନିଷ୍ପତ୍ତି ନେଇଛନ୍ତି ମେଲିଣ୍ଡ। ଏହି ପ୍ରସିଦ୍ଧ ଦମ୍ପତି ୨୦୨୧ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଇସ୍ତଫା ଘୋଷଣା କରି ମେଲିଣ୍ଡା ଲେଖିଛନ୍ତି, ବହୁତ ଚିନ୍ତା କରିବା ପରେ ମୁଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି। ଏହି ଫାଉଣ୍ଡେସନ ସହିତ ମୋର ଶେଷ ଦିନ ଜୁନ ୭ ହେବ। ଏହି ନିଷ୍ପତ୍ତି ନେବା ସହଜ ନ ଥିଲା। କିନ୍ତୁ ଜୀବନରେ କଠିନ ନିଷ୍ପତ୍ତି ନେବାକୁ ପଡିବ। ଏହି ଫାଉଣ୍ଡେସନ ସହିତ କାମ କରିବା ଗର୍ବର ବିଷୟ। ଆମେ ଅନେକ ପ୍ରସଙ୍ଗରେ ଏକାଠି ଯୁଦ୍ଧ କରିଛୁ।
ସେ ଲେଖିଛନ୍ତି ଯେ ମୋର ଦଳ, ସାଥୀ ଏବଂ ଆମେ ଯେଉଁ ବ୍ୟକ୍ତିଙ୍କ ସହ କାମ କରିଥିଲୁ ସେମାନଙ୍କ ବିଷୟରେ ମୁଁ ଚିନ୍ତିତ। ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ ମୋର ପୋଷ୍ଟ ଛାଡୁଛି। ମୁଁ ଅନୁଭବ କରୁଛି ଯେ ଫାଉଣ୍ଡେସନ ବର୍ତ୍ତମାନ ଏକ ଦୃଢ ସ୍ଥିତିରେ ଅଛି ଏବଂ ପ୍ରତ୍ୟେକ ଦାୟିତ୍ୱ ନେବାକୁ ସକ୍ଷମ। ଭବିଷ୍ୟତରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ଜାରି ରହିବ। ମୁଁ ଫାଉଣ୍ଡେସନରୁ ୧୨.୫ ବିଲିୟନ ଡଲାର ପାଇବି। ଏହି ଟଙ୍କା ମହିଳାଙ୍କ ଅଧିକାର ପାଇଁ ଲଢିବା ପାଇଁ ବ୍ୟବହାର କରିବି।
ବିଲ ଗେଟ୍ସ କହିଛନ୍ତି ଯେ ମେଲିଣ୍ଡାଙ୍କ ଫାଉଣ୍ଡେସନ ଛାଡିବା ଦୁଃଖଦାୟକ। ମୁଁ ନିଶ୍ଚିତ ଯେ ସେ ସମାଜର ସ୍ବାର୍ଥରେ କାର୍ଯ୍ୟ ଜାରି ରଖିବେ। ବିଲ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସ୍ବାସ୍ଥ୍ୟସେବା ବୃଦ୍ଧି ଏବଂ ଦାରିଦ୍ର୍ୟ ଦୂରୀକରଣ ଦିଗରେ ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଛି। ଏତଦ ବ୍ୟତୀତ ଏହି ଫାଉଣ୍ଡେସନର ଲକ୍ଷ୍ୟ ମଧ୍ୟ ଲୋକମାନଙ୍କୁ ଶିକ୍ଷା ଏବଂ ଆଇଟି ଯୋଗାଇବା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri