ମେଳା ବି ଡିଜି

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭମେଳାର ସେକ୍ଟର ୧୯ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୮ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯାଇଛି। ଦେଖିବାକୁ ଗଲେ ଏହି ଘଟଣାକୁ ଏକ ମାରାତ୍ମକ ଘଟଣା ବୋଲି କହିହେବ ନାହିଁ। କିନ୍ତୁ ଆବଶ୍ୟକତାଠାରୁ ଅଧିକ ପ୍ରଚାର ହୋଇଛି ଏହି ନିଆଁ ଲାଗିବା ଘଟଣା, କାରଣ ମନେହେଉଥିଲା ଯେପରି ସବୁଆଡ଼ୁ ସୁରକ୍ଷାର ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାରୁ କୌଣସି ଦୁର୍ଘଟଣା ଘଟିବାକୁ ଦିଆଯିବ ନାହିଁ। ଏହି ବିରାଟକାୟ ଡ୍ରାମା ପଛରେ ସରକାରଙ୍କର ସିଧାସଳଖ ସମର୍ଥନ ରହିଥିବାରୁ ସୁରକ୍ଷା ବ୍ୟବସ୍ଥା ଶହେ ପ୍ରତିଶତ ସଫଳ ହେବ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ତାହା ନ ହୋଇଲା ଯୋଗୁ ଆଜି ଏତେ ପରିମାଣରେ ପ୍ରଚାର କରାଯାଉଛି। ସୂଚନାଯୋଗ୍ୟ ଯେ, ମହାକୁମ୍ଭ ସ୍ଥଳୀକୁ ୨୫ଟି ସେକ୍ଟରରେ ବିଭକ୍ତ କରାଯାଇଛି। ଏଲ୍‌ପିଜି ବିସ୍ଫୋରଣରୁ ସେକ୍ଟର ୧୯ରେ ଏହି ନିଆଁ ଲାଗିଥିବା ସରକାରୀ ଭାବେ କୁହାଯାଇଛି। ଦେଖିବାକୁ ଗଲେ କୁମ୍ଭମେଳାରେ ଏମିତି ଏକ ବଡ଼ ଧରଣର ଘଟଣା ଘଟିଲା ବୋଲି ତାହା ପଦାକୁ ଆସିଲା। କିନ୍ତୁ ଅନେକ ଛୋଟ ଘଟଣା ଘଟୁଥିବ, ଯାହା ପଦାକୁ ଆସିପାରୁ ନାହିଁ। ଉଲ୍ଲେଖନୀୟ ଯେ, ୧୪୪ ବର୍ଷ ଅର୍ଥାତ୍‌ ୧୨ କୁମ୍ଭଚକ୍ର ପରେ ପଡ଼ିଥିବା ଏହି ମହାକୁମ୍ଭ ଜାନୁଆରୀ ୧୩ରୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ। ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ଲାଗି ଉତ୍ତରପ୍ରଦେଶ ରାଜ୍ୟ ସରକାର ଏହି ମେଳା ସକାଶେ ୬,୪୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ୧୦ ହଜାର ଏକର ଜମିରେ ସୁସଜ୍ଜିତ ଏହି ମେଳାରେ ୫୦ଲକ୍ଷରୁ ୧ କୋଟି ସାଧୁସନ୍ଥ ଏବଂ ଅନ୍ୟ ଶ୍ରଦ୍ଧାଳୁମାନେ ରହିବାର ବ୍ୟବସ୍ଥା କରାଯାଇଛି। ବାସ୍ତବରେ ଏତେବଡ଼ ମେଳାରେ ଅନେକ ଲୋକଙ୍କର ସମାଗମ କରି ସରକାର ସେଥିରେ ପ୍ରଚାରକୁ ବଡ଼ ବୋଲି ଭାବିଛନ୍ତି। କୁମ୍ଭମେଳାକୁ ଭାଜପାଶାସିତ ରାଜ୍ୟମାନେ ଲୋକ ଭର୍ତ୍ତିକରି ବସ୍‌ ପଠାଉଛନ୍ତି। ଏହା ବ୍ୟତୀତ ଦେଶର ପର୍ଯ୍ୟଟନ ବିଭାଗ ମଧ୍ୟ ସବୁ ରାଜ୍ୟରୁ ପ୍ରୟାଗରାଜକୁ ବିମାନ ଚଳାଚଳ ବ୍ୟବସ୍ଥା କରିବା ସହ ଭାରତୀୟ ରେଳପଥ ୧୦,୦୦୦ ନିୟମିତ ଟ୍ରେନ୍‌ ଓ ୩,୦୦୦ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା କରିଛି। ଏହିସବୁ ବନ୍ଦୋବସ୍ତ ସାଧାରଣ ଯାତାୟାତ ଉପରେ ନିଶ୍ଚିତ ଭାବେ କୁପ୍ରଭାବ ପକାଉଛି। ଅନ୍ୟ କୌଣସି କାର୍ଯ୍ୟ ସିଦ୍ଧ ହେଉ କି ନ ହେଉ କରଦାତାଙ୍କ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି। ସେମାନେ ଜାଣୁ ନାହାନ୍ତି ଯେ, କେତେ ଖର୍ଚ୍ଚ କରାଗଲା। ଯଦି କିଏ କହୁଥାଏ କେବଳ ଉତ୍ତରପ୍ରଦେଶ ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚ କରାଯାଉଛିି, ତେବେ ତାହା ସମ୍ପୂର୍ଣ୍ଣ ଭ୍ରାନ୍ତ। କାରଣ ସବୁ ରାଜ୍ୟକୁ କେନ୍ଦ୍ର ଅର୍ଥ ଦେଇଥାଏ। ସବୁ ରାଜ୍ୟର ଆଭ୍ୟନ୍ତରୀଣ ଟିକସ ମଧ୍ୟ ରହିଥାଏ। ସେଥିପାଇଁ କୁମ୍ଭମେଳାର ବନ୍ଦୋବସ୍ତରେ କେବଳ ଉତ୍ତରପ୍ରଦେଶ ଅର୍ଥ ଖର୍ଚ୍ଚ କରୁଛି ତାହା ନୁହେଁ, ସେଥିରେ ସମ୍ପୂର୍ଣ୍ଣ ଭାରତୀୟ କରଦାତାଙ୍କ ଅର୍ଥ ଲାଗିଛି।
ମହାକୁମ୍ଭ ଆରମ୍ଭ ବେଳେ କୁହାଯାଉଥିଲା, ଏହି ବିରାଟକାୟ ମେଳାରେ କୌଣସି ବିଚ୍ୟୁତି ଘଟିବ ନାହିଁ। ମହାକୁମ୍ଭକୁ ‘ଡିଜି କୁମ୍ଭ’ରେ ପରିଣତ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା ସହାୟତାରେ ବି ଏକ ଆପ୍‌ ଆରମ୍ଭ କରାଯାଇଥିଲା। ଏହାସହ ମେଳାରେ ୪୫,୦୦୦ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। କିନ୍ତୁ ୧୮ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯିବା ଘଟଣା ମହାକୁମ୍ଭର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆମେ ଆଶା କରିବା ଯେ, ମେଳାରେ ଆଉ ଆଗକୁ ଏମିତି କୌଣସି ଅଘଟଣ ନ ଘଟୁ ଏବଂ ତୀର୍ଥଯାତ୍ରୀମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ରୁହନ୍ତୁ। ଏହାସହ ମେଳାରେ ଏକ ବଡ଼ ବିଷୟ ହେଉଛି ଏନ୍‌ଆର୍‌ଆଇ ଅର୍ଥାତ୍‌ ବିଦେଶରେ ରହୁଥିବା ଭାରତୀୟମାନଙ୍କ ଉପସ୍ଥିତି। ଆମେରିକା, ଇଂଲଣ୍ଡ ଆଦି ଦେଶରୁ ଅନେକ ଏନ୍‌ଆର୍‌ଆଇ ମହାକୁମ୍ଭକୁ ଆସିଥିବା ବିଷୟକୁ ବଡ଼ କରି ପ୍ରଚାର କରାଯାଉଛି। ପ୍ରକୃତରେ ଏନ୍‌ଆର୍‌ଆଇମାନେ କିଏ ତାହା ମଧ୍ୟ ଦେଶବାସୀ ସଚେତନ ହେବା ଦରକାର। ଭାରତୀୟ କରଦାତାଙ୍କ ଅର୍ଥରେ ସୃଷ୍ଟି କରାଯାଇଥିବା ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ଆଇଆଇଟି), ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ (ଏଆଇଆଇଏମ୍‌ଏସ୍‌) ଏବଂ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌) ଆଜି ବିଶ୍ୱସ୍ତରୀୟ ହେବା ପଛରେ କେବଳ ଛାତ୍ରୀଛାତ୍ରଙ୍କର ନୁହେଁ, ଏହି ଦେଶର ପ୍ରତ୍ୟେକ ନାଗରିକଙ୍କ ଝାଳବୁହା ଅର୍ଥ ସେହିସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗଢ଼ିତୋଳିବା ପାଇଁ ଖର୍ଚ୍ଚ କରାଯାଇଛି। ସେଠାରେ ପଢ଼ୁଥିବା ଛାତ୍ରୀଛାତ୍ର ଦେଶର କାମରେ ଆସିବା ପରିବର୍ତ୍ତେ ତାଙ୍କର ନିଜର ଯୌବନରେ ବିଦେଶ ପଳାଇଥିଲେ। ସ୍ବଇଚ୍ଛାରେ ଯାଇଥିବାରୁ ସେମାନଙ୍କର ନୂଆ ମାତୃଭୂମି ପାଇଁ ନିୟୋଜିତ ହୋଇଗଲେ। ଏବେ ଯେତେବେଳେ ବୟସ ବଢ଼ୁଛି ସେତେବେଳେ ସେମାନଙ୍କର ଧର୍ମ ମନେପଡ଼ିବା ସହିତ ଘରକୁ ଫେରିବାର ଇଚ୍ଛା ମୁଣ୍ଡ ଟେକୁଛି, ଯାହା କୁମ୍ଭରେ ଲକ୍ଷ୍ୟ କରାଯାଉଛି। ସେହିଭଳି ନାଗରିକ ଭାରତର ପ୍ରଗତିରେ ଅଂଶୀଦାରି ହୋଇପାରିବେ କି ନାହିଁ କହିବା କଷ୍ଟକର। କିନ୍ତୁ ବୋଝ ନିଶ୍ଚିତ ଭାବେ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri