Posted inଜାତୀୟ

ୟୁସିସିକୁ ବିରୋଧ କଲେ ମେଘାଳୟ ମୁଖ୍ୟମନ୍ତ୍ରୀ…

ଶିଲଂ,୧।୭ : ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ ତଥା ଉତ୍ତର ପୂର୍ବର ଭାଜପାର ଅନ୍ୟତମ ପ୍ରମୁଖ ସହଯୋଗୀ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ୟୁନିଫର୍ମ ସିଭିଲ କୋଡ (ୟୁସିସି)କୁ ବିରୋଧ କରିଛନ୍ତି। ସେ କହିଛନ୍ତି ୟୁନିଫର୍ମ ସିଭିଲ କୋଡ ଭାରତର ପ୍ରକୃତ ଧାରଣାର ବପରୀତ ଅଟେ। ଭାରତ ଏକ ବିବିଧ ଦେଶ ଏବଂ ବିବିଧତା ଆମର ଶକ୍ତି । ଏକ ରାଜନୈତିକ ଦଳ ଭାବରେ, ଆମେ ଅନୁଭବ କରୁଛୁ ସମଗ୍ର ଉତ୍ତର-ପୂର୍ବର ଏକ ସ୍ବତନ୍ତ୍ର ସଂସ୍କୃତି ଅଛି ଏବଂ ଆମେ ଏହାକୁ ସଂରକ୍ଷିତ ରଖିବାକୁ ଚାହୁଁଛୁ ।

ଏନସିପି ମୁଖ୍ୟ କହିଛନ୍ତି ୟୁସିସି ଡ୍ରାଫ୍ଟର ପ୍ରକୃତ ବିଷୟବସ୍ତୁ ନ ଦେଖି ସବିଶେଷ ତଥ୍ୟ ଭିତରକୁ ଯିବା କଷ୍ଟକର ହେବ। ଅବଶ୍ୟ ଆମେ ଜାଣି ନାହୁଁ କି କେଉଁ ବିଲ ଆସିବ। ମେଘାଳୟରେ ସରକାର ଗଠନ ପାଇଁ କନରାଡ ସାଙ୍ଗମାଙ୍କ ନ୍ୟାଶନାଲ ପିପୁଲ୍ସ ପାର୍ଟିକୁ ଭାଜପା ସମର୍ଥନ କରିଥିଲା। ଏନପିପି ହେଉଛି ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ର ଏକ ଅଂଶ। ମେଘାଳୟର ୬୦ ଟି ଆସନରେ ଭାଜପାର ଦୁଇଜଣ ବିଧାୟକ ଥିବାବେଳେ ସାଙ୍ଗମାଙ୍କ ଦଳର ୨୮ ଜଣ ବିଧାୟକ ଅଛନ୍ତି।

ସଂସଦୀୟ ଷ୍ଟାଣ୍ଡିଂ କମିଟି ଆଇନ କମିଶନ ଏବଂ ଆଇନ ମନ୍ତ୍ରଣାଳୟର ପ୍ରତିନିଧୀଙ୍କୁ ଜୁଲାଇ ୩ ରେ ଆଇନ ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତିରେ ଏହି ପ୍ରସଙ୍ଗରେ ବିଭିନ୍ନ ହିତାଧିକାରୀଙ୍କ ମତାମତ ନେବାକୁ ଡାକିଛନ୍ତି। ସଂସଦର ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ଉପରେ କେନ୍ଦ୍ର ସରକାର ଏକ ବିଲ ଆଗତ କରିପାରନ୍ତି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri