Posted inଜାତୀୟ

ମେଘାଳୟରେ କଂଗ୍ରେସ ଉପରେ ମମତାଙ୍କ ମେଗା ଷ୍ଟ୍ରାଇକ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ ବିଧାୟକ ଟିଏମ୍‌ସିରେ ସାମିଲ

ଆଇଜଲ,୨୫ ।୧୧: ଦେଶରେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଧକ୍କା ଲାଗୁଛି । ଏବେ ମେଘାଳୟ କଂଗ୍ରେସର ୧୭ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ସାମିଲ ହୋଇଥିବା ଜଣାପଡିଛି । ଏକଥା ଟିଏମସି ନିଜେ ଦାବି କରିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା । ତେବେ ସାଙ୍ଗମାଙ୍କୁ ରାଜ୍ୟ କଂଗ୍ରେସର ଜଣେ ବରିଷ୍ଠ ନେତାଭାବେ ଗଣାଯାଇଥାଏ । ମୁକୁଲ ସାଙ୍ଗମା ତୃଣମୂଳ କଂଗ୍ରେସର ମହାସଚିବ ଅଭିଷେକ ବାନାର୍ଜୀଙ୍କ ସହ ସେପ୍ଟେମ୍ବରରେ କଥା ହୋଇଥିଲେ । ହେଲେ କେହି ଏହି ସାକ୍ଷାତ୍‌କାରକୁ କନଫର୍ମ କରି ନ ଥିଲେ । କିନ୍ତୁ ସାଙ୍ଗମା କହିଥିଲେ କି ସେ ତୃଣମୂଳ କଂଗ୍ରେସର ମହାସଚିବଙ୍କୁ ଭେଟିଛନ୍ତି । ଆହୁରି ମଧ୍ୟସୂଚନା ରହିଛି କି ସାଙ୍ଗମା ବିରୋଧିଦଳ ନେତା ୱିଂସେଟ ପାଲଙ୍କ ଉପରେ ଖୁବ୍ ରାଗିଥିଲେ । ସୂଚନାଯୋଗ୍ୟ, ତୃଣମୂଳ କଂଗ୍ରେସ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ତାଙ୍କ ଦଳର ବିସ୍ତାର କରିବାରେ ବ୍ୟସ୍ତ ଅଛନ୍ତି । କିଛିଦିନ ହେବ କଂଗ୍ରେସର ନେତାମାନେ ଟିଏମ୍‌ସିରେ ସାମିଲ ହେଉଛନ୍ତି । ଯାହା କଂଗ୍ରେସ ପାଇଁ ଗୋଟିଏ ଗୋଟିଏ ଧକ୍କା ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ବିବାଦ ପରେ ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ: ”ଏହା ହିଁ ବହିର…”

ନୂଆଦିଲ୍ଲୀ,୧୦।୨: ନିଜର ଅପ୍ରକାଶିତ ବହିକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭାଣେ। ତାଙ୍କର ଏହି ଆତ୍ମଜୀବନୀ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri