କାମରେ ଆସୁନି ମେଗାଲିଫ୍ଟ ପାଇପ୍‌ ଲାଇନ

କୋକସରା,୯।୯(ଡି.ଏନ.ଏ.): ଇନ୍ଦ୍ରାବତୀ ମେଗାଲିଫ୍ଟ ପାଇପ ଲାଇନ ପାଣି ଯୋଗାଣ କାମରେ ଆସୁନାହିଁ। ଏହାର ପ୍ରତିବାଦରେ କଳାହାଣ୍ଡି ଜିଲା କୋକସରା ବ୍ଲକର କାଶୀବାହାଲ, ଡହଗାଁ ଓ ଡ଼ଙ୍ଗରୀଗୁଡା ଗ୍ରାମର ଚାଷୀମାନେ ଗୁରୁବାର କୁସୁମଖୁଣ୍ଟି ଇନ୍ଦ୍ରାବତୀ ଉଠା ମୁଖ୍ୟବନ୍ଧ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସୂଚନାଅନୁସାରେ, ମେଗାଲିଫ୍ଟ କେନାଲ କାର୍ଯ୍ୟକାରୀ ହୋଇ ପ୍ରାୟ ୨ ବର୍ଷ ହୋଇଯାଇଛି। ହେଲେ ଆରମ୍ଭରୁ ହିଁ ଜଳଯୋଗାଣ ପରିଚାଳନାରେ ଅନିୟମିତତା ହୋଇଥିବା ଅଞ୍ଚଳର ଚାଷୀମାନେ ଅଭିଯୋଗ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଅନେକ ଭୂତଳ ପଏଣ୍ଟରେ ପାଣି ଆସୁନାହିଁ। ଫଳରେ ଚାଷୀ କେନାଲ ପାଣି ଚାଷଜମିକୁ ଲଗାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ମେଗାଲିଫ୍ଟ୍ଟ କେନାଲ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିକଟରେ କୋକସରା ବ୍ଲକରେ ଏକ ଚାଷୀ ସଚେତନତା କର୍ମଶାଳା କରି ଚାଷୀଙ୍କ ସମସ୍ତ ଅଭିଯୋଗକୁ ସମାଧାନ କରିବା ପାଇଁ ମୁଖୀଗୁଡା ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସମେତ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଅଧିକାରୀଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ବ୍ଲକରେ ୧୧ ହଜାର ହେକ୍ଟର ଜମି ପାଇଁ ଜଳ ସେଚନର ବ୍ୟବସ୍ଥା ରହିଥିବା ବେଳେ ଅଧିକାଂଶ ଚାଷଜମି ଜଳସେଚନରୁ ବାଦପଡିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଧାରଣାରେ କାଶୀବାହାଲ ଗ୍ରାମର ଚାଷୀ କିଶୋର ଚନ୍ଦ୍ର ନାଏକ, ଦେବେନ୍ଦ୍ର ଚଣ୍ଡି, ଚୈତନ୍ୟ ନାଏକ, ସନ୍ତୋଷ ଚଣ୍ଡି, ଏକାରାମ ଗହୀର, ଯୁଗେ ନାଗ, ଦେବେନ୍ଦ୍ର ଭଇଁସାଲ, ରାହାସ ନାଏକ, ,ସୁଧାଂଶୁ ନାଏକ, ଅମର ମାଝି ଓ ଡହଗାଁ ଗ୍ରାମର ଚାଷୀ ଭିଙ୍ଗରାଜ ନାଗ, ବିପିନ ବିହାରୀ ନାଗ, ଚିତରୁ ନାଗ, ଜିତେନ୍ଦ୍ର କେତକୀ, ଉମାକାନ୍ତ ପୂଝାରୀ ପ୍ରମୁଖ ସାମିଲ ହୋଇଥିଲେ। ଏ ନେଇ ଏସ୍‌ଡିଓ ଅରୁଣ କୁମାର ପ୍ରଧାନ କ୍ଷେତ୍ର ପରିଦର୍ଶନ କରି ଶୁକ୍ରବାର ମରାମତି ହେବ ବୋଲି ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ଧାରଣାରୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri