ସୁକିନ୍ଦାରୁ ଦର୍ପଣିକୁ ଗଲା ମେଗା ନର୍ସରୀ

ଯାଜପୁର ଅଫିସ,୨୧ା୧୧: ଯାଜପୁର ଜିଲା ସୁକିନ୍ଦା ମେଗା ନର୍ସରୀ ପ୍ରକଳ୍ପ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଛନ୍ଦି ହେବାପରେ ବଡ଼ଚଣା ବ୍ଲକ ଦର୍ପଣି ଫାର୍ମକୁ ସ୍ଥାନାନ୍ତରଣ ହୋଇଛି। ସେଠାରେ ଆବଶ୍ୟକ ଭିତ୍ତିଭୂମି ତିଆରି କରି ପ୍ରାୟତଃ କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପରିବେଶ କ୍ଷତିପୂରଣ ବାବଦକୁ ଏନ୍‌ଜିଟିର ୧ କୋଟି ଟଙ୍କାର ଜରିମାନା ଉପରେ ସୁପ୍ରିମକୋର୍ଟ ସ୍ଥଗିତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ସ୍ଥାନାନ୍ତର ଯୋଗୁ ଖଣି ପ୍ରଭାବିତ ସୁକିନ୍ଦା ଅଞ୍ଚଳର ପ୍ରାୟ ୫୦୦ ଲୋକଙ୍କ ନିଯୁକ୍ତି ଆଶା ମଉଳି ଯାଇଛି।
ଯାଜପୁର ଜିଲା ସୁକିନ୍ଦା ବିହନ ଫାର୍ମ ପାଇଁ ଜଙ୍ଗଲ ଜମିକୁ ବିନା ଅନୁମତିରେ ବ୍ୟବହାର କରାଯାଇଥିବା ଦର୍ଶାଇ ତପନ କୁମାର ବରାଳ ଜଣେ ବ୍ୟକ୍ତି ଏନ୍‌ଜିଟିରେ ଏକ ମାମଲା (୫୯/୨୦୨୧/ଇଜେଡ) ରୁଜୁ କରିଥିଲେ। ଉକ୍ତ ମାମଲା ଉପରେ ୨୩ା୬ା୨୦୨୨ରେ ଏନ୍‌ଜିଟି ଚୂଡାନ୍ତ ଶୁଣାଣି କରି ୨ ମାସ ମଧ୍ୟରେ ଜରିମାନା ଅର୍ଥ ସହ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ଯାଜପୁର ଜିଲା ପ୍ରଶାସନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ସୂଚନାଯୋଗ୍ୟ ଯେ, ଯାଜପୁର ଜିଲା ସୁକିନ୍ଦା ତହସିଲ ଦାମୋଦରପୁର, ବୋତଲଣ୍ଡା ଓ କରଗୋଳା ମୌଜା ଅଞ୍ଚଳରେ ୩୭୭.୮୩ ଏକର ପତରା ଓ ଶାଳ ଜଙ୍ଗଲ କିସମ ଜମିରେ ପିଜୁଳି ବଗିଚା କରିବାକୁ ଓଏମ୍‌ବିଏଡିସି (ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରୁ ୯.୭୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ ଜିଲା ଉଦ୍ୟାନ ବିଭାଗ ପକ୍ଷରୁ ପିଜୁଳି ବଗିଚା ଆରମ୍ଭ ହୋଇଥିଲା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୭୬.୬ ଲକ୍ଷ ଟଙ୍କା ମିଳିଥିଲା। ସେଥିରୁ ଯାଜପୁର ଉଦ୍ୟାନ ବିଭାଗ ପକ୍ଷରୁ ୧.୮୩ ଲକ୍ଷ ଟଙ୍କା ଗଭୀର ବୋରୱେଲ ଖନନରେ ଖର୍ଚ୍ଚ ହୋଇଥିଲା। ଏହାସହ କିଛି ପିଜୁଳି ଓ ଅନ୍ୟାନ୍ୟ ଗଛ ଲଗାଯାଇଥିଲା। ୧୯୪୮ରେ ମେଗା ନର୍ସରୀ ପାଇଁ ପ୍ରସ୍ତାବିତ ଏହି ଜମି କୃଷି ବିଭାଗକୁ ମିଳିଥିଲା। ୧୯୯୨ରେ ୩୨୭.୬ ହେକ୍ଟର ଜମି କୃଷି ବିଭାଗଠାରୁ ଉଦ୍ୟାନ କୃଷି ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ସେତେବେଳେ ସେଠାରେ କାଜୁ ବଗିଚା ହୋଇଥିଲା। ତେବେ ୧୯୯୯ ବାତ୍ୟାରେ କାଜୁ ବଗିଚା ସହ ଅନ୍ୟାନ୍ୟ ଗଛ ନଷ୍ଟ ହୋଇଯାଇଥିଲା। ଏହାପରେ ସେଠାରେ ଏକ ବିହନ ଫାର୍ମ ଚାଲିଥିଲା। ୬ା୪ା୨୦୨୧ରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌)ର ଟ୍ରଷ୍ଟବୋର୍ଡ ବୈଠକରେ ଉକ୍ତ ଜମିରେ ୧,୦୩,୪୦୦ ପିଜୁଳି ଚାରା ରୋପଣ କରିବାକୁ ଅନୁମତି ମିଳିଥିଲା। ତଦନୁଯାୟୀ ଉକ୍ତ ଜମିରେ ଥିବା ଛୋଟ ବୁଦା, କାଜୁ, ଖଜୁରି କିଛି ଗଛ ସଫା କରି ପିଜୁଳି ଚୋରାରୋପଣ ସହ ୧୭ଟି ବୋରୱେଲ ଖନନ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ୫ ବର୍ଷରେ ପ୍ରାୟ ୨.୫ କୋଟି ଟଙ୍କା ଲାଭ ଲକ୍ଷ୍ୟ ରହିଥିଲା। ଏଥିରେ ଜଙ୍ଗଲ ଜମି ରହିଛି ବୋଲି ସେତେବେଳେ ଜଣା ନ ଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ଅନ୍ୟପକ୍ଷରେ ତଦନ୍ତ କମିଟିର ରିପୋର୍ଟରେ ପିଜୁଳି ଚାରାରୋପଣ ପାଇଁ ୫୫୦.୬୩ ଏକର ଜମି ଚିହ୍ନଟ ହୋଇଥିଲା। ସେଥିମଧ୍ୟରୁ ୨୦୭.୭୫ ଏକର ଜମି ହାଲ ରେକର୍ଡରେ ବୋତଲଣ୍ଡା ମୌଜା ଅଧୀନରେ ରହିଥିବାବେଳେ ବାକି ଶାଳ ଜଙ୍ଗଲ ଜମି ରହିଛି। କିନ୍ତୁ ଜଙ୍ଗଲ ପରିବର୍ତ୍ତନ ପାଇଁ କିମ୍ବା ଗଛ କାଟିବାକୁ କୌଣସି ପ୍ରସ୍ତାବ ଦିଆଯାଇ ନଥିଲା। ତେଣୁ ୨ା୮ା୨୦୨୨ରେ ଯାଜପୁର ଉଦ୍ୟାନ କୃଷ ବିଭାଗର ସହକାରୀ ନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣା ଜଙ୍ଗଲ ଜମିରେ ଉକ୍ତ ମେଗା ନର୍ସରୀ ପ୍ରକଳ୍ପ ନ କରି ବଡଚଣା ବ୍ଳକ ଦର୍ପଣି ଫାର୍ମରେ ପ୍ରତିଷ୍ଠା କରିବାକୁ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ଦେଇଥିଲେ। ଉକ୍ତ ପ୍ରସ୍ତାବରେ ସୁକିନ୍ଦା କିମ୍ବା ଦାନଗଦି ବ୍ଲକ ଅଞ୍ଚଳରେ ମେଗା ନର୍ସରୀ ପ୍ରକଳ୍ପ ପାଇଁ ଉପଯୁକ୍ତ ଜମି ନାହିଁ ବୋଲି ସେ ଦର୍ଶାଇଥିଲେ। ଏହାପରେ ୮ା୮ା୨୦୨୨ରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଉକ୍ତ ପ୍ରସ୍ତାବକୁ ମଞ୍ଜୁର କରି ଓଏମ୍‌ବିଏଡିସିର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏ ସଂକ୍ରାନ୍ତରେ ଯାଜପୁର ଉଦ୍ୟାନ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ସୁକିନ୍ଦାରେ ଜଙ୍ଗଲ ଜମିରେ ମେଗା ନର୍ସରୀ ପ୍ରକଳ୍ପ ସମ୍ଭବ ନୁହେଁ। ତେଣୁ ଉକ୍ତ ପ୍ରକଳ୍ପକୁ ଦର୍ପଣି ଫାର୍ମକୁ ସ୍ଥାନାନ୍ତରଣ କରାଯାଇଛି। ସେଠାରେ ଗଭୀର ବୋରୱେଲ ଖନନ କରି କାମ ଆରମ୍ଭ ହୋଇ ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri