ସୁକିନ୍ଦାରୁ ଦର୍ପଣିକୁ ଗଲା ମେଗା ନର୍ସରୀ

ଯାଜପୁର ଅଫିସ,୨୧ା୧୧: ଯାଜପୁର ଜିଲା ସୁକିନ୍ଦା ମେଗା ନର୍ସରୀ ପ୍ରକଳ୍ପ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଛନ୍ଦି ହେବାପରେ ବଡ଼ଚଣା ବ୍ଲକ ଦର୍ପଣି ଫାର୍ମକୁ ସ୍ଥାନାନ୍ତରଣ ହୋଇଛି। ସେଠାରେ ଆବଶ୍ୟକ ଭିତ୍ତିଭୂମି ତିଆରି କରି ପ୍ରାୟତଃ କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପରିବେଶ କ୍ଷତିପୂରଣ ବାବଦକୁ ଏନ୍‌ଜିଟିର ୧ କୋଟି ଟଙ୍କାର ଜରିମାନା ଉପରେ ସୁପ୍ରିମକୋର୍ଟ ସ୍ଥଗିତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ସ୍ଥାନାନ୍ତର ଯୋଗୁ ଖଣି ପ୍ରଭାବିତ ସୁକିନ୍ଦା ଅଞ୍ଚଳର ପ୍ରାୟ ୫୦୦ ଲୋକଙ୍କ ନିଯୁକ୍ତି ଆଶା ମଉଳି ଯାଇଛି।
ଯାଜପୁର ଜିଲା ସୁକିନ୍ଦା ବିହନ ଫାର୍ମ ପାଇଁ ଜଙ୍ଗଲ ଜମିକୁ ବିନା ଅନୁମତିରେ ବ୍ୟବହାର କରାଯାଇଥିବା ଦର୍ଶାଇ ତପନ କୁମାର ବରାଳ ଜଣେ ବ୍ୟକ୍ତି ଏନ୍‌ଜିଟିରେ ଏକ ମାମଲା (୫୯/୨୦୨୧/ଇଜେଡ) ରୁଜୁ କରିଥିଲେ। ଉକ୍ତ ମାମଲା ଉପରେ ୨୩ା୬ା୨୦୨୨ରେ ଏନ୍‌ଜିଟି ଚୂଡାନ୍ତ ଶୁଣାଣି କରି ୨ ମାସ ମଧ୍ୟରେ ଜରିମାନା ଅର୍ଥ ସହ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ଯାଜପୁର ଜିଲା ପ୍ରଶାସନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ସୂଚନାଯୋଗ୍ୟ ଯେ, ଯାଜପୁର ଜିଲା ସୁକିନ୍ଦା ତହସିଲ ଦାମୋଦରପୁର, ବୋତଲଣ୍ଡା ଓ କରଗୋଳା ମୌଜା ଅଞ୍ଚଳରେ ୩୭୭.୮୩ ଏକର ପତରା ଓ ଶାଳ ଜଙ୍ଗଲ କିସମ ଜମିରେ ପିଜୁଳି ବଗିଚା କରିବାକୁ ଓଏମ୍‌ବିଏଡିସି (ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରୁ ୯.୭୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ ଜିଲା ଉଦ୍ୟାନ ବିଭାଗ ପକ୍ଷରୁ ପିଜୁଳି ବଗିଚା ଆରମ୍ଭ ହୋଇଥିଲା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୭୬.୬ ଲକ୍ଷ ଟଙ୍କା ମିଳିଥିଲା। ସେଥିରୁ ଯାଜପୁର ଉଦ୍ୟାନ ବିଭାଗ ପକ୍ଷରୁ ୧.୮୩ ଲକ୍ଷ ଟଙ୍କା ଗଭୀର ବୋରୱେଲ ଖନନରେ ଖର୍ଚ୍ଚ ହୋଇଥିଲା। ଏହାସହ କିଛି ପିଜୁଳି ଓ ଅନ୍ୟାନ୍ୟ ଗଛ ଲଗାଯାଇଥିଲା। ୧୯୪୮ରେ ମେଗା ନର୍ସରୀ ପାଇଁ ପ୍ରସ୍ତାବିତ ଏହି ଜମି କୃଷି ବିଭାଗକୁ ମିଳିଥିଲା। ୧୯୯୨ରେ ୩୨୭.୬ ହେକ୍ଟର ଜମି କୃଷି ବିଭାଗଠାରୁ ଉଦ୍ୟାନ କୃଷି ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ସେତେବେଳେ ସେଠାରେ କାଜୁ ବଗିଚା ହୋଇଥିଲା। ତେବେ ୧୯୯୯ ବାତ୍ୟାରେ କାଜୁ ବଗିଚା ସହ ଅନ୍ୟାନ୍ୟ ଗଛ ନଷ୍ଟ ହୋଇଯାଇଥିଲା। ଏହାପରେ ସେଠାରେ ଏକ ବିହନ ଫାର୍ମ ଚାଲିଥିଲା। ୬ା୪ା୨୦୨୧ରେ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌)ର ଟ୍ରଷ୍ଟବୋର୍ଡ ବୈଠକରେ ଉକ୍ତ ଜମିରେ ୧,୦୩,୪୦୦ ପିଜୁଳି ଚାରା ରୋପଣ କରିବାକୁ ଅନୁମତି ମିଳିଥିଲା। ତଦନୁଯାୟୀ ଉକ୍ତ ଜମିରେ ଥିବା ଛୋଟ ବୁଦା, କାଜୁ, ଖଜୁରି କିଛି ଗଛ ସଫା କରି ପିଜୁଳି ଚୋରାରୋପଣ ସହ ୧୭ଟି ବୋରୱେଲ ଖନନ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ୫ ବର୍ଷରେ ପ୍ରାୟ ୨.୫ କୋଟି ଟଙ୍କା ଲାଭ ଲକ୍ଷ୍ୟ ରହିଥିଲା। ଏଥିରେ ଜଙ୍ଗଲ ଜମି ରହିଛି ବୋଲି ସେତେବେଳେ ଜଣା ନ ଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ଅନ୍ୟପକ୍ଷରେ ତଦନ୍ତ କମିଟିର ରିପୋର୍ଟରେ ପିଜୁଳି ଚାରାରୋପଣ ପାଇଁ ୫୫୦.୬୩ ଏକର ଜମି ଚିହ୍ନଟ ହୋଇଥିଲା। ସେଥିମଧ୍ୟରୁ ୨୦୭.୭୫ ଏକର ଜମି ହାଲ ରେକର୍ଡରେ ବୋତଲଣ୍ଡା ମୌଜା ଅଧୀନରେ ରହିଥିବାବେଳେ ବାକି ଶାଳ ଜଙ୍ଗଲ ଜମି ରହିଛି। କିନ୍ତୁ ଜଙ୍ଗଲ ପରିବର୍ତ୍ତନ ପାଇଁ କିମ୍ବା ଗଛ କାଟିବାକୁ କୌଣସି ପ୍ରସ୍ତାବ ଦିଆଯାଇ ନଥିଲା। ତେଣୁ ୨ା୮ା୨୦୨୨ରେ ଯାଜପୁର ଉଦ୍ୟାନ କୃଷ ବିଭାଗର ସହକାରୀ ନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣା ଜଙ୍ଗଲ ଜମିରେ ଉକ୍ତ ମେଗା ନର୍ସରୀ ପ୍ରକଳ୍ପ ନ କରି ବଡଚଣା ବ୍ଳକ ଦର୍ପଣି ଫାର୍ମରେ ପ୍ରତିଷ୍ଠା କରିବାକୁ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ଦେଇଥିଲେ। ଉକ୍ତ ପ୍ରସ୍ତାବରେ ସୁକିନ୍ଦା କିମ୍ବା ଦାନଗଦି ବ୍ଲକ ଅଞ୍ଚଳରେ ମେଗା ନର୍ସରୀ ପ୍ରକଳ୍ପ ପାଇଁ ଉପଯୁକ୍ତ ଜମି ନାହିଁ ବୋଲି ସେ ଦର୍ଶାଇଥିଲେ। ଏହାପରେ ୮ା୮ା୨୦୨୨ରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଉକ୍ତ ପ୍ରସ୍ତାବକୁ ମଞ୍ଜୁର କରି ଓଏମ୍‌ବିଏଡିସିର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏ ସଂକ୍ରାନ୍ତରେ ଯାଜପୁର ଉଦ୍ୟାନ କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ସୁକିନ୍ଦାରେ ଜଙ୍ଗଲ ଜମିରେ ମେଗା ନର୍ସରୀ ପ୍ରକଳ୍ପ ସମ୍ଭବ ନୁହେଁ। ତେଣୁ ଉକ୍ତ ପ୍ରକଳ୍ପକୁ ଦର୍ପଣି ଫାର୍ମକୁ ସ୍ଥାନାନ୍ତରଣ କରାଯାଇଛି। ସେଠାରେ ଗଭୀର ବୋରୱେଲ ଖନନ କରି କାମ ଆରମ୍ଭ ହୋଇ ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri