ଫାଇଲ ତଳେ ଚାପି ହୋଇଛି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ପାଣି ମୁନ୍ଦେ ପାଇଁ…

ମହାକାଳପଡ଼ା,୨୫ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବରକନ୍ଧା ପଞ୍ଚାୟତ ସ୍ଥାନୀୟ ତେନ୍ତୁଲି କନ୍ଧା ଗାଁରେ ପାଣି ମୁନ୍ଦେ ପାଇଁ ଠାକୁରାଣୀଙ୍କ ଚନ୍ଦନ ପୋଖରୀ ଉପରେ ନିର୍ଭରକରନ୍ତି। ଗାଁରେ ଦୁଇଟି ୱାର୍ଡ଼ର ୧ ହଜାରରୁ ଅଧିକ ଜନସଂଖ୍ୟା ଦୃଷ୍ଟିରୁ ନଳକୂପ ଓ କୂପରେ ଲୁଣି ମିଶ୍ରିତ ଜଳ ଯୋଗୁ ନାହିଁ ନ ଥିବା ସମସ୍ୟା ଦେଖାଯାଉଛି। କେତେଜଣ ବରିଷ୍ଠ ମୁରବିଙ୍କ କହିବା କଥା ପିଢ଼ି ପିଢ଼ି ଧରି ମା’ଙ୍କ ଚନ୍ଦନ ପୋଖରୀ ଜଳ ପାନୀୟ ଜଳ ଭାବେ ବ୍ୟବାହର କରିବାକୁ ପଡ଼େ। ଅପରପକ୍ଷରେ ଗାଁରେ ପାନୀୟ ଜଳଯୋଗାଣ ପରିମଳ ବିଭାଗ ପକ୍ଷରୁ ସପ୍ତାହକୁ ଥରେ ଦୁଇ ଥର ଟ୍ୟାଙ୍କର ପାଣି ଯୋଗାଯାଉ ଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ ବୋଲି ଲୋକେ କହିଛନ୍ତି । ଗାଁ ଠାକୁରାଣୀ ମା’ ଜାଗେଶ୍ୱରୀଙ୍କ କୃପାରୁ ପୋଖରୀ ଜଳ ବ୍ୟବହାର କରୁଥିଲେ ମଧ୍ୟ ଶରୀର ଉପରେ କେବେ ପ୍ରଭାବ ପଡି ନାହିଁ ବୋଲି କହିଛନ୍ତି। ଚନ୍ଦନ ପୋଖରୀ ଜଳ ମା’ଙ୍କ ନିତ୍ୟାନି ପ୍ରସାଦ ରୋଷେଇରେ ବ୍ୟବହୃତ ହୋଇଥାଏ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ବିଭିନ୍ନ ରାଜନୈତିକ ନେତୃମଣ୍ଡଳୀ ନିର୍ବାଚନ ବେଳେ ଗାଁକୁ ମିଳିବ ଶୁଦ୍ଧ ପାନୀୟ ଜଳ। ହେଲେ ନିର୍ବାଚନ ସରିଲେ ଅଞ୍ଚଳବାସୀଙ୍କ ପ୍ରତିଶ୍ରୁତି ପୂରଣରେ ଭୁଲିଯାଆନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ତେବେ ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁ କେତେକ ପାଣି ଯୋଗାଣ ବ୍ୟବସାୟୀ ଟ୍ୟାଙ୍କର ଯୋଗେ ୨୦ ଲିଟର ଜାରକିନ୍‌ରେ ଘରେ ଘରେ ପାଣି ବିକ୍ରି କରିଥାନ୍ତି। ଗ୍ରାମରେ ଭୋଜିଭାତ ହେଲେ ପାନୀୟଜଳ ସମସ୍ୟା ଦ୍ୱିଗୁଣିତ ହୁଏ।
ପୂର୍ବ ସରକାର ସମୟରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଘୋଷଣା କରିଥିଲେ ମଧ୍ୟ ଘୋଷଣା ନାଲି ଫାଇଲ ତଳେ ଚାପି ହୋଇଯାଇଛି ବୋଲି କୁହାଯାଉଛି। କେବଳ ଏହି ଗ୍ରାମ ପଞ୍ଚାୟତ ନୁହେଁ ମଙ୍ଗଳପୁର , ମହାକାଳପଡା ବ୍ଲକ ସଦର ମହକୁମା ଓ ଅନ୍ୟାନ୍ୟ ଅଞ୍ଚଳରେ ପ୍ରମୁଖ ପାନୀୟ ଜଳ ସମସ୍ୟା ଦେଖାଯାଏ। ଗାଁ ଠାକୁରାଣୀ ମନ୍ଦିର ଚନ୍ଦନ ପୋଖରୀ ଜଳ ଗ୍ରାମର ମହିଳାମାନେ ନେଉଥିବା ଦେଖିବାକୁ ମିଳୁଛି। ଗ୍ରାମର ନାଗମଣି ରାଉତ, ଅଙ୍କୁର ରାଉତ, କୁଞ୍ଜ ରାଉତ, ତ୍ରିବେଣୀ ରାଉତ, ଲକ୍ଷ୍ମୀ ପ୍ରଧାନ, ବିଦୁଲତା ରାଉତ, ମିନତୀ ରାଉତ, ମିନତୀ ପ୍ରଧାନ, ଭାନୁମତୀ ରାଉତ ଓ ପୁଷ୍ପ ରାଉତ ପ୍ରମୁଖ ପାନୀୟ ଜଳ ସମସ୍ୟା ଯୋଗୁ ନାହିଁ ନ ଥିବା ସମସ୍ୟା ଦେଖାଯାଉଛି ବୋଲି କହିଛନ୍ତି। ତୁରନ୍ତ ଏହି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଯନ୍ତ୍ରୀ ସୁବ୍ରତ କୁମାର ସାହୁଙ୍କୁ ପଚାରିବାରେ ଉକ୍ତ ଗ୍ରାମକୁ ଧାରାବାହିକ ଭାବରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି ବୋଲି କହିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କଲେ ସରକାର

କେନ୍ଦ୍ରାପଡ଼ା,୨୫ା୨: କେନ୍ଦ୍ରାପଡ଼ା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ବିଗତ କିଛି ବର୍ଷ ଧରି ରଥର ୧୪ଟି…

୩୦ହଜାର ଟଙ୍କା ଦରମାରେ କାର୍‌ କିଣିବା ସହଜ! ଜାଣନ୍ତୁ ସ୍ମାର୍ଟ ଟ୍ରିକ୍‌

ନୂଆଦିଲ୍ଲୀ,୨୫।୨: ଆଜିକାଲି, ମାସକୁ 30,000 ରୋଜଗାର କରୁଥିବା ଅନେକ ଲୋକଙ୍କ ପାଖରେ ଏକ କାର ଅଛି। କାର ସହିତ ଯାତ୍ରା କରିବା ସହଜ କରିଥାଏ, ସମୟ ସଞ୍ଚୟ…

ଅନ୍ୟ ନାଁରେ ଆକାଉଣ୍ଟ ଖୋଲି କରିଥିଲେ ୭ କୋଟି ଠକେଇ: ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବରଗଡ,୨୫।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପୋଲିସ ଅପରେଶନ କବଚରେ ବୁଧବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ମୂଳ ବାସିନ୍ଦା ତଥା ବର୍ତ୍ତମାନ…

ଇସ୍ରାଏଲରେ ମୋଦି ପହଞ୍ଚିବା ପୂର୍ୱରୁ ଯୁଦ୍ଧ ବିମାନ ମୁତୟନ କଲା ଆମେରିକା, ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୨୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଇସ୍ରାଏଲ ଗସ୍ତ ସମୟରେ, ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ପଦକ୍ଷେପ ନେଇ ପ୍ରଥମ ଥର ପାଇଁ ଇସ୍ରାଏଲରେ ଏହାର…

ମଧ୍ୟାହ୍ନଭୋଜନ ରାନ୍ଧିଲେ ଗ୍ରାମବାସୀ 

ମୋରଡ଼ା,୨୫ା୨(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ସରାଶୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।…

ମୂଷା ପାଇଁ ବସିଥିଲା ଯନ୍ତା, ପଡ଼ିଲା ବିରାଟ ନାଗ, ସୁ ସୁ ଗର୍ଜନ ଶୁଣି…

ଭୁବନେଶ୍ୱର,୨୫ା୨: ମୂଷା ଯନ୍ତାରେ ପଡ଼ିଛି ଏକ ବିରାଟ ନାଗ ସାପ। ଭୁବନେଶ୍ୱର ଶୈଳଶ୍ରୀ ବିହାର ଏଚ୍‌ଆଇଜି-୧୧୬ ଘରେ ରହୁଥିବା ସୋମ ପଟେଲଙ୍କ ଘରେ ମୂଷା ଧରିବା ପାଇଁ…

ଯୁବତୀଙ୍କୁ ବଳାତ୍କାର ପରେ ଛାତରୁ ଠେଲି ହତ୍ୟା, ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର, ପର୍ଦ୍ଦାଫାଶ କଲା ପୋଲିସ

ପାରାଦୀପ,୨୫।୨(ଶରତ ରାଉତ): ପାରାଦୀପ ତାରିଣୀଗଡା ଅଞ୍ଚଳର ବହୁଚର୍ଚ୍ଚିତ ମହିଳା ମୃତ୍ୟୁ ଘଟଣାରେ ପୋଲିସକୁ ଅନେକ ସୂଚନା ମିଳିଛି। ମୃତକାଙ୍କ ପରିଚୟ ମିଳିବା ସହ ବଳାତ୍କାର ପରେ ଛାତରୁ…

ରାଜ୍ୟରେ ଆରମ୍ଭ ହେବ e-Bike ଦିଦି ଯୋଜନା, ମୋଟାଅଙ୍କର ଟଙ୍କା କମାଇବେ ମହିଳା

ନୂଆଦିଲ୍ଲୀ,୨୫।୨:ମହିଳାଙ୍କ ସୁରକ୍ଷା, ନିଯୁକ୍ତି ଏବଂ ପରିବେଶକୁ ଧ୍ୟାନରେ ରଖି, ସରକାର ଖୁବ ଶୀଘ୍ର ଇ-ବାଇକ ଦିଦି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାର ଲକ୍ଷ୍ୟ କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri