ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ: ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସଚିବଙ୍କ ନିର୍ଦ୍ଦେଶ

ଭଞ୍ଜନଗର,୧୦।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ପ୍ରକଳ୍ପ ବାବଦରେ ପ୍ରାୟ ୧୫୦୯ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଇତିମଧ୍ୟରେ କାମ ସାରିବା ପାଇଁ ହୋଇଥିବା ଚୁକ୍ତି ସମୟ ଗତ ଜୁନ ମାସ ୧୬ ତାରିଖରେ ପୂରିଯାଇଛି। ଗତ ମେ ମାସ ସୁଧା ମାତ୍ର ୩୪ ପ୍ରତିଶତ କାମ ହୋଇଥିବା ବିଭାଗ ପକ୍ଷରୁ ଦାବି କରାଯାଇଥିଲା । କିନ୍ତୁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବରେ ଚାଲିଥିବା ଯୋଗୁଁ ବିଭିନ୍ନ ସମୟରେ ମନ୍ତ୍ରୀ, ବିଧାୟକ ସମେତ ବରିଷ୍ଠ ଅଧିକାରୀମାନେ ବାରମ୍ବାର ଭଞ୍ଜନଗର ଗସ୍ତ କରି ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରୁଛନ୍ତି। ଏଥିସହ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ପ୍ରକଳ୍ପ କାର୍ଯ୍ୟ ଯେତେ ବିଳମ୍ବ ହେଉଛି ସେହି ଅନୁସାରେ ସରକାରଙ୍କ ଲକ୍ଷ୍ୟ ଜନସାଧାରଣ ପାଖରେ ପହଞ୍ଚିବାପରେ ବିଳମ୍ବ ହେଉଛି। ଏହିଭଳି ଗତ ମେ’ରେ ବିଧାନସଭା ଷ୍ଟାଣ୍ଡିଂ କମିଟି ଉକ୍ତ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଥିଲେ । ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ନେଇ କମିଟି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଇତିମଧ୍ୟରେ କମିଟି ପରିଦର୍ଶନରେ କରି ଫେରିଯିବାର ୬ ମାସ ବିତିବାକୁ ବସିଛି କିନ୍ତୁ ପ୍ରକଳ୍ପ କାର୍ଯ୍ୟ ଆଖିଦୃଶିଆ ଅଗ୍ରଗତି ହୋଇନଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ କାର୍ଯ୍ୟ ବହୁତ ମନ୍ଥର ଗତିରେ ଚାଲିବା ଯୋଗୁ ଏନେଇ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ବଢୁଛି। ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲା ଦାୟିତ୍ୱରେ ଥିବା ରାଜ୍ୟ ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସଚିବ ତଥା କମିଶନର ଗିରିଶ ଏସ ଏନ ରବିବାର ଗଞ୍ଜାମ ଜିଲାର ଭଞ୍ଜନଗର, ସୋରଡ଼ା ଓ ଜଗନ୍ନାଥପ୍ରସାଦ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତକାଲି ସନ୍ଧ୍ୟାରେ ସଚିବ ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ନିକଟରେ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଉକ୍ତ ପ୍ରକଳ୍ପରୁ ଜିଲାର ୧୨ଟି ବ୍ଲକ୍‌ ଓ ୬ଟି ସହରକୁ ପାନୀୟ ଜଳ ଯୋଗାଣ ହେବ। ତେଣୁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସଚିବ ଭଞ୍ଜନଗର ବ୍ଲକର ଅନ୍ୟାନ୍ୟ ଅଞ୍ଚଳକୁ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲାପାଳ ଭି.କୀର୍ତି ଭାସନ, ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା, ବିଡ଼ିଓ ଭାରତୀ ଦେବୀ, ଏବିଡିଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳଯୋଗାଣ ଓ ପରିମଳ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ମୁନା କାଲୁଣ୍ଡିଆଙ୍କ ମତାମତ ନେବାପାଇଁ ଉଦ୍ୟମ କରାଯାଇଥିଲା କିନ୍ତୁ ସେ ଫୋନ ନଉଠାଇବାରୁ ତାଙ୍କର ମତାମତ ନିଆଯାଇ ପାରିନାହିଁ ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିବେ ସୀତାରାମନ୍‌, ଶସ୍ତା ହୋଇପାରେ ଏସବୁ ଜିନିଷ!

ନୂଆଦିଲ୍‌ଲୀ,୧।୨: କୋଟି କୋଟି ଦେଶବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ସଂସଦରେ ଦେଶର ବାର୍ଷିକ ଖର୍ଚ୍ଚ ଖୋଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସକାଳ ୧୧ଟାରେ ଲୋକ ସଭାରେ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri