Categories: ବାଣିଜ୍ୟ

ଜ୍ୟୋତି ଅଲ୍ଟିଗ୍ରୀନ୍‌ର ମେଗା ଡେଲିଭରି ସେରିମନି

ଭୁବନେଶ୍ୱର,୮।୨: ଦେଶର ପ୍ରମୁଖ ଇ ଯାନ ନିର୍ମାତା ଅଲ୍ଟିଗ୍ରୀନ୍‌ ପ୍ରପ୍ୟୁଲଶନ ଲାବ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିିତ ଅଲ୍ଟିଗ୍ରୀନ୍‌ ଏନ୍‌ଇଇଭି ହାଇ ଡେକ୍‌କୁ ଏକ ମେଗା ଡେଲିଭରି ମିଳିଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଜ୍ୟୋତି-ଆଲ୍ଟିଗ୍ରୀନ୍‌ ଭୁବନେଶ୍ୱର ପୁରୀ ବାଇପାସ୍‌ ରୋଡ୍‌ ଶୋ’ରୁମ୍‌ ଜରିଆରେ ଉକ୍ତ ଡେଲିଭରି ଯୋଗାଇ ଦିଆଯିବ ବୋଲି ଜ୍ୟୋତି ଗ୍ରୁପ୍‌ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଜେଭୋ ଇଣ୍ଡିଆକୁ ୨୫ଟି ୩ଚକିଆ ଇ-କାର୍ଗୋ ଏନ୍‌ଇଇଭି ଡେଲିଭରି ଦିଆଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ବଳକା ଗାଡି ସହ ମୋଟ ୧୫୦ଅଲ୍ଟିଗ୍ରୀନ ଏନ୍‌ଇଇଭି ହାଇ ଡେକ୍‌ ସମ୍ପୃକ୍ତ ସଂସ୍ଥାକୁ ଯୋଗାଇ ଦିଆଯିବ। ଏହି ପରିପ୍ରେକ୍ଷୀରେ ବୁଧବାର ଭୁବନେଶ୍ୱରସ୍ଥିତ ଜ୍ୟୋତି ଅଟୋମୋଟିଭର ଜ୍ୟୋତି-ଆଲ୍ଟିଗ୍ରୀନ୍‌ ଶୋ’ରୁମ୍‌ଠାରେ ଏକ ମେଗା ଡେଲିଭରି ସେରିମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଜ୍ୟୋତି ଗ୍ରୁପ୍‌ର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଦେବଜ୍ୟୋତି ପଟ୍ଟନାୟକ ଜ୍ୟୋତି-ଅଲ୍ଟିଗ୍ରୀନ୍‌ ଶୋ’ରୁମ୍‌ରେ ଜେଭୋ ଇଣ୍ଡିଆର ସିଇଓ ଆଦିତ୍ୟ ସିଂହ ରତ୍‌ନୁଙ୍କୁ ୨୫ଟି ଅଲ୍ଟିଗ୍ରୀନ ଏନ୍‌ଇଇଭି ହାଇ ଡେକ୍‌ର ଚାବି ହସ୍ତାନ୍ତର କରିଛନ୍ତି। ଏ ସମ୍ପର୍କରେ ଜ୍ୟୋତି ଗ୍ରୁପ୍‌ର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଦେବଜ୍ୟୋତି ପଟ୍ଟନାୟକ କହିଥିଲେ, ଓଡ଼ିଶା ଅଲ୍ଟିଗ୍ରୀନ୍‌ ପାଇଁ ସବୁଠାରୁ ଆଶାଜନକ ବଜାର ଏବଂ ଜ୍ୟୋତି ଅଟୋମୋଟିଭ୍‌ ଦ୍ରୁତ ଅଭିବୃଦ୍ଧି ପଥରେ ବଜାରର ନେତୃତ୍ୱ ନେଉଛି, ଅଲ୍ଟିଗ୍ରୀନ୍‌ର ବୈଦ୍ୟୁତିକ ୩ଚକିଆ ଯାନଗୁଡ଼ିକର ପ୍ରଦର୍ଶନ,ବିଶ୍ୱସନୀୟତା, ପରିସୀମା ଏବଂ ପରିବେଶ ଲାଭ ପାଇଁ ଗ୍ରାହକମାନେ ତାହାକୁ ଭଲ ଭାବେ ଗ୍ରହଣ କରିଛନ୍ତି। ସେହିଭଳି ଜେଭୋ ଇଣ୍ଡିଆର ସିଇଓ ଆଦିତ୍ୟ ସିଂହ ରତନୁ କହିଛନ୍ତି, ସମଗ୍ର ଭାରତରେ ସ୍ଥାୟୀ ପରିବହନ ସମାଧାନକୁ ପ୍ରୋତ୍ସାହିତ କରିବାରେ ଆଲ୍ଟିଗ୍ରୀନ୍‌ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ସବୁଜ ଓ ସ୍ଥାୟୀ ଭବିଷ୍ୟତ ଯାତ୍ରାରେ ଏନ୍‌ଇଇଭିର ବିତରଣ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିଲାବେଳେ ଆମେ ଆଲ୍ଟିଗ୍ରୀନ୍‌ ଏବଂ ଜ୍ୟୋତି ଅଟୋମୋଟିଭ୍‌ ସହିତ ଆମର ଭାଗୀଦାରି ଜାରି ରଖିବାକୁ ଚାହୁଁଛୁ ଏବଂ ଓଡ଼ିଶା (ଭୁବନେଶ୍ୱର)ରେ ସେବା ଯୋଗାଇବା ପାଇଁ ଆମର ବୈଦ୍ୟୁତିକ ଯାନର ଫ୍ଲିଟ୍‌କୁ ବିସ୍ତାର କରିବାକୁ ଚାହୁଁଛୁ। ସେହିପରି ଅଲ୍ଟିଗ୍ରୀନ୍‌ର ଜାତୀୟ ବିକ୍ରି ମୁଖ୍ୟ ପ୍ରଶାନ୍ତ ଶଙ୍କେଶ୍ୱର କହିଛନ୍ତି, ଆମ ସହଯୋଗୀ ଜେଭୋ ଇଣ୍ଡିଆ ଓ ଜ୍ୟୋତି ମୋଟର୍ସ ସହ ଏହି ମାଇଲଖୁଣ୍ଟ ମୁହୂର୍ତ୍ତକୁ ପାଳନକରି ଆମେ ବେଶ୍‌ ଉତ୍ସାହିତ ଅଛୁ।

 

Share