ଦଶହରା, ଗଜ ଲଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ବୈଠକ: ନିଆଗଲା ବଡ଼ ନିଷ୍ପତ୍ତି, ଏଥର…

ଦାରିଙ୍ଗବାଡି, ୨୨। ୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚଳିତ ଦୁର୍ଗାପୂଜା ଓ ଗଜଲଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବା ନେଇ ସମ୍ମନ୍ବୟ କମିଟିର ବୈଠକ ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବାଲିଗୁଡା ଏସଡିପିଓ ତଥା ଆଇପିଏସ ରମେନ୍ଦ୍ର ପ୍ରସାଦ ଯୋଗଦେଇଥିବା ବେଳେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର, ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ବାଇଁ, ଡିଏସପି ତଥା ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝୀ, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ପ୍ରମୁଖ ମଞ୍ଚାସିନ ରହି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ। ଦାରିଙ୍ଗବାଡି ଚାରି ଛକରେ ପ୍ରତିବର୍ଷ ଏହି ପର୍ବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି ସବୁ ପର୍ବପର୍ବାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କିଭଳି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବନାହିଁ ସେ ନେଇ ପ୍ରଶାସନ ଉଭୟ ସମ୍ପ୍ରଦାୟର ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ । ତେବେ ଚାରି ଛକ ଜମି ବିବାଦ ଦୀର୍ଘ ଦିନ ହେଲା ଲାଗି ରହିଥିବାରୁ ଏହାର ସମାଧାନ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ବୈଠକରେ ଉଠିଥିଲା। ଏନେଇ ଏସଡିପିଓ ରମେନ୍ଦ୍ର ପ୍ରସାଦ ଜିଲାପାଳଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ପ୍ରତିଶୃତି ଦେଇଥିଲେ ବୈଠକରେ ଦାରିଙ୍ଗବାଡି ଚର୍ଚ୍ଚର ଫାଦର, ତିଆଡ଼ି ନାୟକ, କୈଳାଶ ଚନ୍ଦ୍ର ଦଣ୍ଡପାଟ, ଭି୍ୟୁତ୍ତମ ଶୋଭାସୁନ୍ଦର, ପ୍ରଭଞ୍ଜନ ନାୟକ,ମନୋଜ ଆଚାର୍ଯ୍ୟଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ । ସମସ୍ତଙ୍କ ନିଷ୍ପତ୍ତି ପ୍ରକାରେ ଦାରିଙ୍ଗବାଡିରେ ସମସ୍ତେ ଏହି ପର୍ବ ପାଳନ ବେଳେ ଶାନ୍ତି ଶୃଙ୍ଖଳାକୁ ଗୁରୁତ୍ୱ ଦେଇ ଆସିଛନ୍ତି ଭାଇଚାରାର ସହରରେ କୌଣସି ଅପ୍ରିତିକାର ଘଟଣା ଘଟିବ ନାହିଁ ବୋଲି କମିଟି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

ଗାଁ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଉପକୃତ ହେବେ ଗ୍ରାମୀଣ ଯୁବକ

ନୂଆଦିଲ୍ଲୀ,୧ା୨: ରବିବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ବଜେଟ୍‌ ୨୦୨୬-୨୭ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଲଗାତର ୯ମ ଥର ପାଇଁ ବଜେଟ ଆଗତ…

Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବୀମା ଶିଳ୍ପ ଏଥିପାଇଁ ବହୁତ…

ବାପା ହେଲେ ସୁପରଷ୍ଟାର ରାମ ଚରଣ: ଉପାସନା ଜନ୍ମ ଦେଲେ ଯମଜ ସନ୍ତାନ

ମୁମ୍ବାଇ: ଟଲିଉଡର ପାୱାର କପଲ ରାମ ଚରଣ ଏବଂ ଉପାସନା କୋନିଡେଲାଙ୍କ ଘରକୁ ଆସିଛନ୍ତି ଦୁଇ ନୂଆ ଅତିଥି। ଉପାସନା ଏକ ପୁତ୍ର ଏବଂ ଏକ କନ୍ୟା…

ଟ୍ରେନରେ ଯାତ୍ରା କରୁଥିଲେ ଖୁସିଖବର, ୫୦% କମିଯିବ ଟ୍ରେନଭଡା!

ନୂଆଦିଲ୍ଲୀ,୧।୨: ଦେଶର ଲକ୍ଷ ଲକ୍ଷ ରେଳ ଯାତ୍ରୀ ଆଗାମୀ କେନ୍ଦ୍ର ବଜେଟ 2026 କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସବୁବେଳେ ପରି, ସାଧାରଣ ଲୋକ ଆଶା…

୨୦୨୫ରେ ଦେଶ ଛାଡିଛନ୍ତି ୭ ଲକ୍ଷରୁ ଅଧିକ ପାକିସ୍ତାନୀ, ରିପୋର୍ଟରେ ବଡ଼ ଦାବି

ଇସଲାମାବାଦ,୧।୨: ୨୦୨୫ ମସିହାରେ ୭,୬୦,୦୦୦ ରୁ ଅଧିକ ପାକିସ୍ତାନୀ ନିଯୁକ୍ତି ଖୋଜିବାକୁ ଦେଶ ଛାଡିଥିଲେ। ଏହି ସଂଖ୍ୟା ଦେଶରେ ବଢୁଥିବା ଆର୍ଥିକ ଚାପ ଏବଂ ନିଯୁକ୍ତି ସୁଯୋଗର…

ବିବାହିତଙ୍କୁ Budget 2026 ରୁ ମିଳିବ ଖୁସିଖବର! ଆଉ ଦେବାକୁ ପଡିବନି…

ନୂଆଦିଲ୍ଲୀ,୧।୨: ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂସ୍ଥାନ (ICAI) ବିବାହିତ ଦମ୍ପତିଙ୍କ ପାଇଁ ଇଚ୍ଛାଧୀନ ଯୁଗ୍ମ ଟିକସ ପ୍ରସ୍ତାବ ଦେଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri