ନିଶାମୁକ୍ତ ହେବ ସୋନପୁର ଅଞ୍ଚଳ: ବସିଲା ବୈଠକ, ଏକାଠି ହେଲେ ମହିଳା ସଂଗଠନ, ଦେଲେ ଚେତାବନୀ

ଦାରିଙ୍ଗବାଡି, ୧୩।୨ (ଅରୁଣ ସାହୁ): ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଉଛି ।  ଅବାଧରେ ବିକ୍ରିବଟା ମଧ୍ୟ ଚାଲିଛି । ଏହି ବ୍ୟବସାୟ କରୁଥିବା ଲୋକଙ୍କ ଆର୍ଥିକ ପରିସ୍ଥିତି ବଢିବାରେ ଲାଗିଛି । ସେପଟେ ନିଶାସକ୍ତ ଲୋକଙ୍କ ପରିବାର ସର୍ବସ୍ୱ ହରାଉଛି ।  ଅଧିକାଂଶ ଲୋକ ଏହି ମଦ ପିଇବା ଯୋଗୁ ଘରର ଭଲ ମନ୍ଦ ବୁଝୁ ନ ଥିବା ବେଳେ ମହିଳା ହିଂସା ବଢିବା ସହ ପରିବାର ଭାଙ୍ଗି ଚୁରମାର ହେଉଛି । ତେଣୁ ଦାରିଙ୍ଗବାଡି ଥାନା ସୋନପୁର ପଞ୍ଚାୟତ ଅଞ୍ଚଳକୁ ନିଶାମୁକ୍ତ କରିବାକୁ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଛନ୍ତି । ଶୁକ୍ରବାର ଉକ୍ତ ପଞ୍ଚାୟତ ଦବେଡି ଗ୍ରାମରେ ଅଞ୍ଚଳର ନାରୀ ସଂଗଠନର ଡାକରାରେ ନିଶାମୁକ୍ତ ଅଞ୍ଚଳ କରିବାକୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାକୁ ସୋନପୁର ନାରୀ ଶକ୍ତି ଆଞ୍ଚଳିକ ମହାସଂଘ ପକ୍ଷରୁ ଏହି ଅଭିଯାନ ବୈଠକରେ ମହାସଂଘ ସଭାନେତ୍ରୀ ଦାସୀନ୍ତା ବଳିୟାରସିଂଙ୍କ ସଭାପତିତ୍ୱରେ  ବିଭିନ୍ନ ଗ୍ରାମର ଜଙ୍ଗଲ ଅଧିକାର କମିଟିର ନେତୃବୃନ୍ଦ, ଗ୍ରାମ ବିକାଶ ସଂଗଠନର ନିରଞ୍ଜନ ଧାରୁଆ, ଜାଗୃତି ସ୍ବେଛାସେବୀ ଅନୁଷ୍ଠାନର ଧନେଶ୍ବର ସାହୁ, ପୋଲିସ ସବଇନ୍ସପେକ୍ଟର ଏସ କେ ଆମଦ, ଏଏସଆଇ ଶ୍ରୀନିବାସ ରାଓ, ଜାଗୃତି ସମ୍ପାଦକ, କୈଳାସ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳକୁ କିଭଳି ନିଶାମୁକ୍ତ କରାଯାଇପାରିବ ଓ ନିଶା ସେବନ ଯୋଗୁ ଅଞ୍ଚଳରେ ଓ ପରିବାର ରେ ଘଟୁଥିବା ଅପରାଧିକା ଘଟଣା ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସୋନପୁର ପଞ୍ଚାୟତରେ ଦୀର୍ଘ ଦିନ ହେଲା ଏହି ନିଶା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ଏଇ କିଛିମାସ ହେଲା ଦେଶୀ ମଦ ର ପୁନଃ ପ୍ରଚଳନ ହେତୁ, ମକା, ଅନ୍ୟାନ୍ୟ ଫସଲ, ତଥା ଦାଦନ ରୁ ଆସୁଥ‌ିବା ଅର୍ଥ କିଭଳି ଏହା ପଛରେ ଯାଉଛି କହିବା ସହିତ ଭାବବିହ୍ଵଳ ହୋଇ ମହିଳା ମାନେ ବୈଠକରେ କାନ୍ଦି ପକାଇଥିଲେ। ଟଙ୍କା ନ ପାଇଲେ ମଦୁଆ ସ୍ଵାମୀମାନେ କିଭଳି ଖାଇବା ପାଇଁ ଥିବା ଚାଉଳ ଓ ଅଙ୍ଗନବାଡି ତରଫରୁ ଗର୍ଭବତୀ ଓ ଶିଶୁଙ୍କୁ ମିଳୁଥିବା ଅଣ୍ଡା ଆଦି ଘରୁ ନେଇ ମଦ ବ୍ୟବସାୟିଙ୍କୁ ଦେଇ ମଦ୍ୟପାନ କରୁଥିବା କଥା ମହିଳା ନେତ୍ରୀମାନେ ଉପସ୍ଥାପନା କରିଥିଲେ। ଆହୁରି ମଧ୍ୟ ସେମାନେ କହିଥିଲେ କିଭଳି ମଦ୍ୟପାନ ହେତୁ ଅସମୟରେ ଘରର ମୁଖ୍ୟ କିମ୍ଵା ପିଲାମାନେ ମୃତ୍ୟୁମୁଖରେ ପଡିବା ହେତୁ, ମହିଳାମାନେ ଛୋଟ ଛୋଟ ପିଲାମାନଙ୍କୁ ନେଇ ଜୀବନ ସାରା ହଇରାଣ ହେଉଛନ୍ତି।

ବେଆଇନ ମଦ ପ୍ରସ୍ତୁତ କରି ବିକ୍ରିକରୁଥିବା ପଂଚାୟତର ଦବେଡ଼ି, ସୋନପୁର ଓ ଗାହାକିଆ ଗ୍ରାମ ର ୨୫ ଗୋଟି ପରିବାର ନିଶାବିରୋଧୀ ନେତ୍ରୀ ଓ ନେତା ମାନଙ୍କୁ ଅନେକ ସମୟରେ ଆକ୍ରମଣ କରିବାକୁ ପଛାଉନଥିବା ଉଦାହରଣ ସହ ଉପସ୍ଥାପନା କରିଥିଲେ। ସେମାନେ ସୋନପୁର ଗ୍ରାମପଞ୍ଚାୟତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବାପାଇଁ ଶପଥ ନେଇଥିବା କଥା ପ୍ରକାଶ କରିଥିଲେ। ମହିଳା ସଂଗଠନକୁ ପୋଲିସ ତରଫରୁ ସମ୍ପୂର୍ଣ୍ଣ ସହାୟତା କରିବା ପାଇଁ ଉପସ୍ଥିତ ପୋଲିସ ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିଲେ। କେହି ଚୋରା ମଦ ପ୍ରସ୍ତୁତ ତଥା ବିକ୍ରୟ କଲେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବାପାଇଁ ପରାମର୍ଶ ଦେଇଥିଲେ ଓ କୌଣସି ପରିସ୍ଥିତିରେ ଆଇନ କୁ ହାତକୁ ନ ନେବାପାଇଁ ପରାମର୍ଶ ଦେଲେ। ଶେଷରେ ଜାଗୃତି ସମ୍ପାଦକ, କୈଳାସ ଚନ୍ଦ୍ର ଦଣ୍ଡପାଟ କହିଥିଲେ ଯେ ମହିଳା ମାନେ ଏକଜୁଟ ହୋଇ ଅହିଂସା ମାର୍ଗରେ ଏହି ସଂଗ୍ରାମ ଜାରିରଖିଲ ସୋନପୁର ଖୁବ ଶୀଘ୍ର ନିଶାମୁକ୍ତ ଗ୍ରାମପଞ୍ଚାୟତ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସେ ମଦ ସହିତ ଗଞ୍ଜେଇ, ଯାହା ଦ୍ବାରା ଛୋଟ ଛୋଟ ପିଲାମାନେ ଏହାର ଶିକାର ହେଉଥିବା କଥା କହିଥିଲେ ଓ ଏହାର ବ୍ୟବହାରକୁ ନିଷେଧ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଯେତେ ଝଡଝଞ୍ଜା ଆସିଲେ ମଧ୍ୟ ସମସ୍ତ ମହିଳା ଏକଜୁଟ ହୋଇ ସୋନପୁର ଗ୍ରାମପଞ୍ଚାୟତକୁ ନିଶାମୁକ୍ତ କରିବାର ଶପଥ ନେବା ସହିତ ସଭାକାର୍ଯ୍ୟ ସମାପ୍ତ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୧୦ରେ ଘରକୁ ଆସିବାକୁ କାଟିଥିଲେ ଟିକେଟ: ଗାଁରେ ମୃତଦେହ

ଆଳି,୧୩ା୨(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା କଣ୍ଟିପୁର ଗ୍ରାମର ମାନସ ସାହୁଙ୍କ ପୁଅ ଅନନ୍ତ(୩୭)ଦୁବାଇରେ ପାଣି ପାଇପ ମିସ୍ତ୍ରି କାମ କରୁଥିବା ବେଳେ ଫେବୃଆରୀ…

ସାଇବର ଅପରାଧରୁ କିପରି ଦୂରେଇ ରହିବେ

କେସିଙ୍ଗା,୧୩।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବାଳସି ଗ୍ରାମସ୍ଥିତ ଜାହାର ଉଚ୍ଚ ବିଦ୍ୟାପୀଠଠାରେ ଶ୍ରୀ କମ୍ପ୍ୟୁଟର୍‌ ଏଜୁକେଶନ (ଶ୍ରୀ ରାମ ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର୍‌…

ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ, ପୁଣି ଦଳକୁ ବାହୁଡିଲେ  ପୂର୍ବରୁ ବିଷମକଟକ ବ୍ଲକରେ…

ରାୟଗଡ଼ା,୧୩।୨(ରଞ୍ଜନ ପଣ୍ଡା): ନୂତନ ଗଠିତ ଜିଲା ବିଜେଡି କମିଟିରେ ଉପସଭାପତି ପଦ ପାଇଥିବା କାଶୀପୁର ବ୍ଲକ ବରିଷ୍ଠ ବିଜେଡି ନେତା ଗଣେଶ ସାଉଁତା ବୁଧବାର ନିଜ ପଦବୀରୁ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଲେଙ୍କାଙ୍କ ବିୟୋଗରେ ଶୋକ

ଦିଗପହଣ୍ଡି, ୧୩।୨(ଅଶେଷ ନାଥ ମିଶ୍ର): ପୂର୍ବତନ କେନ୍ଦ୍ର କୃଷି ଏବଂ ରେଳ ବିଭାଗ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ଦିଗପହଣ୍ଡି କଂଗ୍ରେସ ଦଳ ପକ୍ଷରୁ ଗଭୀର…

ମୋବାଇଲ ସିଡିଆର ପକେଇଲା ଧରା: ଫେରାର ଅଭିଯୁକ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା କଡ଼ରେ ଥିବା ଗଣେଶ ରାଇସ୍‌ ମିଲ ନିକଟରୁ ମୁମ୍ବାଇ ସମତାନଗର ଥାନା ପୋଲିସ ଜଣେ ଫେରାର ଅଭିଯୁକ୍ତଙ୍କୁ…

ରକ୍ଷକ ସାଜିଲା ଭକ୍ଷକ: ମହିଳାଙ୍କ ଅନ୍ତରଙ୍ଗ ମୁହର୍ତ୍ତର ଫୋଟୋ ଭାଇରଲ ଧମକ: ବନ୍ଧାହେଲେ ପୋଲିସ ଏଏସ୍‌ଆଇ

ବ୍ରହ୍ମପୁର,୧୩।୨(ସୁବାସଚନ୍ଦ୍ର ପାଢ଼ୀ):ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ବନ୍ଧୁତା ରଖି ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ବ୍ଲାକମେଲ ଅଭିଯୋଗରେ ବନ୍ଧାହେଲେ ଜଣେ ପୋଲିସ ଏଏସ୍‌ଆଇ । ଅଭିଯୁକ୍ତ ଜଣଙ୍କ…

ଚକୋଲେଟ ଲୋଭ ଦେଖାଇ ଶିଶୁ ସହ ଅପ୍ରାକୃତ ଯୌନସମ୍ପର୍କ, ହତ୍ୟା : ଆସିଲା ବଡ଼ ରାୟ

ବ୍ରହ୍ମପୁର,୧୩ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଞ୍ଚଳରେ ଏକ ଶିଶୁପୁତ୍ର ସହ ଅପ୍ରାକୃତ ଯୌନ ସମ୍ପର୍କ ରଖି ହତ୍ୟା କରାଯାଇଥିଲା। ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌…

ଅଟକ ରଖି ୩ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା: ଫିଲ୍ମ ଷ୍ଟାଇଲ୍‌ରେ ଘରକୁ କରିଦେଲେ ଫୋନ୍‌, ଏକାବେଳକେ ଖେଳଶେଷ

ଦିଗପହଣ୍ଡି,୧୩।୨(ଅଶେଷ ନାଥ ମିଶ୍ର): ସୁଦୂର ତାମିଲନାଡୁ ତିରିପୁର ଜିଲା ପଙ୍ଗାଲୁ ଗ୍ରାମ ନିକଟ ଏକ ପାଣି ବୋରୱେଲ ଗ୍ୟାରେଜର ଏକ ଘର ମଧ୍ୟରେ ଅଟକ ଥିବା ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri