ବୈଠକ ପରେ ଜାତୀୟ ଦିବସ ପାଳନ କମିଟିର ବଡ଼ ନିଷ୍ପତ୍ତି: ସାଧାରଣତନ୍ତ୍ର ଦିବସରେ ସମ୍ବର୍ଦ୍ଧିତ ହେବେ… 

ଦାରିଙ୍ଗବାଡି, ୧୭।୧(ଅରୁଣ ସାହୁ): ଆସନ୍ତା ୨୬  ସାଧାରଣତନ୍ତ୍ର ଦିବସକୁ ଲୋକାଭିମୁଖୀ କରାଯିବା ସହ ପ୍ରତିବର୍ଷ ଭଳି ବ୍ଲକସ୍ତରରେ  ପାଳନ କରାଯିବାକୁ ଶନିବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ବିଡିଓ ତଥା ଜାତୀୟ ଦିବସ ପାଳନ କମିଟିର ସମ୍ପାଦକ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖେତୀଶ ପ୍ରିୟଦର୍ଶି ସାହୁ ଗତ ବୈଠକର ବିବରଣୀ ପଠନ କରିଥିଲେ। ଏହି ପ୍ରରିପ୍ରେକ୍ଷୀରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବା ସହ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଡ଼ିଓ କହିଛନ୍ତି। ବିଶେଷ କରି ଏହି କମିଟି ରେ ଏକାଧିକ ଉପ କମିଟି କର୍ମକର୍ତ୍ତା ଓ ଦାୟିତ୍ୱ ବଣ୍ଟନ କରାଯାଇଛି। ଏହି ଦିବସ ପାଳନ ପୁର୍ବରୁ ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ପ୍ରଥମେ ପଞ୍ଚାୟତସ୍ତରରେ କରାଯାଇ ସେମାନଙ୍କ ମଧ୍ୟରେ କୃତି ଛାତ୍ରୀଛାତ୍ରଙ୍କୁ ବ୍ଲକସ୍ତରରେ ଚୟନ କରାଯିବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦଳଗତ, ଏକକ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆଦି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ସେହିପରି ସରକାରୀ ଓ ବେସରକାରୀ କାର୍ଯ୍ୟରେ ଭଲ ପ୍ରଦର୍ଶନ କରୁଥିବା କର୍ମଚାରୀ, କୃଷକ, ସ୍ବେଚ୍ଛାସେବୀ, ଡାକ୍ତର, ଅଙ୍ଗନୱାଡି, ଆଶା କର୍ମୀ, ପୋଲିସ, ସ୍ବାସ୍ଥ୍ୟକର୍ମୀ ଭଳି ଅନେକ ବ୍ୟକ୍ତି ବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ବ୍ଲକସ୍ତରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ପଡିଆରେ ହଜାର ସଂଖ୍ୟାରେ ଅଞ୍ଚଳବାସୀ ଯୋଗ ଦେବାକୁ ରହିଥିବାରୁ ଟ୍ରାଫିକ ନିୟନ୍ତ୍ରଣ, ସାମାଜିକ ସୁରକ୍ଷା ଓ  ସାମୁହିକ ପ୍ୟାରେଡର ଚୟନ ଆଦି ଦାୟିତ୍ୱ ପୋଲିସ ତଦାରଖ କରିବାକୁ ନିଷ୍ପତ୍ତି ହୋଇଛି।

ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ବୈଠକରେ ପ୍ରସ୍ଥାବ ଦିଆଯାଇଥିଲା ଏଥିରେ ବିଡ଼ିଓ ଏବଂ ତହସିଲଦାର ମିଳିତ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି ବିଡିଓ କହିଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ୱାଇଁ, ଆଇଆଇସି ସଂଗ୍ରାମ କେଶରୀ ଜେନା,ଏବିଇଓ ଗୋକୁଳାନନ୍ଦ ନାୟକ ପ୍ରମୁଖ ମଞ୍ଚାସିନ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବଣିକ ସଙ୍ଘ, ହୋଟେଲ ସଙ୍ଘ, ବରିଷ୍ଠ ନାଗରିକ, ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀଶିକ୍ଷକ  ବ୍ଲକ, ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦାନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ଧରିଲେ ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ, ପାରଳାଖେମୁଣ୍ଡି ବିଧାୟକଙ୍କ…

ପାରଳାଖେମୁଣ୍ଡି,୧୭।୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା କାଶୀନଗର ବ୍ଲକ ଶିଆଳି ପଞ୍ଚାୟତ କରଣୀବଦ୍ରା, ଓ ଖାଣ୍ଡବା ପଞ୍ଚାୟତ ପୂର୍ତୀଗୁଡ଼ା ଗ୍ରାମର  କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ ନେତା କର୍ମୀ...

ଦିନକୁ ଦିନ ଖସୁଛି ପାରଦ: ଜି.ଉଦୟଗିରିରେ ୨.୫ ଡିଗ୍ରୀ ରେକର୍ଡ

ଜି.ଉଦୟଗିରି,୧୭ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ପ୍ରବଳ ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା...

ପୋଲିସ-ମାଓବାଦୀ ମୁହାଁମୁହିଁ: ଟଳିପଡିଲେ ମାଓବାଦୀ ନେତା ପାପା ରାଓ

ମାଲକାନଗିରି,୧୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ଜଣ ମାଓବାଦୀ ନିହତ ହୋଇଛନ୍ତି।...

ପୋଲିସ-ଅବକାରୀ ବିଭାଗର ଚଢ଼ାଉ: ୪ ଚୋରାମଦ କାରବାର କରୁଥିବା ବ୍ୟବସାୟୀଙ୍କୁ ନୋଟିସ, ଦେଶୀ-ବିଦେଶୀ…

ଦାରିଙ୍ଗବାଡି, ୧୭।୧ (ଅରୁଣ ସାହୁ):ଦାରିଙ୍ଗବାଡି ଥାନା ଅଞ୍ଚଳରେ ଦିନ କୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇଛି ଫଳରେ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଦୁର୍ଘଟଣା...

କଟନି- ଛଟନିକୁ ନେଇ ଚାଲିଥିଲା ବିବାଦ: ପୋଲିସ ପ୍ରଶାସନର ଉପସ୍ଥିତିରେ ମଣ୍ଡିରୁ ଉଠିଲା ଚାଷୀଙ୍କ ଧାନ

ଦିଗପହଣ୍ଡି,୧୭।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି.ତୁରୁବୁଡି ଗ୍ରାମ ଶ୍ରୀ ରଘୁନାଥ ମହାପ୍ରଭୁ ପ୍ରାଥମିକ ସେବା ସମବାୟ ସମିତିରେ ଚାଷୀଙ୍କ ଠାରୁ ମଣ୍ଡି...

ନିଶା ଠାରୁ ଦୂରେଇ ଭବିଷ୍ୟତ ଚିନ୍ତା କରିବାକୁ  ଛାତ୍ରୀଛାତ୍ରଙ୍କ ଏମିତି ପ୍ରୟାସ 

ଭଞ୍ଜନଗର,୧୭।୧(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିକାରୀ ଡ. ଜୟନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଧେଶକ୍ରମେ  ଏବଂ କେଏସୟୁବି କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର...

କଳାହାଣ୍ଡି ପାଇଁ ଆଣିଲେ ଗୌରବ: ଲୋକକଳା ସମ୍ମାନ ପାଇଲେ ଯୁବ ପ୍ରତିଭା ସତ୍ୟବ୍ରତ ଦାଶ

ଭବାନୀପାଟଣା,୧୭।୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଜୟଦେବ ଭବନ ଠାରେ ରାଜ୍ୟ ସାହିତ୍ୟ ସଂସ୍କୃତି ବିଭାଗ ଏବଂ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଥାନା ନିକଟ ଦୋକାନର ଟିଣଛପର କାଟି ଲୁଟି ନେଲେ ସୁନା ରୂପା

ପୁରୁଷୋତ୍ତୋମପୁର,୧୭।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବଡବଜାରରୁ ଶୁକ୍ରବାର ରାତ୍ରରେ ଲୁଟେରାମାନେ ଏକ ଦୋକାନର ଟିଣ ଛପରକାଟି ଭିତରେ ପଶି  ସୁନା,ରୁପାଅଳଙ୍କାର ଲୁଟିନେଇଛନ୍ତି। ଏହି ଦୋକାନଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri