ଦ୍ୱିତୀୟ ସ୍ତ୍ରୀଙ୍କୁ ଭେଟିବା ପାଇଁ ତୃତୀୟ ସ୍ତ୍ରୀଙ୍କ ଘରେ କଳାକନା ବୁଲାଇଲେ ସ୍ବାମୀ

ଭୋପାଳ,୩୦ା୯: ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଦ୍ୱିତୀୟ ସ୍ତ୍ରୀଙ୍କୁ ଭେଟିବା ପାଇଁ ତୃତୀୟ ସ୍ତ୍ରୀଙ୍କ ଘରେ କଳାକନା ବୁଲାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଚୋରି ମାମଲାର ଛାନଭିନ୍‌ କରିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଛି। ଏହା ପରେ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଏଥିରେ ସାମିଲ ଥିବା ଆଉ ୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।


ଏହି ଘଟଣା ଭୋପାଳର ତଲେୟା ଅଞ୍ଚଳର। ପୋଲିସ ଏକ ଚୋରି ମାମଲାର ତଦନ୍ତ କରିବା ସମୟରେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଥାନାଧିକାରୀ ଡିପି ସିଂହ କୁହନ୍ତି, ସାୟରା ବେନୋ ନାମକ ଜଣେ ମହିଳା ୧୩ ସେପ୍ଟେମ୍ବରରେ ଥାନାରେ ଅଭିଯୋଗ କରିଥିଲେ କି ତାଙ୍କ ଝିଅ ସାବାଙ୍କ ବାହାଘର ମହମ୍ମଦ ଗୁଫରାନଙ୍କ ସହ ହୋଇଥିଲା। ବିବାହ ପରେ ଦୁଇଜଣ ଗୋଟିଏ ଫ୍ଲାଟ୍‌ରେ ରହୁଥିଲେ। ସାୟରା ଅଭିଯୋଗ କରିଛନ୍ତି, ତାଙ୍କ ଜ୍ୱାଇଁ ଝିଅକୁ ଜଣେ ବନ୍ଧୁଙ୍କ ଘରକୁ ବୁଲାଇ ନେବାକୁ କହି ସାଙ୍ଗରେ ନେଇ ଯାଇଥିଲେ। ସେହି ସମୟରେ ଝିଅଙ୍କ ଫୋନ୍‌ ତାଙ୍କ ନିକଟକୁ ଆସିଥିଲା। ଝିଅ କହିଥିଲା, ମା’ ଘରକୁ ଯାଇ ଦେଖ ଗୁଫରାନ ଜଣେ ସମ୍ପର୍କୀୟଙ୍କୁ ଫୋନ୍‌ କରି କହୁଛନ୍ତି, ମୁଁ ସାବାକୁ ସାଙ୍ଗରେ ଆଣି ଆସିଛି, ତୁମେ ଘରର ତାଲା ଭାଙ୍ଗି ସବୁ ଜିନିଷ ନେଇଯାଅ। ଝିଅର ଏପରି ଫୋନ୍‌ ପାଇ ସାୟରା ପୁଅ ସହିତ ଝିଅର ଫ୍ଲାଟକୁ ଯାଇ ଦେଖନ୍ତି ତ ତାଲା ଭଙ୍ଗା ଯାଇଛି। ଘରର କୌଣସି ଜିନିଷପତ୍ର ଆଉ ନାହିଁ। ପଡ଼ୋଶୀଙ୍କୁ ପଚାରିବାରୁ ଜଣାପଡ଼ିଥିଲା ଗୁଫରାନଙ୍କ ଡ୍ରାଇଭର ରିଜିଓ୍ବାନ୍‌, ସଫାନ୍‌, ଇକବଲ ଏବଂ ଶାହାରୁଖ ତାଲା ଭାଙ୍ଗି ସମସ୍ତ ଜିନିଷପତ୍ର ଚୋରି କରି ନେଇଛନ୍ତି।


ସାୟରାଙ୍କଠାରୁ ଅଭିଯୋଗ ପାଇ ପୋଲିସ ତନାଘନା ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କଠାରୁ ସମସ୍ତ ଜିନିଷ ପୋଲିସ ଉଦ୍ଧାର କରିବା ସହିତ ଜାଣିବାକୁ ପାଇଥିଲା ଯେ, ଗୁଫରାନ ୩ ଜଣଙ୍କୁ ବିବାହ କରିଛନ୍ତି। ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ପରେ ଦ୍ୱିତୀୟ ବିବାହ କରିଥିଲେ। ସେ ମଧ୍ୟ ଦୁଇ ପିଲାଙ୍କ ସହିତ ଭୋପାଳରେ ରହୁଛନ୍ତି। ଗୁଫ୍‌ରାନ ଦ୍ୱିତୀୟ ସ୍ତ୍ରୀଙ୍କୁ ଦେଖା କରିବାକୁ ଯିବା ପାଇଁ ତୃତୀୟ ସ୍ତ୍ରୀଙ୍କ ଘରୁ ଏପରି ଚୋରି କରିଥିବା ପୋଲିସ ନିକଟରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri