ଧ୍ୟାନ ଜୀବନକୁ ଶୃଙ୍ଖଳିତ, ରୋଗମୁକ୍ତ କରାଏ: ସର୍ବେଶ୍ୱର ଜୀ ମହାରାଜ

ଜୀବନରେ ଲୋଭ ରହିବା ଉଚିତ୍‌ ନୁହେଁ। ଶାନ୍ତି ଓ ମୋକ୍ଷ ଜୀବନର ମୂଳ ଲକ୍ଷ୍ୟ ରହିବା ଆବଶ୍ୟକ। ସଂସାର ମୋହମାୟାରେ ଛନ୍ଦି ହୋଇ ମଣିଷ ଆଦୌ ଧନସମ୍ପତ୍ତି ପ୍ରତି ପ୍ରଲୋଭିତ ନ ହୋଇ ସୁସ୍ଥ ଓ ଶାନ୍ତି ଜୀବନ ପାଇଁ ଆଧ୍ୟାତ୍ମିକ ପରିବେଶରେ ବସବାସ କରିବା ସହ ଧ୍ୟାନ କରିବା ଆବଶ୍ୟକ ବୋଲି କଟକ ଆଲାମଚାନ୍ଦ ବଜାରସ୍ଥିତ ସା ଶମ୍ବୁ ମନ୍ଦିର ନିକଟରେ ଏକ ପୂଜା କରିବାକୁ ଆସିଥିବା ସମୟରେ ସର୍ବେଶ୍ୱର ଜୀ ମହାରାଜ ଏହା କହିଛନ୍ତି। ସେ କର୍ପାତ୍ରୀ ମହାରାଜ ଓ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ। ଏଥିସହ ଅଖିଳ ଭାରତ ବର୍ଷୀୟ ଧର୍ମ ସଂଘର ସର୍ବଧାମ ଅଧ୍ୟକ୍ଷ ମଧ୍ୟ ସେ ରହିଛନ୍ତି। ବାରାଣସୀ କେଦାରଘାଟ ନିକଟସ୍ଥ କର୍ପାତ୍ରୀ ଧାମରେ ମଧ୍ୟ ତାଙ୍କର ଆଶ୍ରମ ରହିଛି। ସର୍ବେଶ୍ୱର ଜି ମହାରାଜଙ୍କ କଟକ ଆଗମନ ଅବସରରେ ତାଙ୍କ ସହ ସାକ୍ଷାତ୍‌କାର ସମୟରେ ଧରିତ୍ରୀ ପକ୍ଷରୁ ପଚରା ଯାଇଥିବା କିଛି ପ୍ରଶ୍ନ।

ପ୍ରଶ୍ନ: ଜୀବନର ମୂଲ୍ୟ ଓ ଏହାର ଅର୍ଥ କ’ଣ?
ଉତ୍ତର: ଧର୍ମ, ଅର୍ଥ, କାମ ଓ ମୋକ୍ଷ ଏହି ଚାରୋଟି ଜିନିଷ ଜୀବନର ମୁଖ୍ୟ ଅର୍ଥ। ଜୀବନ ଜିଇବାର ଅର୍ଥ ହେଉଛି ଧର୍ମ, ସେହିପରି ଅର୍ଥ ଯଥା ବଞ୍ଚତ୍ବାକୁ ହେଲେ ଗୁଜୁରାଣ ମେଣ୍ଟାଇବା ପାଇଁ ପଇସା ରୋଜଗାର କରିବା, କାମ ଅର୍ଥାତ ଜୀବନରେ କର୍ମ ସର୍ବଦା ବିନା ଲୋଭ ଓ ଆଶାରେ କରିବା ଆବଶ୍ୟକ, ସେହିପରି ମୋକ୍ଷର ଅର୍ଥ ହେଉଛି ଠିକ୍‌ କାମ କରି ପୁଣ୍ୟ ଅର୍ଜନ କରି ଶେଷ ନିଃଶ୍ୱାସ ତ୍ୟାଗ କରିବା ସମୟରେ ମୋକ୍ଷ ପାଇବା। ଏହା କେବଳ ସନାତନ ଧର୍ମରେ ହିଁ ମଣିଷ ପ୍ରାପ୍ତ କରିଥାଏ।
ପ୍ରଶ୍ନ: ଖୁସି କ’ଣ କେବଳ ଧନ ଓ ସମ୍ପତ୍ତିରେ ମିଳିଥାଏ?
ଉତ୍ତର: ଧନ ସମ୍ପତ୍ତି ପ୍ରାପ୍ତ କରି ମଣିଷ ଜୀବନରେ କୌଣସି ଖୁସି ନ ଥାଏ। ମଣିଷ ତା’ ଜୀବନରେ ଯେଉଁ ଅର୍ଥ ଅର୍ଜନ କରିଥାଏ ତାହାକୁ କେବେ ଶେଷ ନିଃଶ୍ୱାସ ତ୍ୟାଗ କରିବା ସମୟରେ ସାଙ୍ଗରେ ନେଇ ନ ଥାଏ। ଏହା କେବଳ ମଣିଷ ମନରେ ଥିବା ଲୋଭ। ମଣିଷ ଅର୍ଜିଥିବା ଧନ ସମ୍ପତ୍ତିକୁ କେବଳ ଅନ୍ୟ ଲୋକ ଭୋଗ କରିଥାନ୍ତି। ଧନ ସମ୍ପତ୍ତି ଲୋଭକୁ ତ୍ୟାଗ କରି ମଣିଷ ଖୁସି ରହିବା ସହ ଭଲ କର୍ମ କରିବା ଲକ୍ଷ୍ୟ ରଖିବା ଆବଶ୍ୟକ।
ପ୍ରଶ୍ନ: ଆଧୁନିକ ଜୀବନରେ ଧ୍ୟାନ କରିବା କେତେ ଜରୁରୀ?
ଉତ୍ତର: ଧ୍ୟାନ କରିବା ଜୀବନର ମୂଳ ଲକ୍ଷ୍ୟ ରହିବା ଆବଶ୍ୟକ। ଧ୍ୟାନ କେବଳ ସନାତନ ଧର୍ମକୁ ଆପଣାଇବା ଦ୍ୱାରା ସହଜ ହୋଇ ପାରିଥାଏ। ଆଧୁନିକ ଜୀବନଶୈଳୀରେ ମଣିଷ ଏବେ ଅର୍ଥ ପଛରେ ଧାଉଁଛି, ଯାହାକି ରୋଗର ମୁଖ୍ୟ କାରଣ ପାଲଟୁଛି। ଆଧୁନିକ ଜୀବନଶୈଳୀରେ ଧ୍ୟାନ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ସୁସ୍ଥ ଜୀବନ ସମେତ ରୋଗମୁକ୍ତ ହେବାରେ ଏହି ଧ୍ୟାନ ବେଶ୍‌ ସହାୟକ ହୋଇଥାଏ। ମୁଖ୍ୟତଃ ଆଧୁନିକ ଜୀବନଶୈଳୀ ଆପଣାଇଥିବା ଲୋକ ଧ୍ୟାନ କରିବା ବହୁ ଜରୁରୀ।
ପ୍ରଶ୍ନ: ସନାତନ ଧର୍ମକୁ ନେଇ କ’ଣ ବିଚାର ରହିଛି ?
ଉତ୍ତର: ସନାତନ ଧର୍ମ ହେଉଛି ଶାନ୍ତିର ପ୍ରତୀକ। ଏହା ଆପଣାଇବା ଦ୍ୱାରା ଜୀବନ ଶୃଙ୍ଖଳିତ ହୋଇଥାଏ। ସନାତନ ଧର୍ମ ଦ୍ୱାରା ହିଁ ବିଶ୍ୱର ସୃଷ୍ଟି। ସନାତନ ଧର୍ମ ନେଇ ଜୀବନ ବିତାଇବାରେ କେବଳ କଲ୍ୟାଣ ପ୍ରାପ୍ତ ହୋଇଥାଏ।
ପ୍ରଶ୍ନ: ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ନେଇ କ’ଣ କହିବେ?
ଉତ୍ତର: ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଗ୍ରହଣୀୟ ନୁହେଁ। ଏଭଳି ପରିସ୍ଥିତି କେବଳ ରାଜନେତାଙ୍କ ଯୋଗୁ ଉପୁଜିଛି। ବିଶ୍ୱକୁ ରାଜନେତାମାନେ ନିଜ କୁଚକ୍ରାନ୍ତରେ ନଷ୍ଟ କରିବାରେ ବ୍ୟସ୍ତ ରହିଛନ୍ତି। ଏଭଳି ଭେଦଭାବନା ମଣିଷ ନିଜ ମନରୁ ହଟାଇବା ଆବଶ୍ୟକ। ମହାତ୍ମା ଗାନ୍ଧୀଙ୍କ ମାର୍ଗଦର୍ଶନରେ ମଣିଷ ଚାଲିବା ଆବଶ୍ୟକ।
ସାକ୍ଷାତକାର – ଶିଳ୍ପା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri