ଧ୍ୟାନ ଜୀବନକୁ ଶୃଙ୍ଖଳିତ, ରୋଗମୁକ୍ତ କରାଏ: ସର୍ବେଶ୍ୱର ଜୀ ମହାରାଜ

ଜୀବନରେ ଲୋଭ ରହିବା ଉଚିତ୍‌ ନୁହେଁ। ଶାନ୍ତି ଓ ମୋକ୍ଷ ଜୀବନର ମୂଳ ଲକ୍ଷ୍ୟ ରହିବା ଆବଶ୍ୟକ। ସଂସାର ମୋହମାୟାରେ ଛନ୍ଦି ହୋଇ ମଣିଷ ଆଦୌ ଧନସମ୍ପତ୍ତି ପ୍ରତି ପ୍ରଲୋଭିତ ନ ହୋଇ ସୁସ୍ଥ ଓ ଶାନ୍ତି ଜୀବନ ପାଇଁ ଆଧ୍ୟାତ୍ମିକ ପରିବେଶରେ ବସବାସ କରିବା ସହ ଧ୍ୟାନ କରିବା ଆବଶ୍ୟକ ବୋଲି କଟକ ଆଲାମଚାନ୍ଦ ବଜାରସ୍ଥିତ ସା ଶମ୍ବୁ ମନ୍ଦିର ନିକଟରେ ଏକ ପୂଜା କରିବାକୁ ଆସିଥିବା ସମୟରେ ସର୍ବେଶ୍ୱର ଜୀ ମହାରାଜ ଏହା କହିଛନ୍ତି। ସେ କର୍ପାତ୍ରୀ ମହାରାଜ ଓ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ। ଏଥିସହ ଅଖିଳ ଭାରତ ବର୍ଷୀୟ ଧର୍ମ ସଂଘର ସର୍ବଧାମ ଅଧ୍ୟକ୍ଷ ମଧ୍ୟ ସେ ରହିଛନ୍ତି। ବାରାଣସୀ କେଦାରଘାଟ ନିକଟସ୍ଥ କର୍ପାତ୍ରୀ ଧାମରେ ମଧ୍ୟ ତାଙ୍କର ଆଶ୍ରମ ରହିଛି। ସର୍ବେଶ୍ୱର ଜି ମହାରାଜଙ୍କ କଟକ ଆଗମନ ଅବସରରେ ତାଙ୍କ ସହ ସାକ୍ଷାତ୍‌କାର ସମୟରେ ଧରିତ୍ରୀ ପକ୍ଷରୁ ପଚରା ଯାଇଥିବା କିଛି ପ୍ରଶ୍ନ।

ପ୍ରଶ୍ନ: ଜୀବନର ମୂଲ୍ୟ ଓ ଏହାର ଅର୍ଥ କ’ଣ?
ଉତ୍ତର: ଧର୍ମ, ଅର୍ଥ, କାମ ଓ ମୋକ୍ଷ ଏହି ଚାରୋଟି ଜିନିଷ ଜୀବନର ମୁଖ୍ୟ ଅର୍ଥ। ଜୀବନ ଜିଇବାର ଅର୍ଥ ହେଉଛି ଧର୍ମ, ସେହିପରି ଅର୍ଥ ଯଥା ବଞ୍ଚତ୍ବାକୁ ହେଲେ ଗୁଜୁରାଣ ମେଣ୍ଟାଇବା ପାଇଁ ପଇସା ରୋଜଗାର କରିବା, କାମ ଅର୍ଥାତ ଜୀବନରେ କର୍ମ ସର୍ବଦା ବିନା ଲୋଭ ଓ ଆଶାରେ କରିବା ଆବଶ୍ୟକ, ସେହିପରି ମୋକ୍ଷର ଅର୍ଥ ହେଉଛି ଠିକ୍‌ କାମ କରି ପୁଣ୍ୟ ଅର୍ଜନ କରି ଶେଷ ନିଃଶ୍ୱାସ ତ୍ୟାଗ କରିବା ସମୟରେ ମୋକ୍ଷ ପାଇବା। ଏହା କେବଳ ସନାତନ ଧର୍ମରେ ହିଁ ମଣିଷ ପ୍ରାପ୍ତ କରିଥାଏ।
ପ୍ରଶ୍ନ: ଖୁସି କ’ଣ କେବଳ ଧନ ଓ ସମ୍ପତ୍ତିରେ ମିଳିଥାଏ?
ଉତ୍ତର: ଧନ ସମ୍ପତ୍ତି ପ୍ରାପ୍ତ କରି ମଣିଷ ଜୀବନରେ କୌଣସି ଖୁସି ନ ଥାଏ। ମଣିଷ ତା’ ଜୀବନରେ ଯେଉଁ ଅର୍ଥ ଅର୍ଜନ କରିଥାଏ ତାହାକୁ କେବେ ଶେଷ ନିଃଶ୍ୱାସ ତ୍ୟାଗ କରିବା ସମୟରେ ସାଙ୍ଗରେ ନେଇ ନ ଥାଏ। ଏହା କେବଳ ମଣିଷ ମନରେ ଥିବା ଲୋଭ। ମଣିଷ ଅର୍ଜିଥିବା ଧନ ସମ୍ପତ୍ତିକୁ କେବଳ ଅନ୍ୟ ଲୋକ ଭୋଗ କରିଥାନ୍ତି। ଧନ ସମ୍ପତ୍ତି ଲୋଭକୁ ତ୍ୟାଗ କରି ମଣିଷ ଖୁସି ରହିବା ସହ ଭଲ କର୍ମ କରିବା ଲକ୍ଷ୍ୟ ରଖିବା ଆବଶ୍ୟକ।
ପ୍ରଶ୍ନ: ଆଧୁନିକ ଜୀବନରେ ଧ୍ୟାନ କରିବା କେତେ ଜରୁରୀ?
ଉତ୍ତର: ଧ୍ୟାନ କରିବା ଜୀବନର ମୂଳ ଲକ୍ଷ୍ୟ ରହିବା ଆବଶ୍ୟକ। ଧ୍ୟାନ କେବଳ ସନାତନ ଧର୍ମକୁ ଆପଣାଇବା ଦ୍ୱାରା ସହଜ ହୋଇ ପାରିଥାଏ। ଆଧୁନିକ ଜୀବନଶୈଳୀରେ ମଣିଷ ଏବେ ଅର୍ଥ ପଛରେ ଧାଉଁଛି, ଯାହାକି ରୋଗର ମୁଖ୍ୟ କାରଣ ପାଲଟୁଛି। ଆଧୁନିକ ଜୀବନଶୈଳୀରେ ଧ୍ୟାନ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ସୁସ୍ଥ ଜୀବନ ସମେତ ରୋଗମୁକ୍ତ ହେବାରେ ଏହି ଧ୍ୟାନ ବେଶ୍‌ ସହାୟକ ହୋଇଥାଏ। ମୁଖ୍ୟତଃ ଆଧୁନିକ ଜୀବନଶୈଳୀ ଆପଣାଇଥିବା ଲୋକ ଧ୍ୟାନ କରିବା ବହୁ ଜରୁରୀ।
ପ୍ରଶ୍ନ: ସନାତନ ଧର୍ମକୁ ନେଇ କ’ଣ ବିଚାର ରହିଛି ?
ଉତ୍ତର: ସନାତନ ଧର୍ମ ହେଉଛି ଶାନ୍ତିର ପ୍ରତୀକ। ଏହା ଆପଣାଇବା ଦ୍ୱାରା ଜୀବନ ଶୃଙ୍ଖଳିତ ହୋଇଥାଏ। ସନାତନ ଧର୍ମ ଦ୍ୱାରା ହିଁ ବିଶ୍ୱର ସୃଷ୍ଟି। ସନାତନ ଧର୍ମ ନେଇ ଜୀବନ ବିତାଇବାରେ କେବଳ କଲ୍ୟାଣ ପ୍ରାପ୍ତ ହୋଇଥାଏ।
ପ୍ରଶ୍ନ: ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାର ନେଇ କ’ଣ କହିବେ?
ଉତ୍ତର: ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଗ୍ରହଣୀୟ ନୁହେଁ। ଏଭଳି ପରିସ୍ଥିତି କେବଳ ରାଜନେତାଙ୍କ ଯୋଗୁ ଉପୁଜିଛି। ବିଶ୍ୱକୁ ରାଜନେତାମାନେ ନିଜ କୁଚକ୍ରାନ୍ତରେ ନଷ୍ଟ କରିବାରେ ବ୍ୟସ୍ତ ରହିଛନ୍ତି। ଏଭଳି ଭେଦଭାବନା ମଣିଷ ନିଜ ମନରୁ ହଟାଇବା ଆବଶ୍ୟକ। ମହାତ୍ମା ଗାନ୍ଧୀଙ୍କ ମାର୍ଗଦର୍ଶନରେ ମଣିଷ ଚାଲିବା ଆବଶ୍ୟକ।
ସାକ୍ଷାତକାର – ଶିଳ୍ପା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri