Posted inଜାତୀୟ

ପାଲେଷ୍ଟାଇନ୍‌କୁ ସହାୟତାର ହାତ ବଢାଇଲା ଭାରତ

ନୂଆଦିଲ୍ଲୀ,୨୨ା୧୦: ଯୁଦ୍ଧ କ୍ଷତିଗ୍ରସ୍ତ ପାଲେଷ୍ଟାଇନ୍‌କୁ ସହାୟତାର ହାତ ବଢାଇଛି ଭାରତ। ଭାରତ ରବିବାର ୬.୫ ଟନ୍‌ ଡାକ୍ତରୀ ସହାୟତା ଏବଂ ୩୨ ଟନ୍‌ ରିଲିଫ୍‌ ସାମଗ୍ରୀ ପାଲେଷ୍ଟାଇନ୍‌ ପଠାଇଛି। ବାୟୁସେନାର ସି-୧୭ ପରିବହନ ବିମାନରେ ଏହିସବୁ ସହାୟତା ପଠାଯାଇଛି।

ବିମାନ ଇଜିପ୍ଟର ଏଲ୍‌-ଏରିଶ୍‌ ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସ୍ଥଳପଥରେ ଗାଜାକୁ ଯିବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରବିନ୍ଦ ବାଗ୍‌ଚୀ ଏକ୍ସ’ରେ ପୋଷ୍ଟ କରିଛନ୍ତି। ଏଥିରେ ଜୀବନ ରକ୍ଷାକାରୀ ଔଷଧ, ଅସ୍ତ୍ରୋପଚାର ଉପକରଣ, ତମ୍ବୁ, ସ୍ଲିପିଂ ବ୍ୟାଗ୍‌, ତାର୍‌ପୋଲିନ୍‌, ପରିମଳ ସାମଗ୍ରୀ, ଜଳ ବିଶୋଧକ ଟାବ୍‌ଲେଟ୍‌ ଆଦି ଜରୁରୀ ସାମଗ୍ରୀ ରହିଛି। ୩ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଲେଷ୍ଟିନୀୟ କର୍ତ୍ତୃପକ୍ଷ ଅଧ୍ୟକ୍ଷ ମହମ୍ମଦ ଆବ୍ବାସଙ୍କ ସହ ଫୋନ୍‌ରେ କଥା ହୋଇ ଗାଜା ହସ୍ପିଟାଲ ଆକ୍ରମଣରେ ସାଧାରଣ ଲୋକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସମସ୍ତ ପର୍ଯ୍ୟଟନକ୍ଷେତ୍ରକୁ ରାଜ୍ୟ ସରକାର ପରିଚାଳନା କରିବେ

ଦାରିଙ୍ଗବାଡି, ୨୧।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ଶୁକ୍ରବାର ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଟ୍ରଷ୍ଟର ସମ୍ପାଦକ ତଥା ବିଡ଼ିଓ…

ବାସନ୍ତୀକ ନବରାତ୍ର ପୂଜା : ଚନ୍ଦ୍ରଘଣ୍ଟା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୧।୩, (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି। ତୃତୀୟ ଦିବସ ଶନିବାରରେ ଦେବୀ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ…

ଭାରତ ପାଖରେ ମାତ୍ର ୯ ଦିନର ତେଲ ରିଜର୍ଭ ଅଛି, ମୋଦି ଖୋଲାଖୋଲି କୁହନ୍ତୁ ଯୁଦ୍ଧ ଭୁଲ୍‌; ବର୍ଷିଲେ ଓଓ୍ବାଇସି…

ହାଇଦ୍ରାବାଦ,୨୦।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ମୋଦି ସରକାରଙ୍କ ‘ମାଷ୍ଟରପ୍ଲାନ୍‌’! ବିନା ଡିଲ୍‌, ବିନା ଟୋଲ୍‌ରେ ହର୍ମୁଜରୁ ବାହାରିଲା ଭାରତୀୟ ଜାହାଜ; ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ,୨୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଏବେ…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଆଇପିଏଲ୍‌ ୨୦୨୬: ଚାମିରା, ନିସାଙ୍କା, କାମିନ୍ଦୁ ମେଣ୍ଡିସଙ୍କୁ ମିଳିଲା ଏନ୍‌ଓସି

କଲମ୍ବୋ, ୨୦ା୩: ଆଇପିଏଲ୍‌-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri