ଡାକ୍ତରୀ ଜୀବନ

ମଣିଷ ସୃଷ୍ଟିର ଇତିହାସ ଯେତେ ପୁରୁଣା, ହୁଏତ ସେତିକି ପୁରୁଣା ରୋଗୀ ଆଉ ଚିକିତ୍ସକଙ୍କ ମଧ୍ୟରେ ସମ୍ପର୍କ। ତେଣୁ ମୁନିଋଷି, ଦାର୍ଶନିକ, ରାଜା ମହାରାଜା, ଏପରିକି ଚିକିତ୍ସକମାନେ ମଧ୍ୟ ରୋଗୀ ଏବଂ ଚିକିତ୍ସକଙ୍କ ପାରସ୍ପରିକ ସମ୍ବନ୍ଧକୁ ନେଇ ବିଶେଷ ଆଲୋକପାତ କରିଯାଇଛନ୍ତି; ଏହାର ସୀମା ସରହଦକୁ ନିର୍ଦ୍ଧାରଣ କରି ଦେଇଛନ୍ତି। ଚିକିତ୍ସକ ଗୋଷ୍ଠୀଙ୍କୁ ଏକ ବିଶିଷ୍ଟ ସମ୍ପ୍ରଦାୟର ବିଶେଷଜ୍ଞ ରୂପେ ସମାଜ ସ୍ବୀକୃତି ଦେଇଛି। ସେମାନେ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର। ତେଣୁ ସେମାନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୃତ୍ତିଧାରୀ ବ୍ୟକ୍ତିମାନଙ୍କ ପାଇଁ ଏତେ ଅଙ୍କୁଶ, ନିୟମକାନୁନ, ଆଚରଣବିଧି, ଶପଥ, ଅନୁଶାସନ ଇତ୍ୟାଦିର ଶାସ୍ତ୍ରୀୟ ମାନ୍ୟତା ନାହିଁ।
ହିପୋକ୍ରେଟିସ୍‌ ଆଧୁନିକ ଚିକିତ୍ସା ପଦ୍ଧତିର ଜନକ ରୂପେ ସମ୍ମାନିତ। ଚିକିତ୍ସକମାନଙ୍କୁ ଦାର୍ଶନିକ ଗୋଷ୍ଠୀ ସହ ତୁଳନା କରି ସେମାନଙ୍କୁ ଈଶ୍ୱରଙ୍କର ପ୍ରତିଭୂ ଭାବରେ ଅଭିହିତ କରିଯାଇଥିଲେ ହିପୋକ୍ରେଟିସ୍‌। ସେ କହିଥିଲେ, ‘ମୁଁ ଜଣେ ଚିକିତ୍ସକ। ରୋଗୀର ସର୍ବବିଧ ମଙ୍ଗଳ କରିବା ହିଁ ମୋର ପରମ କର୍ତ୍ତବ୍ୟ ବୋଲି ମୁଁ ମନେକରେ। ରୋଗୀର ସଂସ୍ପର୍ଶରେ ଆସିବାମାତ୍ରେ ମୋ’ଠାରେ ସୃଷ୍ଟି ହୋଇପଡ଼େ ସଦ୍‌ଭାବନାର ଏକ ଜୁଆର। କୁତ୍ସିତ ଭାବନା, ଅନ୍ୟାୟ ଆଚରଣ, ଅନିଷ୍ଟକର ଚିନ୍ତା ଇତ୍ୟାଦି ମୋ ମନରୁ ଅପସରିଯାଏ।
କଥିତ ଅଛି ଯେ, ରାଜା ନବମ ଚାର୍ଲସ୍‌ ତାଙ୍କୁ ଟିକିଏ ଅଧିକ ଆନ୍ତରିକତାର ସହ ଚିକିତ୍ସା କରିବା ପାଇଁ ନିଜ ଚିକିତ୍ସକ ଆମ୍ବୋଏସ୍‌ ପାରେଙ୍କୁ ଅନୁରୋଧ କଲେ। କୌଣସି ସଙ୍କୋଚ ନ କରି ଡାକ୍ତର ପାରେ ତାଙ୍କୁ ଉତ୍ତର ଦେଇଥିଲେ ଯେ, ‘ମଣିମା, ରାଜା ଆଉ ରଙ୍କ ଉଭୟଙ୍କୁ ମୁଁ ସମାନ ଯତ୍ନ ଓ ଆନ୍ତରିକତାର ସହ ଚିକିତ୍ସା କରିଥାଏ।’
ଆପଣମାନେ ଜର୍ମାନୀ ଜନ୍ମିତ ଡା. ଆଲ୍‌ବର୍ଟ ସ୍ବେଇଜରଙ୍କ ନଁା ଶୁଣିଥିବେ। ସେ ଥିଲେ ଜଣେ ମାନବବାଦୀ ଡାକ୍ତର। ୧୯୫୨ ମସିହାରେ ଶାନ୍ତି ପାଇଁ ସେ ନୋବେଲ ପୁରସ୍କାର ପାଇଥିଲେ। ତାଙ୍କୁ ୩୦ ବର୍ଷ ହେଲା ବେଳକୁ ସେ ଥିଲେ ଷ୍ଟ୍ରାସବରୋ ବିଶ୍ୱବିଦ୍ୟାଳୟର ଦର୍ଶନ ଏବଂ ଧର୍ମବିଜ୍ଞାନର ପ୍ରଫେସର। ମାତ୍ର ହଠାତ୍‌ ସେ ତାହା ଛାଡ଼ିଦେଇ ସେହି ବିଶ୍ୱବିଦ୍ୟାଳୟରେ ଡାକ୍ତରୀ ପଢ଼ିବା ପାଇଁ ନଁା ଲେଖାଇଲେ। ଡାକ୍ତର ହୋଇ ସାରି ଆମୃତ୍ୟୁ ଆଫ୍ରିକାର ଦୁଃସ୍ଥ ବ୍ୟକ୍ତିମାନଙ୍କର ଚିକିତ୍ସାରେ ମନପ୍ରାଣ ଢାଳି ଦେଇଥିଲେ।
ସେ ଯାହାହେଉ, ଚିକିତ୍ସକମାନଙ୍କର ଜୀବନ ବଡ଼ ଚାପଗ୍ରସ୍ତ ଜୀବନ। ମାନସିକ ଚାପର ତୀବ୍ରତା ଜଣାପଡ଼େ ଶରୀର ଭିତରେ କାର୍ଟିସଲ ନାମକ ହରମୋନ କ୍ଷରଣରୁ। ଜଣେ ସାଧାରଣ ତଥା ସ୍ବାଭାବିକ ଚାପଗ୍ରସ୍ତ ବ୍ୟକ୍ତିର ରକ୍ତରେ କର୍ଟିସଲ୍‌ର ମାତ୍ରା ୧୧୦ ମିଲିଲିଟର ପିଛା ୧୦ରୁ ୨୦ ମାଇକ୍ରୋଗ୍ରାମ ଭିତରେ। ଅଥଚ ଜଣେ ସର୍ଜନ ଓ ଆନାଏସ୍‌ଥେଟିଷ୍ଟଙ୍କଠାରେ ଏହି ମାତ୍ରା ୧୦ରୁ ୧୫ ଗୁଣ ବୃଦ୍ଧି ପାଇ ଦିନେ ଦିନେ ୧୫୦ ମାଇକ୍ରୋଗ୍ରାମ୍‌କୁ ଅତିକ୍ରମ କରିଯାଏ। କର୍ଟିସଲ୍‌ର ଏହି ମାତ୍ରା ବୃଦ୍ଧିର ପ୍ରଭାବ ସେମାନଙ୍କ ପ୍ରତି ଆଦୌ ଅନୁକୂଳ ହୋଇ ନ ଥାଏ। ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ଅନ୍ୟମାନଙ୍କ ତୁଳନାରେ ଭାରତୀୟ ଡାକ୍ତରମାନେ ୧୦ ବର୍ଷ ଆଗରୁ ମୃତ୍ୟୁବରଣ କରିଥାଆନ୍ତି।
ଡାକ୍ତରମାନେ ଆମରି ଭଳି ସାଧାରଣ ମଣିଷ। ସେମାନେ ମଧ୍ୟ ଆମ ଭଳି ସୁଖ, ଦୁଃଖ, ଶୋକ, ବିଷାଦ, ମାନସିକ ଚାପର ଶିକାର ହୋଇଥାଆନ୍ତି। ସେମାନଙ୍କର ମଧ୍ୟ ରହିଥାଏ ପାରିବାରିକ ସମସ୍ୟା, ସ୍ବାମୀ-ସ୍ତ୍ରୀ, ସନ୍ତାନ ଏବଂ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା। ସେମାନେ ମଧ୍ୟ ପରିବାର ସହ ସୁଖକର ଜୀବନ ବିତାଇବାକୁ ଚାହିଁଥାଆନ୍ତି। ହେଲେ ଏଥିପାଇଁ ସେମାନେ ପର୍ଯ୍ୟାପ୍ତ ସମୟ ଦେଇପାରନ୍ତି ନାହିଁ। କାରଣ ସେମାନଙ୍କୁ ସର୍ବଦା ଚାପଗ୍ରସ୍ତ ହୋଇ ରହିବାକୁ ପଡ଼ିଥାଏ। ରୋଗୀଙ୍କ ଚିନ୍ତାରେ କଟାଇବାକୁପଡ଼େ ନିଦ୍ରାହୀନ ରାତି। ସର୍ବଦା ରହିବା ପାଇଁ ପଡ଼େ ଉତ୍କଣ୍ଠିତ ଏବଂ ଉଦ୍‌ବିଗ୍ନ। ଅତ୍ୟଧିକ ମାନସିକ ଚାପର କୁପ୍ରଭାବ ସେମାନଙ୍କୁ ଭୋଗିବାକୁ ପଡ଼େ ହୃଦ୍‌ରୋଗ, ଷ୍ଟ୍ରୋକ୍‌, ଉଚ୍ଚ ରକ୍ତଚାପ, ଡାଇବେଟିସ୍‌ ଏପରି କି କ୍ୟାନ୍‌ସର ମଧ୍ୟ। ଅନେକେ ବୃଥାଟାରେ ରୋଗୀଙ୍କର ଆତ୍ମୀୟମାନଙ୍କ କ୍ରୋଧ ତଥା ହିଂସାତ୍ମକ ଆଚରଣର ଶରବ୍ୟ ହୋଇପଡ଼ନ୍ତି।
ଆମେ କ’ଣ କେବେ ସଚେତନ ଯେ, ଆମକୁ ଚିକିତ୍ସା କରିବା କାରଣରୁ ହିଁ ଡାକ୍ତରମାନେ ମାରାତ୍ମକ ଭୂତାଣୁ ସଂକ୍ରମିତ ହୋଇପଡ଼ିବା ପାଇଁ ବାଧ୍ୟ ହୋଇଥାଆନ୍ତି ବୋଲି? କୋଭିଡ୍‌ ମହାମାରୀ ସମୟରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତରମାନଙ୍କ ମଧ୍ୟରୁ ଅନେକ ମୃତ୍ୟୁମୁଖରେ ପଡ଼ିଥିବା ବିଷୟ ଆପଣଙ୍କର ହୁଏତ ମନେଥାଇପାରେ। ପ୍ରସବ ବେଦନା ଯୋଗୁ ଗର୍ଭସ୍ଥ ସନ୍ତାନ ଭୂମିଷ୍ଠ ନ ହେବା ପର୍ଯ୍ୟନ୍ତ ଯେ ପ୍ରସୂତିଙ୍କ ଉପରେ ବାରମ୍ବାର ନିଘା ରଖିବାକୁ ହୁଏ। ଏହା କ’ଣ ସେହି ପ୍ରସୂତିମାନଙ୍କର ଆତ୍ମୀୟଙ୍କୁ ଜଣା? ମସ୍ତିଷ୍କରେ ଅପରେଶନ କରୁଥିବା ସର୍ଜନମାନେ ଯେ ଖାଇବା ଶୋଇବାକୁ ଜଳାଞ୍ଜଳି ଦେଇ ୮-୧୦ ଘଣ୍ଟା ଅପରେଶନରେ ରତ ରହିଥାଆନ୍ତି, ଏ ବିଷୟରେ ଆମ ଭିତରୁ କେତେଜଣ ଅବା ସେମାନଙ୍କ ପ୍ରତି ସମବ୍ୟଥି? ଯେଉଁ ରୋଗୀର ଘାଆ ଗନ୍ଧରେ ତା’ର ନିକଟତମ ଆତ୍ମୀୟଙ୍କର ବି ଅଇ ଉଠେ, ସେହି ଗନ୍ଧକୁ ତ ପୁଣି ସମ୍ଭାଳିବା ପାଇଁ ପଡ଼ିଥାଏ ଡାକ୍ତରମାନଙ୍କୁ। ପଚାଶଢ଼ା ପୋକ ସାଲୁବାଲୁ ଶବକୁ ତ ପୁଣି ଡାକ୍ତରମାନଙ୍କୁ ବ୍ୟବଚ୍ଛେଦ କରିବା ପାଇଁ ପଡ଼ିଥାଏ। ଏହିପରି ଆହୁରି କେତେ ଦୃଷ୍ଟାନ୍ତ ରହିଛି।
ସୁତରାଂ ବନ୍ଧୁଗଣ! ଦୟାକରି ଡାକ୍ତରମାନଙ୍କର ସମସ୍ୟା ପ୍ରତି ସହାନୁଭୂତିଶୀଳ ହୁଅନ୍ତୁ। ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତୁ। ଏପରି କରିବା ଦ୍ୱାରା ସେମାନଙ୍କ ପ୍ରତି ଆପଣଙ୍କର ଅନୁକମ୍ପା ନୁହେଁ, ଏହା ଆପଣଙ୍କର ଅନ୍ୟତମ ସାମାଜିକ କର୍ତ୍ତବ୍ୟ।
ସମାଜରେ ଚିକିତ୍ସକମାନଙ୍କ ଅମୂଲ୍ୟ ଅବଦାନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ଭାରତରେ ପ୍ରତିବର୍ଷ ଜୁଲାଇ ୧ ତାରିଖରେ ପାଳିତ ହୋଇଥାଏ ଜାତୀୟ ଡାକ୍ତର ଦିବସ (ନ୍ୟାଶନାଲ ଡକ୍ଟର୍ସ ଡେ)। ୧୮୮୨ ମସିହାରେ ଏହି ତାରିଖରେ ଭୂମିଷ୍ଠ ହୋଇଥିଲେ ଓ ୧୯୬୨ ମସିହାରେ ସମାନ ତାରିଖରେ ଦିବଂଗତ ହୋଇଥିଲେ ବିଖ୍ୟାତ ଚିକିତ୍ସକ ଡା. ବିଧାନ ଚନ୍ଦ୍ର ରାୟ। ଇଂଲଣ୍ଡରେ ସେ ପ୍ରାପ୍ତ ହୋଇଥିଲେ ଏସ୍‌ଆରପିସି ଏବଂ ଏଫ୍‌ଆରପିସି ଡିଗ୍ରୀ। ୧୯୪୮ରୁ ୧୯୬୨ ମସିହା (ମୃତ୍ୟୁ ପର୍ଯ୍ୟନ୍ତ) ପର୍ଯ୍ୟନ୍ତ ସେ ରହିଆସିଥିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ। ସେ ମଧ୍ୟ ଥିଲେ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ। ୧୯୬୧ରେ ତାଙ୍କୁ ସମ୍ମାନଜନକ ଭାରତରତ୍ନରେ ଭୂଷିତ କରାଯାଇଥିଲା। ରୋଗ ଚିହ୍ନିବାରେ ସେ ଥିଲେ ଜଣେ କିମ୍ବଦନ୍ତୀ। ରୋଗ ଚିହ୍ନିବାରେ ତାଙ୍କଠାରେ ଏକ ଷଷ୍ଠ ଇନ୍ଦ୍ରିୟ ସକ୍ରିୟ ଥିଲା ବୋଲି ଡାକ୍ତରମାନେ ବିଶ୍ୱାସ କରୁଥିଲେ। କାନାଡ଼ିଆନ୍‌ ଡାକ୍ତର ସାର୍‌ ଉଇଲିୟମ ଓସ୍‌ଲର କହିଥିଲେ, ‘ଡାକ୍ତର ହେଉଛନ୍ତି ଦୁଇ କିସମର-ଉତ୍ତମ ଡାକ୍ତର ବା ଗୁଡ୍‌ ଡକ୍ଟରସ୍‌ ଏବଂ ମହାନ୍‌ ଡାକ୍ତର ବା ଗ୍ରେଟ୍‌ ଡକ୍ଟରସ୍‌।
ଏହା ହିଁ ଡାକ୍ତରଙ୍କ ଜୀବନ। ତିଳ ତିଳ ହୋଇ କ୍ଷୟ ପାଇ ଚାଲିଥିବା ଜୀବନ! ତଥାପି ଜର୍ମାନୀ ଚିକିତ୍ସକ ପାରାସେଲସସ ଡାକ୍ତରମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ‘ହେ ଡାକ୍ତର ବନ୍ଧୁଗଣ! ରୋଗୀମାନେ ହିଁ ତୁମର ପାଠ୍ୟ ପୁସ୍ତକ, ରୋଗୀମାନଙ୍କର ଶଯ୍ୟା ହିଁ ତୁମର ପଠନାଗାର ଏବଂ ତୁମେ ଆଜୀବନ ପଠନପ୍ରାର୍ଥୀ।

ଡା. ନିତ୍ୟାନନ୍ଦ ସ୍ବାଇଁ
– ଅଭୀପ୍‌ସା, ସେକ୍ଟର-୬, ପ୍ଲଟ୍‌ ନଂ.-୧୧୩୧, ଅଭିନବ ବିଡ଼ାନାସୀ, କଟକ-୧୪
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri