ବିନା ଯୋଗ୍ୟତାରେ ଡାକ୍ତରୀ ଡିଗ୍ରୀ

ଖୋର୍ଦ୍ଧା ଅଫିସ,୧ା୫: ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ୨୦୨୦-୨୧ ବ୍ୟାଚ୍‌ରେ ବିନା ଏନ୍‌ଇଇଟିରେ ୨ଜଣ ଛାତ୍ରୀଛାତ୍ର ଆୟୁର୍ବେଦ ଡାକ୍ତରୀ ପାଠ ପଢ଼ୁଥିବା ନେଇ ଏକ ଖବର ଗତ ଜାନୁୟାରୀ ୧୦ତାରିଖ ଧରିତ୍ରୀରେ ପ୍ରକାଶ ପାଇଥିଲା। ଉକ୍ତ ଘଟଣାକୁ ୩ମାସ ବିତିଥିବାବେଳେ ଆୟୁଷ ନିର୍ଦ୍ଦେଶକ ନିକଟରେ ଏହାର ଯାଞ୍ଚ ଆରମ୍ଭ କରିଛନ୍ତି। ତଦନ୍ତରେ ଶିଥିଳତା କାରଣରୁ ଏହାର ଅଗ୍ରଗତି ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅପରପକ୍ଷେ ଆଉ ଏକ ବଡ଼ ତଥ୍ୟ ସାମ୍‌ନାକୁ ଆସିଛି। ବିନା ଏନ୍‌ଇଇଟିରେ ୨୦୧୬ରେ ଜଣେ ଛାତ୍ରୀ ନାମ ଲେଖାଇ ପାସ୍‌ କରିଥିବାବେଳେ ୨୦୧୭ରେ ଦୁଇଜଣ ଛାତ୍ରୀଛାତ୍ର ପାଠପଢା ପରେ ଏକବର୍ଷିଆ ହାଉସ ସର୍ଜନ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ର଼୍ୟାକେଟ ପଛରେ କଲେଜଠାରୁ ଆରମ୍ଭ କରି ଆୟୂଷ ବିଭାଗର କେତେଜଣ ଅଧିକାରୀଙ୍କ ମଧ୍ୟ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ହେଉଛି। ଏହି କଲେଜର ନାମଲେଖା କେଳେଙ୍କାରୀ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ଅନ୍ୟପକ୍ଷରେ ଏହି ଘଟଣାର ନିରପେକ୍ଷ ତଦନ୍ତ ଲାଗି ପୁରୀ ସଚେତନ ନାଗରିକ ମଞ୍ଚ ଆବାହକ ପ୍ରସନ୍ନ କୁମାର ଦାସ ଗତ ୫ତାରିଖରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗୋପବନ୍ଧୁ ଆୟୁର୍ବେଦ କଲେଜରେ ୨୦୧୬ରେ ଜଣେ ଛାତ୍ରୀ ଏବଂ ୨୦୧୭ରେ ୨ଜଣ ଛାତ୍ରୀଛାତ୍ର ବିନା ଓଜେଇ ଏବଂ ଏନ୍‌ଇଇଟି ର଼୍ୟାଙ୍କରେ ଏଠାରେ ପାଠ ପଢ଼ିଥିବା ଜଣାପଡିଛି। ୨୦୧୬ ଓ ୨୦୧୭ ବର୍ଷରେ ଓଜେଇ ପକ୍ଷରୁ ପ୍ରକାଶିତ ଫଳାଫଳ ତାଲିକାରେ ଉକ୍ତ ୩ଜଣଙ୍କ ନାମ ଉଲ୍ଲେଖ ନାହିଁ। କଲେଜ କର୍ତ୍ତୃପକ୍ଷ ୩୧।୮।୨୦୨୨ରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଚିଠି କ୍ରମାଙ୍କ ଇସି-୧/୧୧୦୭୮/୧୫।୭।୨୨ ଅନୁସାରେ ବିଏଏମ୍‌ଏସ୍‌(ଆୟୁର୍ବେଦାଚାର୍ଯ୍ୟ)-୨୦୨୦ରେ ୨୯ଜଣ ଛାତ୍ରୀଛାତ୍ର ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣାଇଥିଲେ। ଏପରି କି ୧୨ମାସିଆ ବାଧ୍ୟତାମୂଳକ ଇଣ୍ଟର୍ନଶିପ୍‌ ତାଲିମ(୨୨।୭।୨୧ ଠାରୁ ୨୧।୭।୨୨) ସମାପ୍ତ କରିଥିବା ମଧ୍ୟ ଜଣାଇଥିଲେ। ସେଥିରେ ୨୦୧୬ରେ ନାମ ଲେଖାଇଥିବା ସମ୍ପୃକ୍ତା ଛାତ୍ରୀଙ୍କ ନାମ ଉଲ୍ଲେଖ କରାଯାଇଛି। ସେହିଭଳି ଉତ୍କଳ ବିଶ୍ୱବିଦ୍ୟାଳୟ ନୋଟିସ ନମ୍ବର ଇସିଆଇ/୧୧୨୮୪/୯।୬।୨୨ ଉପରେ କଲେଜ କର୍ତ୍ତୃପକ୍ଷ ଚିଠି ନଂ ୩୦୩୬/ଜିଏମପୁରୀ/୧୬।୬।୨୨ରେ ଉତ୍ତର ଦେଇଥିଲେ। ସେଥିରେ ଡିସେମ୍ବେର-୨୧ ସୁଦ୍ଧା ବିଏଏମ୍‌ଏସ୍‌ରେ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ଏକବର୍ଷିଆ ହାଉସ ସର୍ଜନ ଭାବେ କାର୍ଯ୍ୟ କରିବା ଲାଗି ୨୮ଜଣିଆ ତାଲିକା ପ୍ରଦାନ କରିଥିଲେ। ଯେଉଁଥିରେ ୨୦୧୭ରେ ବିନା ଏନ୍‌ଇଇଟିରେ ନାମ ଲେଖାଇଥିବା ଜଣେ ଛାତ୍ରୀଙ୍କ ( ଗ୍ରୁପ୍‌-ସି- ପ୍ରସୂତି ବିଭାଗ) ଏବଂ ଜଣେ ଛାତ୍ରଙ୍କ(ଗ୍ରୁପ୍‌-ଇ- ଇଏନ୍‌ଟି ବିଭାଗ)ରେ ନାମ ଉଲ୍ଲେଖ ରହିଛି। ତେଣୁ ଏହି ଘଟଣାରେ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ନାମଲେଖାରେ ବଡ଼ ର଼୍ୟାକେଟ ଚାଲୁଥିବା ଜଣାପଡ଼ିଛି। ଓଜେଇ ଏବଂ ଏନ୍‌ଇଇଟିରେ ଯୋଗ୍ୟତା ହାସଲ କରି ନ ଥିବା ଛାତ୍ରୀଛାତ୍ରଙ୍କଠାରୁ ମୋଟା ଅଙ୍କ ନେଇ ନାମଲେଖା ସୁଯୋଗ ଦିଆଯାଉଥିବା ଅଭିଯୋଗ ହେଉଛି। ଏଥିରେ କଲେଜର ଏକାଧିକ ବ୍ୟକ୍ତିଙ୍କ ସମେତ ରାଜ୍ୟ ଆୟୁଷ ବିଭାଗର ଅସାଧୁ କର୍ମଚାରୀଙ୍କ ସଂପୃକ୍ତି ରହିଥିବା ଜଣାପଡିଛି। ପିଲାମାନଙ୍କୁ ଠକି ଏଭଳି କିଛି ବ୍ୟକ୍ତି କରୁଥିବା ଅଭିଯୋଗ ହୋଇଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ୨୦୨୧-୨୨ରେ ଜଣେ ଛାତ୍ର କଲେଜରେ ବିନା ନାମଲେଖାରେ ଏଠାରେ ଚାଲିଥିବା ଇଣ୍ଟରନାଲ ପରୀକ୍ଷା ଦେଉଥିବାବେଳେ ପରୀକ୍ଷା ନିରୀକ୍ଷକଙ୍କ ହାତରେ ଧରାପଡିଥିଲେ। ପରେ ଏହି ଘଟଣା ସାମ୍‌ନାକୁ ଆସିବା ପରେ କଲେଜ କର୍ତ୍ତୃପକ୍ଷ ଚାପି ଦେବାକୁ ଉଦ୍ୟମ କରିଥିଲେ। ଏପରି କି ସେହି ଖାତା ମୂଲ୍ୟାଙ୍କନ ପାଇଁ ଆଭ୍ୟନ୍ତରୀଣ ପରୀକ୍ଷକଙ୍କ ପାଖକୁ ଯାଇଥିଲା। ହେଲେ ଖାତା ମୂଲ୍ୟାଙ୍କନ କରାନଯାଇ ତାଙ୍କ ନିକଟରେ ରହିଛି। ଏହି ଘଟଣା ସମ୍ପର୍କରେ ସମସ୍ତ ପରୀକ୍ଷାର୍ଥୀ, ପରୀକ୍ଷା ନିରୀକ୍ଷକ ଏବଂ ପ୍ରଥମ ବର୍ଷର ବିଭାଗୀୟ ମୁଖ୍ୟମାନେ ଜାଣିଥିଲେ ମଧ୍ୟ ଏହାକୁ ନୀରବ ସମର୍ଥନ ଦେଉଛନ୍ତି। କେତେକ ବିଭାଗୀୟ ମୁଖ୍ୟ ଆଭ୍ୟନ୍ତରୀଣ କମିଟି ସଭ୍ୟ ରହିଥିଲେ, ସେମାନେ ମଧ୍ୟ ଅଧ୍ୟକ୍ଷଙ୍କୁ ନୀରବ ସମର୍ଥନ ଦେଉଥିବା କୁହାଯାଇଛି। ଅନ୍ୟପଟେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଆୟୁର୍ବେଦ କଲେଜର କେତେଜଣ ଛାତ୍ରୀଛାତ୍ର ଧାରାବାହିକ ଭାବେ ଏଠାରେ ବିନା କୌଣସି ପ୍ରମାଣପତ୍ରରେ କଲେଜରେ ଅଧ୍ୟୟନ କରୁଥିବା ଜଣାପଡିଛି। ଏଥିରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସାଧାରଣରେ ଦାବି ହୋଇଛି। ଅନ୍ୟପଟେ ଧରିତ୍ରୀରେ ପ୍ରକାଶିତ ଖବରକୁ ଆଧାର କରି କଲେଜ ଅଧ୍ୟକ୍ଷ ଘଟଣାର ଅନ୍ତରୀଣ ତଦନ୍ତ ଲାଗି ୯ଜଣିଆ କମିଟି ଗଠନ କରିଥିଲେ। ୭ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଥିଲେ। ତେବେ ତଦନ୍ତ ରିପୋର୍ଟ ସମ୍ପର୍କରେ କମିଟି ସଦସ୍ୟ ଅଥବା କଲେଜ ଅଧ୍ୟକ୍ଷ କେହି ମୁହଁ ଖୋଲୁ ନାହାନ୍ତି। ଏନେଇ ରାଜ୍ୟ ଆୟୁଷ ନିର୍ଦ୍ଦେଶକ କଲ୍ୟାଣ କୁମାର ରଥ କୁହନ୍ତି, ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଓଜେଇ, ଏନ୍‌ଇଇଟି ଏବଂ ନକଲି ସାର୍ଟିଫିକେଟ ଦେଇ ପିଲାମାନେ ଏଠାରେ ଅଧ୍ୟୟନ କରୁଥିବା ନେଇ ଅଭିଯୋଗ ହସ୍ତଗତ ହୋଇଛି। ଘଟଣାର ସବିଶେଷ ଯାଞ୍ଚ କରାଯିବ। ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ଲହଡ଼ିରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପୁରୀ,୩୦।୩(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍‌ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ…

ଆସ ଷ୍ଟେଶନରେ ଛାଡିଦେବୁ କହି ମହିଳାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର,୩୦।୩: ରାଜଧାନୀରେ ଚାଞ୍ଚଲ୍ୟ। ମହିଳାଙ୍କୁ ଷ୍ଟେଶନରେ ଛାଡିଦେବାକୁ କହି ଗଣବଳାତ୍କାର କଲେ ୨ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗର…

ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି ବୟାନ ଦେଲେ ଯୁବରାଜ ସିଂହ, ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୩୦।୩: IPL 2026 ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଧମାକାଦାର ଇନିଂସ ଖେଳି ରୋହିତ ଶର୍ମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୋହିତଙ୍କ…

ଯୁଦ୍ଧ ନୁହେଁ ମହାଯୁଦ୍ଧର ପ୍ରସ୍ତୁତି, ଆମେରିକା କରୁଛି ଏହି ବଡ଼ ଯୋଜନା

ଓ୍ବାଶିଂଟନ,୩୦।୩:ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବାର ୩୧ଦିନ ବିତିଗଲାଣି, ତଥାପି ଏହାର ଗତିପଥ ଅନିର୍ଦ୍ଦିଷ୍ଟ ରହିଛି । ଏହି ସମୟରେ, ଇରାନ ଉପରେ ଆମେରିକାର ସମ୍ଭାବ୍ୟ ସ୍ଥଳ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri