ବିନା ଯୋଗ୍ୟତାରେ ଡାକ୍ତରୀ ଡିଗ୍ରୀ

ଖୋର୍ଦ୍ଧା ଅଫିସ,୧ା୫: ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ୨୦୨୦-୨୧ ବ୍ୟାଚ୍‌ରେ ବିନା ଏନ୍‌ଇଇଟିରେ ୨ଜଣ ଛାତ୍ରୀଛାତ୍ର ଆୟୁର୍ବେଦ ଡାକ୍ତରୀ ପାଠ ପଢ଼ୁଥିବା ନେଇ ଏକ ଖବର ଗତ ଜାନୁୟାରୀ ୧୦ତାରିଖ ଧରିତ୍ରୀରେ ପ୍ରକାଶ ପାଇଥିଲା। ଉକ୍ତ ଘଟଣାକୁ ୩ମାସ ବିତିଥିବାବେଳେ ଆୟୁଷ ନିର୍ଦ୍ଦେଶକ ନିକଟରେ ଏହାର ଯାଞ୍ଚ ଆରମ୍ଭ କରିଛନ୍ତି। ତଦନ୍ତରେ ଶିଥିଳତା କାରଣରୁ ଏହାର ଅଗ୍ରଗତି ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅପରପକ୍ଷେ ଆଉ ଏକ ବଡ଼ ତଥ୍ୟ ସାମ୍‌ନାକୁ ଆସିଛି। ବିନା ଏନ୍‌ଇଇଟିରେ ୨୦୧୬ରେ ଜଣେ ଛାତ୍ରୀ ନାମ ଲେଖାଇ ପାସ୍‌ କରିଥିବାବେଳେ ୨୦୧୭ରେ ଦୁଇଜଣ ଛାତ୍ରୀଛାତ୍ର ପାଠପଢା ପରେ ଏକବର୍ଷିଆ ହାଉସ ସର୍ଜନ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ର଼୍ୟାକେଟ ପଛରେ କଲେଜଠାରୁ ଆରମ୍ଭ କରି ଆୟୂଷ ବିଭାଗର କେତେଜଣ ଅଧିକାରୀଙ୍କ ମଧ୍ୟ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ହେଉଛି। ଏହି କଲେଜର ନାମଲେଖା କେଳେଙ୍କାରୀ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ଅନ୍ୟପକ୍ଷରେ ଏହି ଘଟଣାର ନିରପେକ୍ଷ ତଦନ୍ତ ଲାଗି ପୁରୀ ସଚେତନ ନାଗରିକ ମଞ୍ଚ ଆବାହକ ପ୍ରସନ୍ନ କୁମାର ଦାସ ଗତ ୫ତାରିଖରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗୋପବନ୍ଧୁ ଆୟୁର୍ବେଦ କଲେଜରେ ୨୦୧୬ରେ ଜଣେ ଛାତ୍ରୀ ଏବଂ ୨୦୧୭ରେ ୨ଜଣ ଛାତ୍ରୀଛାତ୍ର ବିନା ଓଜେଇ ଏବଂ ଏନ୍‌ଇଇଟି ର଼୍ୟାଙ୍କରେ ଏଠାରେ ପାଠ ପଢ଼ିଥିବା ଜଣାପଡିଛି। ୨୦୧୬ ଓ ୨୦୧୭ ବର୍ଷରେ ଓଜେଇ ପକ୍ଷରୁ ପ୍ରକାଶିତ ଫଳାଫଳ ତାଲିକାରେ ଉକ୍ତ ୩ଜଣଙ୍କ ନାମ ଉଲ୍ଲେଖ ନାହିଁ। କଲେଜ କର୍ତ୍ତୃପକ୍ଷ ୩୧।୮।୨୦୨୨ରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଚିଠି କ୍ରମାଙ୍କ ଇସି-୧/୧୧୦୭୮/୧୫।୭।୨୨ ଅନୁସାରେ ବିଏଏମ୍‌ଏସ୍‌(ଆୟୁର୍ବେଦାଚାର୍ଯ୍ୟ)-୨୦୨୦ରେ ୨୯ଜଣ ଛାତ୍ରୀଛାତ୍ର ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣାଇଥିଲେ। ଏପରି କି ୧୨ମାସିଆ ବାଧ୍ୟତାମୂଳକ ଇଣ୍ଟର୍ନଶିପ୍‌ ତାଲିମ(୨୨।୭।୨୧ ଠାରୁ ୨୧।୭।୨୨) ସମାପ୍ତ କରିଥିବା ମଧ୍ୟ ଜଣାଇଥିଲେ। ସେଥିରେ ୨୦୧୬ରେ ନାମ ଲେଖାଇଥିବା ସମ୍ପୃକ୍ତା ଛାତ୍ରୀଙ୍କ ନାମ ଉଲ୍ଲେଖ କରାଯାଇଛି। ସେହିଭଳି ଉତ୍କଳ ବିଶ୍ୱବିଦ୍ୟାଳୟ ନୋଟିସ ନମ୍ବର ଇସିଆଇ/୧୧୨୮୪/୯।୬।୨୨ ଉପରେ କଲେଜ କର୍ତ୍ତୃପକ୍ଷ ଚିଠି ନଂ ୩୦୩୬/ଜିଏମପୁରୀ/୧୬।୬।୨୨ରେ ଉତ୍ତର ଦେଇଥିଲେ। ସେଥିରେ ଡିସେମ୍ବେର-୨୧ ସୁଦ୍ଧା ବିଏଏମ୍‌ଏସ୍‌ରେ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ଏକବର୍ଷିଆ ହାଉସ ସର୍ଜନ ଭାବେ କାର୍ଯ୍ୟ କରିବା ଲାଗି ୨୮ଜଣିଆ ତାଲିକା ପ୍ରଦାନ କରିଥିଲେ। ଯେଉଁଥିରେ ୨୦୧୭ରେ ବିନା ଏନ୍‌ଇଇଟିରେ ନାମ ଲେଖାଇଥିବା ଜଣେ ଛାତ୍ରୀଙ୍କ ( ଗ୍ରୁପ୍‌-ସି- ପ୍ରସୂତି ବିଭାଗ) ଏବଂ ଜଣେ ଛାତ୍ରଙ୍କ(ଗ୍ରୁପ୍‌-ଇ- ଇଏନ୍‌ଟି ବିଭାଗ)ରେ ନାମ ଉଲ୍ଲେଖ ରହିଛି। ତେଣୁ ଏହି ଘଟଣାରେ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ନାମଲେଖାରେ ବଡ଼ ର଼୍ୟାକେଟ ଚାଲୁଥିବା ଜଣାପଡ଼ିଛି। ଓଜେଇ ଏବଂ ଏନ୍‌ଇଇଟିରେ ଯୋଗ୍ୟତା ହାସଲ କରି ନ ଥିବା ଛାତ୍ରୀଛାତ୍ରଙ୍କଠାରୁ ମୋଟା ଅଙ୍କ ନେଇ ନାମଲେଖା ସୁଯୋଗ ଦିଆଯାଉଥିବା ଅଭିଯୋଗ ହେଉଛି। ଏଥିରେ କଲେଜର ଏକାଧିକ ବ୍ୟକ୍ତିଙ୍କ ସମେତ ରାଜ୍ୟ ଆୟୁଷ ବିଭାଗର ଅସାଧୁ କର୍ମଚାରୀଙ୍କ ସଂପୃକ୍ତି ରହିଥିବା ଜଣାପଡିଛି। ପିଲାମାନଙ୍କୁ ଠକି ଏଭଳି କିଛି ବ୍ୟକ୍ତି କରୁଥିବା ଅଭିଯୋଗ ହୋଇଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ୨୦୨୧-୨୨ରେ ଜଣେ ଛାତ୍ର କଲେଜରେ ବିନା ନାମଲେଖାରେ ଏଠାରେ ଚାଲିଥିବା ଇଣ୍ଟରନାଲ ପରୀକ୍ଷା ଦେଉଥିବାବେଳେ ପରୀକ୍ଷା ନିରୀକ୍ଷକଙ୍କ ହାତରେ ଧରାପଡିଥିଲେ। ପରେ ଏହି ଘଟଣା ସାମ୍‌ନାକୁ ଆସିବା ପରେ କଲେଜ କର୍ତ୍ତୃପକ୍ଷ ଚାପି ଦେବାକୁ ଉଦ୍ୟମ କରିଥିଲେ। ଏପରି କି ସେହି ଖାତା ମୂଲ୍ୟାଙ୍କନ ପାଇଁ ଆଭ୍ୟନ୍ତରୀଣ ପରୀକ୍ଷକଙ୍କ ପାଖକୁ ଯାଇଥିଲା। ହେଲେ ଖାତା ମୂଲ୍ୟାଙ୍କନ କରାନଯାଇ ତାଙ୍କ ନିକଟରେ ରହିଛି। ଏହି ଘଟଣା ସମ୍ପର୍କରେ ସମସ୍ତ ପରୀକ୍ଷାର୍ଥୀ, ପରୀକ୍ଷା ନିରୀକ୍ଷକ ଏବଂ ପ୍ରଥମ ବର୍ଷର ବିଭାଗୀୟ ମୁଖ୍ୟମାନେ ଜାଣିଥିଲେ ମଧ୍ୟ ଏହାକୁ ନୀରବ ସମର୍ଥନ ଦେଉଛନ୍ତି। କେତେକ ବିଭାଗୀୟ ମୁଖ୍ୟ ଆଭ୍ୟନ୍ତରୀଣ କମିଟି ସଭ୍ୟ ରହିଥିଲେ, ସେମାନେ ମଧ୍ୟ ଅଧ୍ୟକ୍ଷଙ୍କୁ ନୀରବ ସମର୍ଥନ ଦେଉଥିବା କୁହାଯାଇଛି। ଅନ୍ୟପଟେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଆୟୁର୍ବେଦ କଲେଜର କେତେଜଣ ଛାତ୍ରୀଛାତ୍ର ଧାରାବାହିକ ଭାବେ ଏଠାରେ ବିନା କୌଣସି ପ୍ରମାଣପତ୍ରରେ କଲେଜରେ ଅଧ୍ୟୟନ କରୁଥିବା ଜଣାପଡିଛି। ଏଥିରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସାଧାରଣରେ ଦାବି ହୋଇଛି। ଅନ୍ୟପଟେ ଧରିତ୍ରୀରେ ପ୍ରକାଶିତ ଖବରକୁ ଆଧାର କରି କଲେଜ ଅଧ୍ୟକ୍ଷ ଘଟଣାର ଅନ୍ତରୀଣ ତଦନ୍ତ ଲାଗି ୯ଜଣିଆ କମିଟି ଗଠନ କରିଥିଲେ। ୭ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଇଥିଲେ। ତେବେ ତଦନ୍ତ ରିପୋର୍ଟ ସମ୍ପର୍କରେ କମିଟି ସଦସ୍ୟ ଅଥବା କଲେଜ ଅଧ୍ୟକ୍ଷ କେହି ମୁହଁ ଖୋଲୁ ନାହାନ୍ତି। ଏନେଇ ରାଜ୍ୟ ଆୟୁଷ ନିର୍ଦ୍ଦେଶକ କଲ୍ୟାଣ କୁମାର ରଥ କୁହନ୍ତି, ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଓଜେଇ, ଏନ୍‌ଇଇଟି ଏବଂ ନକଲି ସାର୍ଟିଫିକେଟ ଦେଇ ପିଲାମାନେ ଏଠାରେ ଅଧ୍ୟୟନ କରୁଥିବା ନେଇ ଅଭିଯୋଗ ହସ୍ତଗତ ହୋଇଛି। ଘଟଣାର ସବିଶେଷ ଯାଞ୍ଚ କରାଯିବ। ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri