ଜିଲାପାଳଙ୍କ ଉପସ୍ଥିତିରେ ମାପଚୁପ

ଜଳେଶ୍ୱର, ୨୨।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ନେତାଜୀ ଷ୍ଟାଡ଼ିୟମକୁ ସଂକୁଚିତ କରି ବିଜୁ ପଟ୍ଟନାୟକ ମଲ୍ଟିପର୍ପସ ଇଣ୍ଡୋର ଷ୍ଟାଡିୟମ ନିର୍ମାଣକୁ ନେଇ ଉପୁଜିଥିବା ବିବାଦର ଗଣଧାରଣା ୭ମ ଦିନରେ ପହଞ୍ଚତ୍ଛି। ଷ୍ଟାଡ଼ିୟମ ମଧ୍ୟସ୍ଥଳରେ ଇଣ୍ଡୋର ଷ୍ଟାଡ଼ିୟମ ନିର୍ମାଣ ହେଉଥିବାରୁ ଏହାକୁ ଗୋଟିଏ ପାର୍ଶ୍ୱରେ ନିର୍ମାଣ ସହିତ ଆଉଟ୍‌ଡ଼ୋର୍‌ ଷ୍ଟାଡ଼ିୟମ ଅକ୍ଷୂର୍ଣ୍ଣ ରଖିବାକୁ କେନ୍ଦ୍ର କରି ଗ୍ରାମବାସୀ, ଖେଳପ୍ରେମୀ ଓ ପ୍ରଶାସନ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଓ ଖେଳପ୍ରେମୀମାନେ ଏନେଇ ଷ୍ଟାଡିୟମ ନିକଟରେ ଧାରଣା ଦେବା ସହିତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗୁରୁବାର ମଧ୍ୟାହ୍ନରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଷ୍ଟାଡ଼ିୟମ ନିକଟରେ ପହଞ୍ଚତ୍ ଧାରଣକାରୀଙ୍କ ସହିତ ଆଲୋଚନା ଓ ପରେ ପଡ଼ିଆ ପରିଦର୍ଶନ କରିଥିଲେ। ଉକ୍ତ ଷ୍ଟାଡ଼ିୟମରେ ଆଉଟ୍‌ଡୋର ଓ ଇଣ୍ଡୋର ଷ୍ଟାଡ଼ିୟମ ଉଭୟକୁ ନିର୍ମାଣ କରାଯିବା ଲାଗି ଆଦେଶ ଦେବା ସହିତ ପଡ଼ିଆ ବାହାରେ ଥିବା ୩୦ ଡିସିମିଲ ଜାଗାର ମାପଚୁପ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆନ୍ଦୋଳନକାରୀଙ୍କ ପକ୍ଷରୁ ଧାରଣା ସ୍ଥଗିତ ରଖାଯାଇଥିବା ଜଣାଯାଇଛି ା
ଜିଲାପାଳଙ୍କ ସହିତ ଜିଲା ସ୍ପୋଟର୍‌ସ ଅଫିସର ପୂର୍ଣ୍ଣଚନ୍ଦ୍ର ସିଂ, ପୂର୍ତ୍ତ ବିଭାଗ-୨ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଆଲୋକ ମହାନ୍ତି, ଜଳେଶ୍ୱର ତହସିଲଦାର ସ୍ମୃତିରଞ୍ଜନ ମଲିକ, ଅତିରିକ୍ତ ତହସିଲଦାର ହେମନ୍ତ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଇଂ. ନିହାରକାନ୍ତି ବେହେରା, ରାଜସ୍ବ ନିରୀକ୍ଷକ ଶରତ ବେହେରା ପ୍ରମୁଖ ଉପସ୍ଥିତ ରହି ମାପଚୁପ କରିଥିଲେ। ଆସନ୍ତା ଶୁକ୍ରବାର ସମଗ୍ର ପଡ଼ିଆ ମପାଯାଇ ସ୍କେଚ୍‌ମ୍ୟାପ ତିଆରି ହେବ ବୋଲି ଜଣାଯାଇଛି ା ଗ୍ରାମ୍ୟ ମୁଖ୍ୟ ସୀତାଂଶୁ ସେନାପତି, ଭାଜପା ନେତା ଅରୁଣ ବେଜ, ଏମ୍‌ପି ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଫାଲଗୁନୀ ପାଣିଗ୍ରାହୀ, କଂଗ୍ରେସ ନେତା ସୁଦାମ ପାତ୍ର, ରିଆଜ ଖାଁ, ଗିରିଜା ଦାସଙ୍କ ସହିତ ବହୁ ଆନ୍ଦୋଳନକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri