ଜିଲାପାଳଙ୍କ ଉପସ୍ଥିତିରେ ମାପଚୁପ

ଜଳେଶ୍ୱର, ୨୨।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ନେତାଜୀ ଷ୍ଟାଡ଼ିୟମକୁ ସଂକୁଚିତ କରି ବିଜୁ ପଟ୍ଟନାୟକ ମଲ୍ଟିପର୍ପସ ଇଣ୍ଡୋର ଷ୍ଟାଡିୟମ ନିର୍ମାଣକୁ ନେଇ ଉପୁଜିଥିବା ବିବାଦର ଗଣଧାରଣା ୭ମ ଦିନରେ ପହଞ୍ଚତ୍ଛି। ଷ୍ଟାଡ଼ିୟମ ମଧ୍ୟସ୍ଥଳରେ ଇଣ୍ଡୋର ଷ୍ଟାଡ଼ିୟମ ନିର୍ମାଣ ହେଉଥିବାରୁ ଏହାକୁ ଗୋଟିଏ ପାର୍ଶ୍ୱରେ ନିର୍ମାଣ ସହିତ ଆଉଟ୍‌ଡ଼ୋର୍‌ ଷ୍ଟାଡ଼ିୟମ ଅକ୍ଷୂର୍ଣ୍ଣ ରଖିବାକୁ କେନ୍ଦ୍ର କରି ଗ୍ରାମବାସୀ, ଖେଳପ୍ରେମୀ ଓ ପ୍ରଶାସନ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଓ ଖେଳପ୍ରେମୀମାନେ ଏନେଇ ଷ୍ଟାଡିୟମ ନିକଟରେ ଧାରଣା ଦେବା ସହିତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗୁରୁବାର ମଧ୍ୟାହ୍ନରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଷ୍ଟାଡ଼ିୟମ ନିକଟରେ ପହଞ୍ଚତ୍ ଧାରଣକାରୀଙ୍କ ସହିତ ଆଲୋଚନା ଓ ପରେ ପଡ଼ିଆ ପରିଦର୍ଶନ କରିଥିଲେ। ଉକ୍ତ ଷ୍ଟାଡ଼ିୟମରେ ଆଉଟ୍‌ଡୋର ଓ ଇଣ୍ଡୋର ଷ୍ଟାଡ଼ିୟମ ଉଭୟକୁ ନିର୍ମାଣ କରାଯିବା ଲାଗି ଆଦେଶ ଦେବା ସହିତ ପଡ଼ିଆ ବାହାରେ ଥିବା ୩୦ ଡିସିମିଲ ଜାଗାର ମାପଚୁପ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆନ୍ଦୋଳନକାରୀଙ୍କ ପକ୍ଷରୁ ଧାରଣା ସ୍ଥଗିତ ରଖାଯାଇଥିବା ଜଣାଯାଇଛି ା
ଜିଲାପାଳଙ୍କ ସହିତ ଜିଲା ସ୍ପୋଟର୍‌ସ ଅଫିସର ପୂର୍ଣ୍ଣଚନ୍ଦ୍ର ସିଂ, ପୂର୍ତ୍ତ ବିଭାଗ-୨ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଆଲୋକ ମହାନ୍ତି, ଜଳେଶ୍ୱର ତହସିଲଦାର ସ୍ମୃତିରଞ୍ଜନ ମଲିକ, ଅତିରିକ୍ତ ତହସିଲଦାର ହେମନ୍ତ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଇଂ. ନିହାରକାନ୍ତି ବେହେରା, ରାଜସ୍ବ ନିରୀକ୍ଷକ ଶରତ ବେହେରା ପ୍ରମୁଖ ଉପସ୍ଥିତ ରହି ମାପଚୁପ କରିଥିଲେ। ଆସନ୍ତା ଶୁକ୍ରବାର ସମଗ୍ର ପଡ଼ିଆ ମପାଯାଇ ସ୍କେଚ୍‌ମ୍ୟାପ ତିଆରି ହେବ ବୋଲି ଜଣାଯାଇଛି ା ଗ୍ରାମ୍ୟ ମୁଖ୍ୟ ସୀତାଂଶୁ ସେନାପତି, ଭାଜପା ନେତା ଅରୁଣ ବେଜ, ଏମ୍‌ପି ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଫାଲଗୁନୀ ପାଣିଗ୍ରାହୀ, କଂଗ୍ରେସ ନେତା ସୁଦାମ ପାତ୍ର, ରିଆଜ ଖାଁ, ଗିରିଜା ଦାସଙ୍କ ସହିତ ବହୁ ଆନ୍ଦୋଳନକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri