ଅଧା ବାଟରେ ଏମ୍‌ଡିଏମ୍‌ ଚାଉଳ ହଡ଼ପ

ଯାଜପୁର ଅଫିସ,୨୫ା୩: ସରକାର ପ୍ରାଥମିକ ଶିକ୍ଷାକୁ ଶିକ୍ଷା ଅଧିକାର ଆଇନରେ ଅନ୍ତର୍ଭୁକ୍ତ କରି ସାର୍ବଜନୀନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ପିଲାମାନଙ୍କୁ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍‌) ଯୋଜନା ପ୍ରଣୟନ ହୋଇଛି। ୨୦୨୧ ଜୁଲାଇରୁ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ପିଲାମାନଙ୍କୁ ପୁଷ୍ଟିକର ଚାଉଳ ପ୍ରଦାନ କରାଯାଉଛି। ଏହି ଚାଉଳକୁ ଗୋଦାମ ଘରୁ ସିଧାସଳଖ ସ୍କୁଲରେ ପହଞ୍ଚାଇବାକୁ ଜିଲା ଶିକ୍ଷା ବିଭାଗ ଏବଂ ଜିଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ପରିବହନ ଠିକାସଂସ୍ଥାଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ମଧ୍ୟାହ୍ନ ଭୋଜନ ଚାଉଳ ଅଧାବାଟରେ ଗାଏବ ହେଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। କୁଇଣ୍ଟାଲ ପିଛା ୧୦ରୁ ୧୫ କେଜି କମ୍‌ ଯୋଗାଣ କରି ଠିକାସଂସ୍ଥା ମାଲାମାଲ ହେଉଛନ୍ତି। ଫଳରେ ପିଲାଙ୍କ ଭାତଥାଳିକୁ ମାସକୁ ନିର୍ଦ୍ଧାରିତ ୩ କେଜି ବଦଳରେ ପ୍ରାୟ ୨ କେଜି ଚାଉଳ ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ ହେଉଛନ୍ତି। ପିଲାଙ୍କ ପେଟରୁ କାଢ଼ି ସେହି ଚାଉଳ ବାହାରେ ବିକ୍ରି ହେଉଥିବାବେଳେ ଅସାଧୁ କର୍ମଚାରୀଙ୍କ ସହଯୋଗ ରହୁଥିବାରୁ ଯେତେ ଯାହା ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ ବୋଲି ଅଭିଭାବକମାନେ କହୁଛନ୍ତି।
ରାଜ୍ୟର ୯ ଜିଲାରେ ୧୫ ଲକ୍ଷ ୬୮ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଛାତ୍ରୀଛାତ୍ରଙ୍କ ପାଇଁ ମାସିକ ୪୪୩୫.୬୩ ମେଟ୍ରିକ ଟନ ଚାଉଳ ଯୋଗାଣ କରିବାକୁ ନିର୍ଦ୍ଦେଶ ହୋଇଛି। ହେଲେ ସେଥିରୁ ୧୦% ରୁ ଅଧିକ ଚାଉଳ ହଡ଼ପ କରାଯାଉଛି। ଅନୁଗୋଳ, କଟକ, ଜଗତ୍‌ସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲା ଯୋଗାଣ ଅଧିକାରୀମାନଙ୍କୁ ପୁଷ୍ଟିକର ଚାଉଳ ଯୋଗାଇ ଦେବାକୁ ସୋମବାର ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ବିଶ୍ୱଜିତ କେଶରୀ ଦାସ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମରେ ଏହି ଚାଉଳ ଯୋଗାଇ ଦିଆଯିବ ଏବଂ କୁଇଣ୍ଟାଲ ପିଛା ବର୍ଦ୍ଧିତ ୭୩ ଟଙ୍କା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତେଣୁ ଏହି କାର୍ଯ୍ୟକ୍ରମରେ ଆବଶ୍ୟକ ପୁଷ୍ଟିକର ଚାଉଳ ମହଜୁଦ ରଖିବା ସହ ପ୍ରୁଡେଣ୍ଟ ମୁଭମେଣ୍ଟ ପ୍ଲାନ(ପିଏମ୍‌ପି) ଜରିଆରେ ପରିବହନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ମାସିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ସ୍ତରରେ ଅନୁଗୋଳ ଜିଲାର ୧,୨୧,୭୦୨ ଛାତ୍ରୀଛାତ୍ରଙ୍କ ପାଇଁ ୩୪୫.୫୭ କୁଇଣ୍ଟାଲ, କଟକ ଜିଲାର ୧,୯୪,୧୫୪ ଛାତ୍ରୀଛାତ୍ରଙ୍କ ପାଇଁ ୫୫୪.୬୮ କୁଇଣ୍ଟାଲ, ଜଗତ୍‌ସିଂହପୁର ଜିଲାର ୮୪,୨୭୪ ଛାତ୍ରୀଛାତ୍ରଙ୍କ ପାଇଁ ୨୩୮.୩୪ କୁଇଣ୍ଟାଲ, ଯାଜପୁର ଜିଲାର ୨,୦୪,୪୨୬ ଛାତ୍ରୀଛାତ୍ରଙ୍କ ପାଇଁ ୫୮୦.୫୨ କୁଇଣ୍ଟାଲ, କନ୍ଧମାଳ ଜିଲାର ୧,୧୦,୭୨୫ ଛାତ୍ରୀଛାତ୍ରଙ୍କ ପାଇଁ ୩୦୯.୯୯ କୁଇଣ୍ଟାଲ, କେନ୍ଦ୍ରାପଡା ଜିଲାର ୧,୫୦,୩୪୨ ଜଣଙ୍କ ପାଇଁ ୪୨୩.୫୪ କୁଇଣ୍ଟାଲ, କେନ୍ଦୁଝର ଜିଲାର ୨,୨୦,୬୬୩ ଜଣଙ୍କ ପାଇଁ ୬୨୧.୨୦ କୁଇଣ୍ଟାଲ, ମୟୂରଭଞ୍ଜ ଜିଲାର ୨,୯୮,୪୪୬ ଜଣଙ୍କ ପାଇଁ ୮୪୦.୧୪ କୁଇଣ୍ଟାଲ ଏବଂ ସୁନ୍ଦରଗଡ଼ ଜିଲାର ୧,୮୩,୨୬୮ ଛାତ୍ରୀଛାତ୍ରଙ୍କ ପାଇଁ ୫୨୧.୬୫ କୁଇଣ୍ଟାଲ ପୁଷ୍ଟିକର ଚାଉଳ ଯୋଗାଇ ଦେବାକୁ ନିର୍ଦ୍ଦେଶରେ ଦର୍ଶାଯାଇଛି। କୁଇଣ୍ଟାଲ ପିଛା ଚାଉଳ ପରିବହନ କରିବା ପାଇଁ ବିଭିନ୍ନ ସ୍ତରରେ ୭୫ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ଟେଣ୍ଡର ଆହ୍ବାନ କରାଯାଉଛି। କିନ୍ତୁ କୁଇଣ୍ଟାଲ ପିଛା ତାହାର ପ୍ରାୟ ୫୦% କମ୍‌ ଦରରେ ଟେଣ୍ଡର ପକାଇ ଠିକା ହାସଲ କରୁଛନ୍ତି। ଏତେ କମ୍‌ ହାରରେ ଠିକା ନେବା ପରେ ପରିବହନ ସଂସ୍ଥା ଚାଉଳ କାଢ଼ି ଲାଭବାନ ହେଉଛନ୍ତି। ଫଳରେ ଗରିବ ପିଲାଙ୍କ ପେଟ ଏଥିରେ ପୂରୁ ନ ଥିବା ଅଭିଯୋଗ ହେଉଛି। ଏପରି ଭାବେ ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମରେ ଏମ୍‌ଡିଏମ୍‌ ବାଟବଣା ହେଉଥିବାରୁ ସ୍କୁଲରେ ଛାତ୍ରୀଛାତ୍ର ସଂଖ୍ୟା ହ୍ରାସ ପାଉୁଛି। ଏହାସହ ଗୋଦାମରୁ ଚାଉଳ ଉଠାଇବା ପରେ ସେହି ଚାଉଳକୁ ବଦଳ କରି ପରିବହନକାରୀ ସଂସ୍ଥା କମ୍‌ ଓଜନ ବିଶିଷ୍ଟ ଏବଂ ନିମ୍ନମାନର ଅନ୍ୟ ଚାଉଳ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯୋଗାଉଥିବା ଅଭିଯୋଗ ହେଉଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ କେତେଜଣ ଅଭିଭାବକ କୁହନ୍ତି, ବର୍ତ୍ତମାନ ସ୍କୁଲରେ ମଧ୍ୟାହ୍ନ ଭୋଜନ ରନ୍ଧା ହେଉ ନାହିଁ। ତେଣୁ ଅଭିଭାବକମାନେ ସ୍କୁଲକୁ ଯାଇ ଚାଉଳ ଆଣୁଛନ୍ତି। ନିର୍ଦ୍ଧାରିତ ଚାଉଳଠାରୁ କମ୍‌ ଚାଉଳ ଦେଉଥିବା ଅଭିଯୋଗ କଲେ ପରିବହନକାରୀ ସଂସ୍ଥା ଯେଉଁ ହାରରେ ଚାଉଳ ଦେଉଛନ୍ତି ସେହି ଆଧାରରେ ଚାଉଳ ବଣ୍ଟନ ହେଉଥିବା ଉତ୍ତର ମିଳୁଛି ବୋଲି ସେମାନେ କହିଛନ୍ତି। ଯାଜପୁର ଜିଲା ସମାଜ କଲ୍ୟାଣ ଅଧିକାରୀ ସୁବାସ ସାମଲଙ୍କୁ ପଚାରିବାରେ ସେ କହିଛନ୍ତି, ପରିବହନ ଠିକାସଂସ୍ଥା ଯଦି କମ୍‌ ଚାଉଳ ଦେଉଛନ୍ତି ତେବେ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର କର୍ତ୍ତୃପକ୍ଷ କାହିଁକି ଚାଉଳ ଗ୍ରହଣ କରୁଛନ୍ତି। ଏଥିରେ ସେମାନେ ମନା କରିବା ଉଚିତ। ଯଦି ଏଭଳି ଅଭିଯୋଗ ଆସେ ତେବେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri