Categories: ବାଣିଜ୍ୟ

ଏମ୍‌ସିଏଲ୍‌ର ବାର୍ଷିକ ଖଣି ସୁରକ୍ଷା ପକ୍ଷ

ତାଳଚେର,୬ା୧ (ମନୋଜ ନନ୍ଦ): ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ)ରେ ବାର୍ଷିକ ଖଣି ସୁରକ୍ଷା ପକ୍ଷ-୨୦୨୪ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କ ଦ୍ୱାରା ‘ସୁରକ୍ଷା ପଦଯାତ୍ରା’ ମାଧ୍ୟମରେ ସଚେତନ କରାଯାଇଥିଲା। ୨୦୨୪ ଜାନୁୟାରୀ ୫ରୁ ଜାନୁୟାରୀ ୧୮ ପର୍ଯ୍ୟନ୍ତ ଖଣି ସୁରକ୍ଷା ନିର୍ଦ୍ଦେଶାଳୟର ତତ୍ୱାବଧାନରେ ଏହି ପକ୍ଷ ପାଳନ କରାଯିବ । ଏମସିଏଲର ମୁଖ୍ୟ ସତର୍କତା ଅଧିକାରୀ ପି.କେ ପଟେଲ, ନିର୍ଦ୍ଦେଶକ (ବୈଷୟିକ / ସଞ୍ଚାଳନ) ଜେ.କେ.ବୋରା,ନିର୍ଦ୍ଦେଶକ (ଅର୍ଥ) ଏ.କେ ବେହୁରା,ନିର୍ଦ୍ଦେଶକ (ବୈଷୟିକ/ପ୍ରକଳ୍ପ ଏବଂ ଯୋଜନା) ଏ. କେ ବାପଟ, ଖଣି ସୁରକ୍ଷା, ନିର୍ଦ୍ଦେଶକ (ଭୁବନେଶ୍ୱର ଅଞ୍ଚଳ-୨) ପି.ଆର ଠାକୁର ଏବଂ ଏରିଆ ଜେନେରାଲ ମ୍ୟାନେଜରଙ୍କ ଉପସ୍ଥିତିରେ ସୁରକ୍ଷା ପତାକା ଉତ୍ତୋଳନ କରିଥିଲେ । ଜେ.କେ ବୋରା କମ୍ପାନୀ ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷା ସମ୍ପର୍କରେ ଶପଥ ପାଠ କରାଇଥିଲେ। ଜନ ସଚେତନତା ସୃଷ୍ଟି କରିବା ପାଇଁ ‘ସୁରକ୍ଷା ରଥ’ ଶୁଭାରମ୍ଭ କରାଯାଇଥିଲା। ଖଣି ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏମସିଏଲର ସମସ୍ତ ଖଣି କ୍ଷେତ୍ରରେ ସମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପଟେଲ ତାଙ୍କ ଅଭିଭାଷଣରେ ସୁରକ୍ଷାକୁ ସର୍ବୋତମ ପ୍ରାଥମିକତା ଭାବେ ଗୁରୁତ୍ୱାରୋପ କରିବା ସହ କୋଇଲାଖଣି ମଧ୍ୟରେ ପ୍ରତିଦିନ ସୁରକ୍ଷା ଅଭ୍ୟାସକୁ ବିକଶିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଖିଳ ଭାରତୀୟ ଖଣି ସୁରକ୍ଷା ପ୍ରତିଯୋଗିତା-୨୦୨୩ରେ ବିଜୟୀ ହୋଇଥିବା ଏମସିଏଲ ରେସକ୍ୟୁ ଦଳକୁ ସମ୍ମାନିତ କରାଯାଇଥିଲା। ପରିଶେଷରେ କୋଇଲା ଖଣିଗୁଡିକରେ ସୁରକ୍ଷା ସଚେତନତାର ମହତ୍ୱକୁ ଦର୍ଶାଉଥିବା ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ବାର୍ଷିକ ଖଣି ସୁରକ୍ଷା ସପ୍ତାହ ସମାରୋହର ଏକ ଅଂଶବିଶେଷ ଭାବରେ କମ୍ପାନୀର ସମସ୍ତ କ୍ଷେତ୍ରରେ ଏହିପରି ବିଭିନ୍ନ କାର୍ଯ୍ୟକଳାପ ଏବଂ ପ୍ରତିଯୋଗିତାମାନ ଆୟୋଜିତ ହେଉଛି ।

Share