୧୦ ବର୍ଷୀୟା ନାବାଳିକାକୁ ଗଣବଳାତ୍କାର: ଭିଣୋଇ ସମେତ ତିନି ଅଭିଯୁକ୍ତ ଗିରଫ

ଉଦଳା, ୭।୮(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲାର ଖୁଣ୍ଟା ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନାବାଳିକାଙ୍କ ଭିଣୋଇ, ଜଣେ ନାବାଳକ ଏବଂ ଅନ୍ୟ ଜଣେ ଯୁବକ ଅଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ଗତ ଏକ ମାସ ମଧ୍ୟରେ ଏହି ତିନି ଅଭିଯୁକ୍ତ ଭିନ୍ନ ଭିନ୍ନ ସମୟରେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଘଟଣାର ଦେଢ଼ ମାସ ପରେ ନାବାଳିକା ଅସୁସ୍ଥ ହେବାରୁ ବାରିପଦା ପିଆରଏମ ମେଡିକାଲରେ ଚିକିତ୍ସା ସମୟରେ ସେ ତାଙ୍କ ମାଆଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ନାବାଳିକାଙ୍କ ମାଆ ଖୁଣ୍ଟା ଥାନାରେ ତିନୋଟି ଅଲଗା ଅଲଗା ଅଭିଯୋଗ ଦାୟର କରିଥିଲେ।

ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ନାବାଳିକାଙ୍କ ଭିଣୋଇ ତାଙ୍କୁ ନିଜ ଘରକୁ ନେଇ ବଳାତ୍କାର କରିଥିବା ସହ ପୂର୍ବରୁ ମଧ୍ୟ ଏଭଳି ଅପରାଧ କରିଥିଲେ। ଏହି ଘଟଣା ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

ପୋଲିସ ଏହି ମାମଲାରେ ଆଗକୁ ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତମାନଙ୍କୁ ନ୍ୟାୟାଳୟରେ ହାଜର କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri