ଭଞ୍ଜସେନା ମୁଖ୍ୟ କଂଗ୍ରେସ ମୁହାଁ

ବାରିପଦା,୩ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସାଧାରଣ ନିର୍ବାଚନ ପରେ ପୁଣି ମୟୂରଭଞ୍ଜ ଜିଲା ରାଜନୀତି ସରଗରମ ହେବାରେ ଲାଗିଛି। କିଛିଦିନର ବ୍ୟବଧାନ ପରେ ଏବେ ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ଦିନ ପୂର୍ବେ ବିଜେଡିର ପ୍ରାଥମିକ ସଦସ୍ୟ ଓ ରାଜ୍ୟ ସଭା ସଦସ୍ୟା ପଦରୁ ମମତା ମହାନ୍ତ ଇସ୍ତଫା ଦେଇଥିଲେ। ଏହାର ୨୪ ଘଣ୍ଟା ନ ପୂରୁଣୁ ଭାଜପାରେ ମିଶିଥିଲେ; ଯାହାି ଜିଲା ରାଜନୀତିକୁ ସରଗରମ କରିଦେଇଥିଲା। ଏହି ଚର୍ଚ୍ଚା ନ ଥମୁଣୁ ଜିଲାର ଅଗ୍ରଣୀ ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା (ସଫି) କଂଗ୍ରେସ ମୁହଁା ହୋଇଥିବା କୁହାଯାଉଛି।
କଂଗ୍ରେସ ନେତୃବୃନ୍ଦ ମୟୂରଭଞ୍ଜ ଜିଲାରେ ଦଳୀୟ ସଙ୍ଗଠନକୁ ସଜାଡ଼ିବା ପ୍ରୟାସରେ ଥିବାବେଳେ ଟାଣୁଆ ନେତା କଳିଙ୍ଗ କେଶରୀଙ୍କୁ ଗୁରୁଦାୟିତ୍ୱ ଦେବା ନେଇ କୁଆଡ଼େ ନିଷ୍ପତ୍ତି ହୋଇଛି। ସେ ଦଳକୁ ସୁସଙ୍ଗଠିତ କରିବା ସହ ଆଗାମୀ ନିର୍ବାଚନରେ ସଫଳତା ଆଣିଦେବା ଲକ୍ଷ୍ୟରେ କଂଗ୍ରେସ ଶୀର୍ଷ ନେତୃବୃନ୍ଦଙ୍କ ସହ ଯୋଗସୂତ୍ରରେ ଥିବା କର୍ମୀ ମହଲରେ ଆଲୋଚନା ଚାଲିଛି। ସାଙ୍ଗଠନିକ ଦୃଷ୍ଟିରୁ କଳିଙ୍ଗ କେଶରୀଙ୍କ ଦକ୍ଷତାକୁ ନେଇ ଜିଲାବାସୀ ବେଶ୍‌ ଅବଗତ ରହିଛନ୍ତି ା
ଜିଲାର ମୌଳିକ ସମସ୍ୟାକୁ ନେଇ ସେ ଅଣରାଜନୈତିକ ସଙ୍ଗଠନ ଭାବେ ଭଞ୍ଜସେନା ପ୍ରତିଷ୍ଠା କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦାବି ଓ ଆନ୍ଦୋଳନ ଚଳାଇ ଆସୁଛନ୍ତି। ଜିଲାରେ ମେଡିକାଲ କଲେଜ ସ୍ଥାପନ, ରେଳ ପ୍ରକଳ୍ପର ବିକାଶ, ଅନ୍‌ଲାଇନ ଟ୍ରେନ୍‌ ଟିକେଟ କାଉଣ୍ଟର ପ୍ରତିଷ୍ଠା, ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ, ପର୍ଯ୍ୟଟନ ଶିଳ୍ପ, ଦ୍ୱାରଶୁଣୀ ଘାଟି ରାସ୍ତା ସମ୍ପ୍ରସାରଣ ଲାଗି ଦାବି ଉଠାଇ ସଫଳ ହୋଇଛନ୍ତି। ସେହିପରି ପରିବେଶ ଓ ଜଳବାୟୁ ନିୟନ୍ତ୍ରଣ ଦିଗରେ ବ୍ୟାପକ ଚାରାରୋପଣ କରିବା ଭଳି ଅନେକ କାର୍ଯ୍ୟ କରିଛନ୍ତି। ଜଣେ ଛାତ୍ରନେତା ଭାବେ ପରିଚିତ କଳିଙ୍ଗ କେଶରୀ ୧୯୯୫-୯୬ରେ ଏମ୍‌ପିସି କଲେଜର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର କଂଗ୍ରେସର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଭାବେ ସେ କାର୍ଯ୍ୟ ତୁଲାଇଥିଲେ। ଜେଏମ୍‌ଏମ୍‌ ଟିକେଟରେ ମୋରଡ଼ା ବିଧାନସଭା ଆସନରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
କଂଗ୍ରେସ ମଙ୍ଗ ସମ୍ଭାଳିବାକୁ ଜଣେ ଦକ୍ଷ ସଙ୍ଗଠକଙ୍କ ଆବଶ୍ୟକତା ଥିବାରୁ କଳିଙ୍ଗ କେଶରୀଙ୍କୁ ଦଳରେ ସାମିଲ କରାଯାଉଥିବା ନେଇ ଯୋଜନା ଚାଲିଥିବା ଦଳର ଜଣେ ବରିଷ୍ଠ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଭଞ୍ଜସେନା ମୁଖ୍ୟ କଳିଙ୍ଗ କେଶରୀଙ୍କୁ ପଚାରିବାରୁ ଅଦ୍ୟାବଧି କୌଣସି ଦଳରେ ଯୋଗଦେବା ନେଇ ନିଷ୍ପତ୍ତି ନିଆଯାଇ ନାହିଁ। କର୍ମକର୍ତ୍ତା ଓ ଶୁଭେଚ୍ଛୁଙ୍କ ସହ ବିଚାରବିମଶର୍ର୍ ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

ସରିଯିବ ତେଲ, ବଞ୍ଚିପାରିବେନି କୌଣସି ଦେଶ! ଯୁଦ୍ଧ ମଧ୍ୟରେ ବଡ଼ ଶକ୍ତି ସଙ୍କଟକୁ ନେଇ ଚେତାବନୀ ଦେଲେ IEA ମୁଖ୍ୟ

ତେହରାନ୍‌,୨୩।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମେଣ୍ଟ ମଧ୍ୟରେ ସଂଘର୍ଷ ପ୍ରାୟ ତିନି ସପ୍ତାହ ଧରି ଚାଲିଛି, କିନ୍ତୁ ବର୍ତ୍ତମାନ ଏହାର କୌଣସି ଅନ୍ତ ଦେଖାଯାଉନାହିଁ। ଏହି ସମୟରେ,…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ,୨୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ତପୁର ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ନନ୍ଦିପଦା ପୋଲିସ…

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

ନ୍ୟୁୟର୍କର La Guardia Airportର ରନଓ୍ବେରେ ବଡ଼ ଦୁର୍ଘଟଣା

ନ୍ୟୁୟର୍କ,୨୩।୩: ସୋମବାର (୨୩ ମାର୍ଚ୍ଚ) ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଏୟାର କାନାଡା ଏକ୍ସପ୍ରେସ ବିମାନ ରନଓ୍ବେ ଉପରେ ଠିଆ ହୋଇଥିବା…

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri