Posted inଫୁରସତ

୨୦୩୨ରେ ପୃଥିବୀ ସହ ଧକ୍କା ହୋଇପାରେ: ଓଡ଼ିଶା ସମେତ ୭ ରାଜ୍ୟକୁ ଆଷ୍ଟେରଏଡ୍‌ ଭୟ

ଓ୍ବାଶିଂଟନ୍‌, ୨୩ା୨: ୧୩୦ରୁ ୩୦୦ ଫୁଟ ଲମ୍ବା ଆଷ୍ଟେରଏଡ୍‌ ‘ଓ୍ବାଇଆର୍‌୪’ ସମ୍ପ୍ରତି ପୃଥିବୀ ଆଡ଼କୁ ମାଡ଼ିଆସୁଛି। ୨୦୩୨ରେ ଏହି ଆଷ୍ଟେରଏଡ୍‌ ପୃଥିବୀ ସହ ଧକ୍କା ହେବା ନେଇ ଜ୍ୟୋତିର୍ବିଜ୍ଞାନୀମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏହାଦ୍ୱାରା ମହାରାଷ୍ଟ୍ର, ଉତ୍ତର ତେଲଙ୍ଗାନା, ଦକ୍ଷିଣ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର ବିଭିନ୍ନ ସହରକୁ ବିପଦ ଥିବା ନେଇ ଆକଳନ କରାଯାଇଛି।

ତେବେ କେଉଁ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହେବ ତାହା ଆଷ୍ଟେରଏଡର ଗତି, କୋଣ ଏବଂ ବାୟୁମଣ୍ଡଳୀୟ ପ୍ରଭାବ ଉପରେ ନିର୍ଭର କରିବ। ସେହିପରି ଏହାର ପ୍ରଭାବ ବୋଗୋଟା, କଲମ୍ବିଆ, ନାଇଜେରିଆ ପରି ଦେଶରେ ମଧ୍ୟ ପଡ଼ିପାରେ ବୋଲି ଜ୍ୟୋତର୍ବିିଜ୍ଞାନୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସମ୍ପ୍ରତି ଏହି ଆଷ୍ଟେରଏଡ୍‌ ପୃଥିବୀକୁ ଧକ୍କା ଦେବାର ଆଶଙ୍କାକୁ ଆମେରିକୀୟ ମହାକାଶ ସଂସ୍ଥା ନାସା କମାଇ ୧.୫% କରିଛି।

ଜ୍ୟୋତିର୍ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ, ପୃଥିବୀ ସହ ଧକ୍କା ହେବା ସମୟରେ ଏହି ଆଷ୍ଟେରଏଡ୍‌ଟି ୪୦ ହଜାର ମାଇଲ ପ୍ରତି ଘଣ୍ଟା ବେଗରେ ଗତି କରୁଥିବ। ଫଳରେ ଏହା ହିରୋଶିମା ବୋମା ଅପେକ୍ଷା ୫୦୦ ଗୁଣା ଅଧିକ ଶକ୍ତିଶାଳୀ ଶକ୍ତି ପ୍ରବାହ ଉତ୍ପାଦନ କରିପାରେ। ଏପରି ବିସ୍ଫୋରଣ ପୂରା ସହରକୁ ବିନାଶ କରିପାରେ। ଅନ୍ୟପକ୍ଷରେ ‘ଓ୍ବାଇଆର୍‌୪’ ଆଷ୍ଟେରଏଡ କେଉଁଠାରେ ପଡ଼ିବ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଭାରତ ସହ ଏହି ଆଷ୍ଟେରଏଡ୍‌ ଧକ୍କା ହେବାର ଆଶଙ୍କା ୧% ଥିବା ବେଳେ ଓଡ଼ିଶାରେ ଏହା ପଡ଼ିବାର ସମ୍ଭାବନା ଖୁବ୍‌ କମ୍‌ ବୋଲି ଓଡ଼ିଶାର ବରିଷ୍ଠ ଜ୍ୟୋତିର୍ବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri