Posted inଖେଳ

ମ୍ୟାକ୍ସଓ୍ବେଲଙ୍କ ଡବଲ ସେଞ୍ଚୁରୀ, ସେମିଫାଇନାଲରେ ଅଷ୍ଟ୍ରେଲିଆ…

ମୁମ୍ବାଇ,୭।୧୧ : ପ୍ରତିକୂଳ ପରିସ୍ଥିତିରେ ଖେଳାଯାଇଥିବା ଅପରାଜିତ ୨୦୧ ରନର ଗ୍ଲେନ ମ୍ୟାକ୍ସୱେଲଙ୍କ ତୋଫାନୀ ଇନିଂସ ମାଧ୍ୟମରେ ଅଷ୍ଟ୍ରେଲିଆ ଆଫଗାନିସ୍ତାନକୁ ପରାସ୍ତ କରି ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ରେ ସେମିଫାଇନାଲ ପାଇଁ ଟିକେଟ ପାଇଛି। ୯ ଟି ମ୍ୟାଚରେ ଏହା ଅଷ୍ଟ୍ରେଲିଆର ଷଷ୍ଠ ବିଜୟ ଏବଂ ଦଳ ୧୨ ପଏଣ୍ଟ ହାସଲ କରିଛି।

ଏକ ସମୟରେ ଅଷ୍ଟ୍ରେଲିଆ ୯୧ ରନ ସ୍କୋରରେ ୭ ୱିକେଟ ହରାଇଥିଲା। ଏହା ସତ୍ତ୍ୱେ ମ୍ୟାକ୍ସୱେଲ ହାର ମାନି ନ ଥିଲେ ଏବଂ ଡବଲ ସେଞ୍ଚୁରୀକରି ଅଷ୍ଟ୍ରେଲିଆକୁ ଏକ ରୋମାଞ୍ଚକର ବିଜୟ ପ୍ରଦାନ କରିଥିଲେ। ୨୯୨ ରନର ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ୪୬.୫ ଓଭରରେ ୭ ୱିକେଟ ପାଇଁ ୨୯୩ ରନ ସଂଗ୍ରହ କରିଥିଲା। ମ୍ୟାକ୍ସୱେଲ ୧୨୮ ବଲରେ ଅପରାଜିତ ୨୦୧ ରନ ସ୍କୋର କରିଥିଲେ ଯେଉଁଥିରେ ୨୧ ଚୌକା ଓ ୧୦ ଛକା ଅନ୍ତର୍ଭୁକ୍ତ ଥିଲା। ଅଧିନାୟକ ପ୍ୟାଟ କମିନ୍ସ ୬୮ ବଲରୁ ୧୨ ରନ ସଂଗ୍ରହ କରିଥିଲେ। ମ୍ୟାକ୍ସୱେଲ ତାଙ୍କର ଲଢୁଆ ଇନିଂସ ପାଇଁ ମ୍ୟାନ ଅଫ ଦ ମ୍ୟାଚ ଭାବରେ ମନୋନୀତ ହୋଇଥିଲେ।

ଟାର୍ଗେଟକୁ ଗୋଡ଼ାଇବା ପାଇଁ ସ୍ଥିର କରିଥିବା ଅଷ୍ଟ୍ରେଲିଆ ଦଳ ବହୁତ ଖରାପ ଆରମ୍ଭ କରିଥିଲା। ଦଳ ୪୯ ସ୍କୋରରେ ୪ ଟି ୱିକେଟ ହରାଇଥିଲା। ନବିନ ଉଲ ହକ ଟ୍ରାଭିସ ହେଡଙ୍କୁ ଖାତା ଖୋଲିବାକୁ ମଧ୍ୟ ଦେଇ ନ ଥିଲେ। ମିଚେଲ ମାର୍ଶ ଏଲବିଡବ୍ଲୁ ହୋଇ ପାଭିଲିୟନ ଫେରିଥିଲେ। ୧୧ ବଲରେ ୨୪ ରନ ସ୍କୋର କରିବା ପରେ ମାର୍ଶ ଆଉଟ ହୋଇଥିଲେ। ବିସ୍ଫୋରକ ଓପନର୍‌ ଡେଭିଡ ୱାର୍ନର ୧୮ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ପରବର୍ତ୍ତୀ ବଲରେ ଉମରଜାଇ ଜୋଶ ଇଂଲିଶଙ୍କୁ ତାଙ୍କ ଖାତା ଖୋଲିବାକୁ ମଧ୍ୟ ଦେଇ ନ ଥିବାବେଳେ ମାର୍ନୁସ ଲାବୁସାଗ୍ନେ ୧୪ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ମାର୍କସ ଷ୍ଟୋଇନିସ ୬ ରନ ସ୍କୋର କରିବା ପରେ ରସିଦ ଖାନଙ୍କ ଶିକାର ହୋଇଥିଲେ। ରସିଦ ଷ୍ଟାର୍କଙ୍କୁ ପାଭିଲିୟନକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri