Categories: ଖେଳ

ଦୀର୍ଘ ଦିନ ପରେ ଦଳକୁ ଫେରିଲେ ମାକ୍ସଓ୍ବେଲ, ମାର୍ଶ

ମେଲବୋର୍ନ,୨୪ା୨: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ୩ ଜଣ ଖେଳାଳି ପେସ୍‌ ବୋଲର ଝେ ରିଚାର୍ଡସନ, ଅଲ୍‌ରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ ଓ ମିଚେଲ ମାର୍ଶ ଦୀର୍ଘଦିନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ୟାଟ କୁମିନ୍ସ, ଡେଭିଡ ଓ୍ବାର୍ନର ଓ ଆଷ୍ଟନ ଅଗରଙ୍କୁ ଦଳରେ ସାମିଲ କରାଯାଇଛି। ଆଗାମୀ ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ମାର୍ଚ୍ଚ ୧୭ରେ ମୁମ୍ବାଇ, ମାର୍ଚ୍ଚ ୧୯ରେ ବିଶାଖାପାଟଣା ଏବଂ ମାର୍ଚ୍ଚ ୨୨ରେ ଚେନ୍ନାଇରେ ଖେଳାଯିବ। ମ୍ୟାକ୍ସୱେଲ ଏବଂ ମାର୍ଶଙ୍କ ଗୋଡରେ ଆଘାତ ଲାଗି ଅସ୍ତ୍ରୋପଚାର ହୋଇଥିଲା। ଫଳରେ ଦୀର୍ଘ ଦିନ ଧରି ଖେଳରୁ ଦୂରେଇ ରହିଥିଲେ।

Share