ଶୀତଳ ହେଲା ଶିମିଳିପାଳ

ବାରିପଦା,୧୧।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ପରିପୂର୍ଣ୍ଣ ପ୍ରକୃତି ରାଣୀ ଶିମିଳିପାଳକୁ ପ୍ରାକୃତିକ ବର୍ଷାରୁ ସୁରକ୍ଷା ମିଳିଛି। ଶୀତଳ ହୋଇଛି ଅଭୟାରଣ୍ୟ ବନାଗ୍ନି। ଦୀର୍ଘ ୫୦ଦିନ ଧରି ଜଳୁଥିବା ଶିମିଳିପାଳ ଅଭୟାରଣ୍ୟରେ ବର୍ଷା ଯୋଗୁ ନିଆଁ ପ୍ରଶମିତ ହୋଇଛି। ଫଳରେ କର୍ମଚାରୀମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ପରିବଶେବିତ୍‌ମାନେ ଖୁସି ପ୍ରକଟ କରିଛନ୍ତି।

ଜିଲାରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହୋଇଥିଲା । ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ବର୍ଷା ହେବାରୁ ବାରିପଦା ସହର ଜଳାର୍ଣ୍ଣବ ହୋଇପଡ଼ଥିଲା। ବାରିପଦାରେ ସର୍ବାଧିକ ୫୧.୮୧ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ପିଠାବଟାରେ ୮.୮୯ ମି.ମି. ଦକ୍ଷିଣରେ ୯.୬୫ ମି.ମି., ନଅଁଣା ସାଉଥ୍‌ରେ ୬.୪୦ ମି.ମି., ନଅଁଣା ନର୍ଥରେ ୪୮ମି.ମି., ଡୁକୁରାରେ ୫୦.୮୦ମି.ମି., ବରେହିପାଣି ଅଞ୍ଚଳରେ ୨୦.୦୬ ମି.ମି., କୁଳିପାଳରେ ୩୧.୪୯ ମି.ମି., ଭଞ୍ଜବସାରେ ୫.୩୩ ମି.ମି., ଉପର ବାରହାକାମୁଡ଼ାରେ ୨.୨୦ ମି.ମି., ଜେନାବିଲରେ ୧୧.୬୮ ମି.ମି., ପୋଡାଡିହାରେ ୬.୮୫ ମି.ମି., ସାତକୋଶିଆରେ ୪.୫୭ ମି.ମି., ଠାକୁରମୁଣ୍ଡାରେ ୨.୫୪ ମି.ମି., କେନ୍ଦୁମୁଣ୍ଡିରେ ୩୧.୭୫ ମି.ମି., ଜେନାବିଲରେ ୧୧.୬୮ ମି.ମି., କବାଟଘାଇରେ ୩୧.୭୫ ମି.ମି., ଚହଲାରେ ୫.୮୦ ମି.ମି., ରାମତୀର୍ଥରେ ୮.୮୯ମିମି ବର୍ଷା ହୋଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ଉପନିର୍ଦ୍ଦେଶକ ସାଇ କିରଣ ପ୍ରକାଶ କରିଛନ୍ତି ା

ତେବେ ବର୍ଷା ପାଇଁ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭିଥିବାରୁ ଜିଲାବାସୀଙ୍କୁ ଉତ୍ତାପରୁ ଆଶ୍ୱସ୍ତି ମିଳିଛି। ଏନେଇ ପରିବେଶବିତ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଶିମିଳିପାଳ ଅଭୟାରଣ୍ୟରେ ପ୍ରତି ବର୍ଷ ନିଆଁ ଲାଗିବା ନୂଆ ଘଟଣା ନୁହେଁ । ଖରାଦିନେ ନିଆଁ ଲାଗିବା ଓ ତାକୁ ତୁରନ୍ତ ଆୟତ୍ତ କରିବାରେ ସ୍ଥାନୀୟ ଲୋକଙ୍କ ସହଯୋଗ ରହିଥାଏ ।

ବନ କର୍ମଚାରୀଙ୍କ ସହ ମିଳିମିଶି ଖୁବ୍‌ ଶୀଘ୍ର ନିଆଁକୁ ଲିଭାଇବା ସହ ଶିକାରକୁ ରୋକିବାରେ ଲୋକେ ସାହାଯ୍ୟ କରିଥାନ୍ତି। ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରୁଥିବା ଲୋକମାନେ ହିଁ ଜଙ୍ଗଲ ସୁରକ୍ଷାରେ ନିଜକୁ ନିୟୋଜିତ କରିଥାନ୍ତି। ମାତ୍ର ୨୦୧୬ ପରଠାରୁ ବନ ବିଭାଗର କଟକଣା ଓ ସମ୍ପର୍କ ବିଚ୍ଛିନ୍ନ ହେବାରୁ ଲୋକେ ଅସହଯୋଗ ଆରମ୍ଭ କରିଛନ୍ତି। ବିଭାଗ ପକ୍ଷରୁ ସ୍ଥାନୀୟ ବନବାସୀ ଓ ଅଞ୍ଚଳବାସୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ସହ ସଚେତନତା ସୃଷ୍ଟି କଲେ ବନାଗ୍ନିକୁ ସହଜରେ ରୋକାଯାଇପାରିବ ବୋଲି କହିଛନ୍ତି। ସେହିପରି ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକମାନଙ୍କୁ ରୋଜଗାରର ପନ୍ଥା ଯୋଗାଇ ଦିଆଗଲେ ଅଭୟାରଣ୍ୟ ସୁରକ୍ଷାରେ ସୈନିକ ଭାବେ କାର୍ଯ୍ୟ କରିବେ ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri