ଭାଜପାକୁ ସର୍ବାଧିକ ପୋଷ୍ଟାଲ ଭୋଟ

ବାରିପଦା,୯ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲାରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପାକୁ ଅଧିକ ପୋଷ୍ଟାଲ ଭୋଟ ମିଳିଛି। ସର୍ବାଧିକ ଭୋଟ ବ୍ୟବଧାନରେ ବିଧାୟକ ଓ ଲୋକସଭା ଏମ୍‌ପି ବିଜୟୀ ହୋଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ପୋଷ୍ଟାଲ ଭୋଟ ଅଧିକ ଭାଜପାକୁ ଯାଇଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ତାହା ଦେଖିବାକୁ ମିଳିଛି। ୯ ଗୋଟି ବିଧାନସଭା ମଧ୍ୟରୁ ଉଦଳାରେ ସର୍ବାଧିକ ୧୫୧୭ ଓ କରଞ୍ଜିଆ ନିର୍ବାଚନମଣ୍ଡଳୀରେ ସର୍ବନିମ୍ନ ୩୩୦ଟି ପୋଷ୍ଟାଲ ଭୋଟ ପଡ଼ିଛି। ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ମୋଟ ୮ହଜାର ୩୩୮୧ ପୋଷ୍ଟାଲ ଭୋଟ ମିଳିଛି ା
କମିଶନରଙ୍କ ସୂଚନା କ୍ରମେ, ଜିଲାର ୯ ବିଧାନସଭା ନିର୍ବାଚନମଣ୍ଡଳୀରେ ୮, ୮୮୨ଖଣ୍ଡ ପୋଷ୍ଟାଲ ଭୋଟ ମିଳିଛି। ସେଥି ମଧ୍ୟରୁ ବଡ଼ସାହିରେ ୭୯୬, ବାରିପଦାରେ ୧୨୮୪, ମୋରଡ଼ାରେ ୧୧୪୮, ବାଙ୍ଗରିପୋଷିରେ ୮୮୦, ସାରସକଣାରେ ୯୨୩, ରାଇରଙ୍ଗପୁରରେ ୧୦୧୬, ଯଶିପୁରରେ ୯୮୮, କରଞ୍ଜିଆରେ ୩୩୦ ଓ ଉଦଳାରେ ୧୫୧୭ ପୋଷ୍ଟାଲ ଭୋଟ ପ୍ରାପ୍ତ ହୋଇଛି। ସେହିପରି ମୟୂରଭଞ୍ଜ ଲୋକସଭା କ୍ଷେତ୍ରରୁ ୧୧ ଲକ୍ଷ ୭୪ ହଜାର ୫୦ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ନବ ଚରଣ ମାଝୀଙ୍କୁୁ ସର୍ବାଧିକ ୫,୩୯୨, ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ୧୮୯୨, ଜେଏମଏମ ପ୍ରାର୍ଥିନୀ ଅଞ୍ଜନୀ ସୋରେନଙ୍କୁ ୬୮୬ ଓ ନୋଟାକୁ ୧୦୦ ଖଣ୍ଡ ପୋଷ୍ଟାଲ ଭୋଟ ମିଳିଛି। ସେହିପରି ବଡ଼ସାହି ନିର୍ବାଚନମଣ୍ଡଳୀରେ ମୋଟ ୧, ୫୨, ୪୫୭ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ସନାତନ ବିଜୁଳୀଙ୍କୁ ୪୯୭, ବିଜେଡି ପ୍ରାର୍ଥିନୀ ଅନୁସୟା ପାତ୍ରଙ୍କୁ ୧୮୫ ଓ କଂଗ୍ରେସ ପ୍ରାର୍ଥୀ କ୍ଷୀରୋଦ ପାତ୍ରକୁ ୧୦୦ ଓ ନୋଟାରେ ୬ ଖଣ୍ଡ ପୋଷ୍ଟାଲ ଭୋଟ ପଡିଛି। ବାରିପଦା ନିର୍ବାଚନମଣ୍ଡଳୀରେ ମୋଟ ୧,୬୧, ୭୫୭ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ପ୍ରକାଶ ସୋରେନଙ୍କୁ ୭୪୭, ବିଜେଡି ପ୍ରାର୍ଥୀ ସାନନ୍ଦ ମାରାଣ୍ଡିଙ୍କୁ ୩୬୬, କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ହେମ୍ବ୍ରମଙ୍କୁ ୧୦୯ ଓ ନୋଟାରେ ୩୦ଟି ପୋଷ୍ଟାଲ ଭୋଟ ପଡିଛି। ମୋରଡ଼ା ନିର୍ବାଚନମଣ୍ଡଳୀରେ ୧,୭୯,୯୭୮ ମତଦାନ ସେଥି ମଧ୍ୟରୁ ଭାଜପା ପ୍ରାର୍ଥୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ୬୬୩, ବିଜେଡି ପ୍ରାର୍ଥିନୀ ପ୍ରୀତିନନ୍ଦା କାନୁନଗୋଙ୍କୁ ୨୭୧, କଂଗ୍ରେସ ପ୍ରାର୍ଥୀ ପ୍ରଭାସ କରମହାପାତ୍ରଙ୍କୁ ୮୨, ଜେଏମଏମ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ଦାସଙ୍କୁ ୫୩ ଓ ନୋଟାରେ ୨ଖଣ୍ଡ ପୋଷ୍ଟାଲ ଭୋଟ ପଡିଛି। ସେହିପରି ବାଙ୍ଗରିପୋଷି ନିର୍ବାଚନମଣ୍ଡଳୀରେ ୧,୭୫,୮୨୦ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥିନୀ ସଞ୍ଜଳୀ ମୁର୍ମୁଙ୍କୁ ୫୧୪, ବିଜେଡି ପ୍ରାର୍ଥିନୀ ରଞ୍ଜିତା ମାରାଣ୍ଡିଙ୍କୁ ୨୫୪, କଂଗ୍ରେସ ପ୍ରାର୍ଥୀ ମୂରଲୀଧର ନାଏକକୁ ୫୮, ଜେଏମଏମ ପ୍ରାର୍ଥୀ ବିଷ୍ଣୁ ସିଂଙ୍କୁ ୨୯ ଓ ନୋଟାରେ ୫ଟି ପୋଷ୍ଟାଲ ଭୋଟ ପଡ଼ିଛି। ସାରସକଣା ବିଧାନସଭା ନିର୍ବାଚନମଣ୍ଡଳୀରେ ୧, ୫୭, ୧୩୬ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ଭାଦବ ହଁାସଦାଃଙ୍କୁ ୪୯୦, ବିଜେଡି ପ୍ରାର୍ଥୀ ଡା. ଦେବାଶିଷ ମାରାଣ୍ଡିଙ୍କୁ ୨୩୨, କଂଗ୍ରେସ ପ୍ରାର୍ଥୀ ରାମ ସୋରେନକୁ ୯୧, ଜେଏମଏମ ପ୍ରାର୍ଥୀ ଅଞ୍ଜନୀ ସୋରେନଙ୍କୁ ୬୫ ଓ ନୋଟାରେ ୭ ଖଣ୍ଡ ପୋଷ୍ଟାଲ ଭୋଟ ମିଳିଛି। ରାଇରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୧, ୬୯, ୮୦୬ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ଜୋଲେନ ନାଏକକୁ ୪୬୫, ବିଜେଡି ପ୍ରାର୍ଥୀ ରାଇସେନ ମୁର୍ମୁକୁ ୨୭୯, କଂଗ୍ରେସ ପ୍ରାର୍ଥୀ ଯୋଗେନ୍ଦ୍ର ବାନରାକୁ ୧୦୯, ଜେଏମଏମ ପ୍ରାର୍ଥୀ ସୁନାରାମ ଟୁଡୁ ୯୮ ଓ ନୋଟାରେ ୧୩ ଖଣ୍ଡ ପୋଷ୍ଟାଲ ଭୋଟ ପଡ଼ିଛି। ସେହିପରି ଯଶିପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୧, ୬୯, ୯୧୩ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ୫୯୭, ବିଜେଡି ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମଙ୍କୁ ୨୪୧, କଂଗ୍ରେସ ପ୍ରାର୍ଥିନୀ ଶ୍ୱେତା ଚାତାରଙ୍କୁ ୧୦୧ ଓ ନୋଟାରେ ୬ଟି ପୋଷ୍ଟାଲ ଭୋଟ ପଡ଼ିଛି। କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ୧, ୫୦, ୩୧୯ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ପଦ୍ମ ଚରଣ ହାଇବୁରଙ୍କୁ ୧୮୭, ବିଜେଡି ପ୍ରାର୍ଥିନୀ ବାସନ୍ତୀ ହେମ୍ବ୍ରମଙ୍କୁ ୬୨, କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀଧର ସିଂ ୪୧ ଓ ନୋଟାରେ ୪ ଖଣ୍ଡ ପୋଷ୍ଟାଲ ଭୋଟ ପଡିଛି। ଉଦଳା ବିଧାନସଭା ନିର୍ବାଚନମଣ୍ଡଳୀରେ ୧, ୫୮, ୦୮୧ ମତଦାନ ମଧ୍ୟରୁ ଭାଜପା ପ୍ରାର୍ଥୀ ଭାସ୍କର ମଢେଇଙ୍କୁ ୮୯୮, ବିଜେଡି ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କୁ ୪୫୩, କଂଗ୍ରେସ ପ୍ରାର୍ଥୀ ଦୁର୍ଗା ଚରଣ ଟୁଡୁଙ୍କୁୁ ୮୭, ଜେଏମ୍‌ଏମ୍‌ ପ୍ରାର୍ଥୀ ଚକ୍ରଧର ସିଂ ୧୭ ଓ ନୋଟାରେ ୧୮ ଖଣ୍ଡ ପୋଷ୍ଟାଲ ଭୋଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri