Posted inଖେଳ

ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଲାଗିପାରେ ବଡ଼ ଝଟ୍‌କା, ତାହେଲେ ଭାରତ ବିଜେତା ହେବା…

ନୂଆଦିଲ୍ଲୀ,୬।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖବରଟି ନ୍ୟୁଜିଲ୍ୟାଣ୍ଡର ଜଣେ ଷ୍ଟାର ଖେଳାଳିଙ୍କ ସହ ଜଡିତ। କିୱି ଦଳର ଦ୍ରୁତ ବୋଲର ମ୍ୟାଟ ହେନରୀ ଆଘାତ ଯୋଗୁ ଫାଇନାଲ ମ୍ୟାଚ୍‌ରୁ ବାଦ ପଡ଼ିପାରନ୍ତି ବୋଲି କୁହାଯାଉଛି। ଯଦି ଏହା ହୁଏ ତେବେ ଏହା ନ୍ୟୁଜିଲ୍ୟାଣ୍ଡ ପାଇଁ ଏକ ବଡ଼ ଝଟ୍‌କା ହେବ। ସେହିଭଳି ଟିମ୍‌ ଇଣ୍ଡିଆ ଲାଗି ଆଶ୍ୱସ୍ତିର ବିଷୟ ହେବ। କାରଣ ହେନରୀ କେବଳ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସବୁଠାରୁ ସଫଳ ବୋଲର ନୁହନ୍ତି ଟିମ ଇଣ୍ଡିଆ ବିପକ୍ଷରେ ତାଙ୍କର ରେକର୍ଡ ମଧ୍ୟ ସମାନ। ସେ ଗ୍ରୁପ ପର୍ଯ୍ୟାୟରେ ଭାରତ ବିପକ୍ଷ ମ୍ୟାଚ୍‌ରେ ଏହାର ଟ୍ରେଲର ମଧ୍ୟ ଦେଖାଇଛନ୍ତି।

ମ୍ୟାଟ ହେନରୀଙ୍କ କାନ୍ଧରେ ଆଘାତ ଲାଗିଛି। ଲାହୋରରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ସେ ଏହି ଆଘାତର ଶିକାର ହୋଇଥିଲେ। ହେନରୀ ଏକ କ୍ୟାଚ୍‌ ନେବା ସମୟରେ ଆହତ ହୋଇଥିଲେ, ଯାହା ପରେ ତାଙ୍କୁ ମଇଦାନ ଛାଡିବାକୁ ପଡିଥିଲା। ଏଯାବତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପେଇ ଅପ୍‌ଡେଟ୍‌ ଆସିନାହିଁ। ମ୍ୟାଚ ଶେଷ ହେବା ପରେ ଅଧିନାୟକ ମିଚେଲ ସାଣ୍ଟନର ମଧ୍ୟ ଅପଡେଟ ଦେଇଥିଲେ ଯେ ସେ ଗମ୍ଭୀର ହୋଇପାରନ୍ତି।

କାରଣ ତାଙ୍କ କାନ୍ଧରେ ଫୁଲା ରହିଛି। ହେଲେ ଆମେ ଆଗାମୀ ଦୁଇ ଦିନ ଅପେକ୍ଷା କରିବା ପରେ ହିଁ ଏକ ନିଷ୍ପତ୍ତିରେ ପହଞ୍ଚିବୁ।
ଯଦି ମ୍ୟାଟ ହେନରୀ ବାଦ୍‌ ପଡ଼ନ୍ତି, ତେବେ ଏହା ଫାଇନାଲରେ ଟିମ ଇଣ୍ଡିଆକୁ ଆଶ୍ୱସ୍ତି ଦେଇପାରେ। ସେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସବୁଠାରୁ ସଫଳ ବୋଲର। ସେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୪ଟି ମ୍ୟାଚ୍‌ରେ ୧୦ ଉଇକେଟ ନେଇଛନ୍ତି। ଏହି ୧୦ ଉଇକେଟ ମଧ୍ୟରୁ ସେ ଗ୍ରୁପ ପର୍ଯ୍ୟାୟରେ ଭାରତ ବିପକ୍ଷରେ ୫ଟି ଉଇକେଟ ନେଇଥିଲେ, ୮ ଓଭରରେ ୪୨ ରନ ଦେଇଥିଲେ।

ଆମେ ଭାରତ ବିପକ୍ଷରେ ଏକଦିବସୀୟ ମ୍ୟାଚ୍‌ରେ ହେନରୀଙ୍କ ପ୍ରଦର୍ଶନ ଦେଖିଲେ, ସେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୧ଟି ମ୍ୟାଚ୍‌ରେ ୨୧ ଉଇକେଟ ନେଇଛନ୍ତି। ମ୍ୟାଟ ହେନରୀ ୪.୪୮ ଇକୋନୋମି ଏବଂ ୨୧ ଆଭରେଜରେ ଏହି ଉଇକେଟ ନେଇଥିଲେ। ଏହି ସମୟ ମଧ୍ୟରେ ତାଙ୍କର ବୋଲିଂ ଷ୍ଟ୍ରାଇକ ରେଟ ୨୮ ରୁ କମ ରହିଛି।

୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ତୃତୀୟ ଥର ହେବ ଯେତେବେଳେ ଉଭୟ ଦଳ ICC ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରସ୍ପର ସହ ମୁହାଁମୁହିଁ ହେବେ। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଉଭୟ ଥର ଫାଇନାଲରେ ବିଜୟୀ ହୋଇଥିଲା। ଯଦିଓ ପରିସଂଖ୍ୟାନ କିୱିଙ୍କ ପାଖରେ ଅଛି, ଭାରତୀୟ ଦଳ ଏହାକୁ ବଦଳାଇବା ବିଷୟରେ ଚିନ୍ତା କରିବ। ଯଦି ମ୍ୟାଟ ହେନରୀ ଫାଇନାଲରୁ ବାହାର ହୋଇଯାଆନ୍ତି ତେବେ ଟିମ ଇଣ୍ଡିଆ ବିଜେତା ହେବା ସହଜ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri