ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

କଟକ ଅଫିସ,୨୪ା୫: ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳିଥିବା ବୋର୍ଡ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ବୋର୍ଡ ସଭାପତି ରାମାଶିଷ ହାଜରା ଏକ ପ୍ରେସ୍‌ମିଟ୍‌ରେ ଏହା ପ୍ରକାଶ କରିଛନ୍ତି। କରୋନା ପାଇଁ ସମ୍ମେଟିଭ୍‌ ପରୀକ୍ଷା ବ୍ୟବସ୍ଥା ହୋଇଥିଲା। ଏଣିକି ପୁରୁଣା ପଦ୍ଧତିରେ ପୁଣି ମାଟ୍ରିକ ପରୀକ୍ଷା ହେବ ବୋଲି ସେ କହିଛନ୍ତି। ପୂର୍ବରୁ ହେଉଥିବା ଇଣ୍ଟରନାଲ ଆସେସ୍‌ମେଣ୍ଟ ପରୀକ୍ଷା ଚାଲୁ ରହିବ। ସେହିପରି ନବମ ଶ୍ରେଣୀ ପିଲାଙ୍କ ପାଇଁ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ମାଟ୍ରିକରେ ସପ୍ଲିମେଣ୍ଟାରୀ ପରୀକ୍ଷା ମଧ୍ୟ ହେବ। ଇଣ୍ଟରନାଲ ଆସେସ୍‌ମେଣ୍ଟ ପରୀକ୍ଷା ୪ କ୍ୱାର୍ଟରରେ ହେବ। ଆଉ ସମ୍ମେଟିଭ୍‌ ପରୀକ୍ଷା ପିଲା ଦେବେ ନାହିଁ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି।