ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ) ପରୀକ୍ଷା ଶୁକ୍ରବାରରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ମାତୃଭାଷା ବିଷୟରେ ପରୀକ୍ଷା ରହିଥିଲା। ତେବେ ଏହି ପରୀକ୍ଷାର ପ୍ରଥମ ଦିବସରେ ବରଗଡ଼ ଜିଲାରେ ୨୫୧ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୨୪୨ଜଣ ଏଏଚଏସସି(ଏନୁଏଲ୍ ହାଇସ୍କୁଲ ସାର୍ଟିଫିକେଟ୍) ଏବଂ ୯ଜଣ ଏସଓଏସସି(ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ୍) ପରୀକ୍ଷାର୍ଥୀ ଅଟନ୍ତି। ଏଠାରେ ଉଲ୍ଳେଖନୀୟ, ଜିଲାରେ ଏଥର ସମୁଦାୟ ୧୭ହଜାର ୧୯୨ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ବ୍ବୟସ୍ଥା କରାଯାଇଛି। ସେମାନଙ୍କ ମଧ୍ୟରେ ୧୬ହଜାର ୯୭୯ଜଣ ଏଏଚଏସସି, ୧୧୧ଜଣ ଏସଓଏସସି, ୧୦୨ଜଣ ମଧ୍ୟମା ପରୀକ୍ଷାର୍ଥୀ ରହିଛନ୍ତି। ପ୍ରଥମ ଦିନରେ ସମସ୍ତ ୧୦୨ଜଣ ମଧ୍ୟମା ପରୀକ୍ଷା ଦେଇଥିବାବେଳେ ୧୬ହଜାର ୭୩୭ଜଣ ଏଏଚଏସସି ଏବଂ ୧୦୨ଜଣ ଏସଓଏସସି ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ।


