ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ ଅଫିସ,୨୪ା୫: ଆସନ୍ତା ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଏଥିନିମନ୍ତେ ମେ’ ୨୬ରୁ ଜୁନ୍‌ ୧ ପର୍ଯ୍ୟନ୍ତ ଫର୍ମଫିଲପ୍‌ କରାଯିବ। ଇଚ୍ଛୁକ ଥିବା ଛାତ୍ରୀଛାତ୍ର ଫର୍ମଫିଲପ୍‌ କରି ପରୀକ୍ଷା ଦେଇପାରିବେ। ତେବେ ପରୀକ୍ଷା ଜୁଲାଇ ୩ରୁ ଆରମ୍ଭ ହୋଇ ୮ ପର୍ଯ୍ୟନ୍ତ ଚାଲୁରହିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ଆଜି ଏକ ପ୍ରେସ୍‌ମିଟ୍‌ରେ ପ୍ରକାଶ କରିଛନ୍ତି।