୧୬ରେ ଯୁକ୍ତ୨, ୨୦ରେ ମାଟ୍ରିକ ପରୀକ୍ଷା: ଆନ୍ଦୋଳନରେ ଶିକ୍ଷକ, ପରୀକ୍ଷା ପରିଚାଳନା ବାଧାପ୍ରାପ୍ତ ଆଶଙ୍କା

ଭୁବନେଶ୍ୱର, ୧୪।୨ (ଅସମାପିକା ସାହୁ):ଆସିଲାଣି ପରୀକ୍ଷା ଋତୁ। କିନ୍ତୁ ଆନ୍ଦୋଳନରେ ଶିକ୍ଷକ। ଦାବି ପୂରଣ ନ ହେଲେ ପରୀକ୍ଷା ପରିଚାଳନାକୁ ନେଇ ଦୃଢ଼ ପଦକ୍ଷେପ ନେଇପାରନ୍ତି ଶିକ୍ଷକ। ତେଣୁ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସରକାର ଦାବି ପୂରଣ କରନ୍ତୁ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ଏ ପରିସ୍ଥିତିରେ ଆସନ୍ତା ମାଟ୍ରିକ, ଯୁକ୍ତ୨ ପରୀକ୍ଷା ପରିଚାଳନାରେ ଗୁରୁତର ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା ଦେଖାଗଲାଣି।
ଆସନ୍ତା ୨୦ତାରିଖରୁ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ପ୍ରାୟ ୬ଲକ୍ଷ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ତେବେ ପରୀକ୍ଷା ସମୟ ପାଖେଇ ଆସୁଥିଲେ ମଧ୍ୟ ଶିକ୍ଷକଙ୍କ ଚେତାବନୀକୁ ନେଇ ଚିନ୍ତା ବଢ଼ିଛି। ଗତ ୭ ତାରିଖରୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ମାଧ୍ୟମିକ ଶିକ୍ଷକମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନରେ ବସିଛନ୍ତି। ରାଜ୍ୟରେ ଥିବା ୩,୫୦୦ ହାଇସ୍କୁଲର ପ୍ରାୟ ୩୫ହଜାର ଶିକ୍ଷକ ଏଥିରେ ସାମିଲ ହୋଇଛନ୍ତି। ଏଥିମଧ୍ୟରେ ୨,୬୦୮ନୂତନ ଅନୁଦାନପ୍ରାପ୍ତ, ୬୦୮ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକ ଥିବାବେଳେ ବାକିସବୁ ସ୍କୁଲଗୁଡ଼ିକ ୩୦ବର୍ଷ ହେଲା କାର୍ଯ୍ୟ କରୁଥିଲେ ମଧ୍ୟ ଅନୁଦାନ ପାଇନାହାନ୍ତି।
ଅନୁଦାନ ପାଇ ନ ଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ କରିବା ଆଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରୁ ନ ଥିବାରୁ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦାବି ପୂରଣ ଦିଗରେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ଓଷ୍ଟା ଦାବି କରିଛି। ଯଦି ସରକାର ପରୀକ୍ଷା ପୂର୍ବରୁ କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ଆମେ ପରୀକ୍ଷା ପରିଚାଳନାରେ କିଛି ଦୃଢ଼ ପଦକ୍ଷେପ ନେବୁ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି। ସେ କହିଛନ୍ତି, ଦାବି ନେଇ ସରକାରଙ୍କ ସହ ବାରମ୍ବାର ଆଲୋଚନା ହେଉଛି, ପ୍ରତିଶ୍ରୁତି ମଧ୍ୟ ମିଳୁଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ନିଜେ ଏ ଦିଗରେ ହସ୍ତକ୍ଷେପ କରି ନିଷ୍ପତ୍ତି ନିଅନ୍ତୁ। ନଚେତ୍‌ ମାଟ୍ରିକ ପରୀକ୍ଷା ପରିଚାଳନାରେ ବହୁ ସମସ୍ୟା ହେବ। ସେଥିପାଇଁ ସରକାର ଦାୟୀ ରହିବେ।
ସେପଟେ ରାଜ୍ୟର ୭୮୪ଟି କଲେଜର ଅଧ୍ୟାପକମାନେ ମଧ୍ୟ ଆନ୍ଦୋଳନରେ ଅଛନ୍ତି। ଫଳରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପରୀକ୍ଷା ପରିଚାଳନାରେ ବି ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି। ୬୬୨ ବର୍ଗ କଲେଜ ସଂଘର ଆନ୍ଦୋଳନକୁ ବର୍ଷେ ପୂରିଛି। ଏହା ଭିତରେ ୭ଥର ମହାସମାବେଶ ମଧ୍ୟ ହୋଇଛି। ଗତ ୫ ତାରିଖରେ ମଧ୍ୟ ଅଧ୍ୟାପକମାନେ ଭୁବନେଶ୍ୱରରେ ବିକ୍ଷୋଭ କରିଥିଲେ। ସମାନ କାମକୁ ସମାନ ଗ୍ରେଡ୍‌ ପେ ଆଧାରରେ ଦରମା ପ୍ରଦାନ, ଏହି ବର୍ଗର କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ ପରିସରଭୁକ୍ତ କରିବା, ୨୦୧୮ ଜିଓରେ ଉପକୃତ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ଓ ବାଦ୍‌ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଦାବିରେ ୫ହଜାର ଶିକ୍ଷକ ଏବଂ ୪ହଜାର ଅଣଶିକ୍ଷକ ଏହି ବିକ୍ଷୋଭରେ ସାମିଲ ଥିଲେ। ତେବେ ୬ତାରିଖ ଦିନ ସରକାର ସଂଘ ସହ ଆଲୋଚନା କରି ଖୁବ୍‌ଶୀଘ୍ର ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ ପରୀକ୍ଷାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସଂଘ ପକ୍ଷରୁ ଆମରଣ ଅନଶନକୁ ସାମୟିକ ସ୍ଥଗିତ ରଖାଯାଇଛି। କିନ୍ତୁ ପ୍ରତିଦିନ ସବୁ କଲେଜ ସମ୍ମୁଖରେ ଶିକ୍ଷକମାନେ ଏକଘଣ୍ଟା ଧାରଣାରେ ବସୁଛନ୍ତି। ଆସନ୍ତା ଯୁକ୍ତ୨ ପରୀକ୍ଷା ପୂର୍ବରୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସଂଘ ସଭାପତି ଗୋଲକ ନାୟକ କହିଛନ୍ତି। ସେ କହିଛନ୍ତି, ପିଲାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମେ ଆମରଣ ଅନଶନକୁ ସ୍ଥଗିତ ରଖିଲୁ। ଏବେ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ସରକାର ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ମଧ୍ୟରେ ଦୂରତା ସୃଷ୍ଟି କରୁଛନ୍ତି। ଆମେ ଆଗରୁ କେବେ ପରୀକ୍ଷାରେ ଅସହଯୋଗ କରିନାହୁଁ। ତେଣୁ ଏଥର ବି କରିବୁନି। କିନ୍ତୁ କଳାବ୍ୟାଜ୍‌ ପିନ୍ଧି ପରୀକ୍ଷା ପରିଚାଳନା କରିବୁ। ଆବଶ୍ୟକ ପଡ଼ିଲେ ମୂଲ୍ୟାୟନ ବର୍ଜନ କରିବୁ ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା…

ପୁଣି ଏକ ବଡ଼ଧରଣର ବିମାନ ଦୁର୍ଘଟଣା: ଟେକ୍‌ଅଫ୍‌ବେଳେ ଜଳିଗଲା, ସବୁଯାତ୍ରୀ ମୃତ

ଭେନେଜୁଏଲା,୨୯।୧: କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବାଣିଜି୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ…

ମରିବୁ ପଛେ ମାଟି ଛାଡ଼ିବୁ ନାହିଁ: ଖଣି ଖନନକୁ ବିରୋଧ

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ନୂଆଗଁା ପଞ୍ଚାୟତ କାର୍ଯ୍ୟାଳୟ ପାଶର୍‌ବରେ ସେରୁବନ୍ଧ ସୁରକ୍ଷା ସମିତିର ଆହ୍ବାନକ୍ରମେ ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ବ୍ଲକ୍‌ର ୬…

କୋଟିଆକୁ ନେଇ ତୁଟୁନି ବିବାଦ: ଓଡ଼ିଶାକୁ ଚ୍ୟାଲେଞ୍ଜ୍‌ ଦେଉଛି ଆନ୍ଧ୍ର

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ଲାଗି ରହିଛି। ଏହି ପଞ୍ଚାୟତର ୧୨ ଗ୍ରାମକୁ ଆନ୍ଧ୍ରର…

ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର

ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri