୧୬ରେ ଯୁକ୍ତ୨, ୨୦ରେ ମାଟ୍ରିକ ପରୀକ୍ଷା: ଆନ୍ଦୋଳନରେ ଶିକ୍ଷକ, ପରୀକ୍ଷା ପରିଚାଳନା ବାଧାପ୍ରାପ୍ତ ଆଶଙ୍କା

ଭୁବନେଶ୍ୱର, ୧୪।୨ (ଅସମାପିକା ସାହୁ):ଆସିଲାଣି ପରୀକ୍ଷା ଋତୁ। କିନ୍ତୁ ଆନ୍ଦୋଳନରେ ଶିକ୍ଷକ। ଦାବି ପୂରଣ ନ ହେଲେ ପରୀକ୍ଷା ପରିଚାଳନାକୁ ନେଇ ଦୃଢ଼ ପଦକ୍ଷେପ ନେଇପାରନ୍ତି ଶିକ୍ଷକ। ତେଣୁ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସରକାର ଦାବି ପୂରଣ କରନ୍ତୁ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ଏ ପରିସ୍ଥିତିରେ ଆସନ୍ତା ମାଟ୍ରିକ, ଯୁକ୍ତ୨ ପରୀକ୍ଷା ପରିଚାଳନାରେ ଗୁରୁତର ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା ଦେଖାଗଲାଣି।
ଆସନ୍ତା ୨୦ତାରିଖରୁ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ପ୍ରାୟ ୬ଲକ୍ଷ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ। ତେବେ ପରୀକ୍ଷା ସମୟ ପାଖେଇ ଆସୁଥିଲେ ମଧ୍ୟ ଶିକ୍ଷକଙ୍କ ଚେତାବନୀକୁ ନେଇ ଚିନ୍ତା ବଢ଼ିଛି। ଗତ ୭ ତାରିଖରୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ମାଧ୍ୟମିକ ଶିକ୍ଷକମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନରେ ବସିଛନ୍ତି। ରାଜ୍ୟରେ ଥିବା ୩,୫୦୦ ହାଇସ୍କୁଲର ପ୍ରାୟ ୩୫ହଜାର ଶିକ୍ଷକ ଏଥିରେ ସାମିଲ ହୋଇଛନ୍ତି। ଏଥିମଧ୍ୟରେ ୨,୬୦୮ନୂତନ ଅନୁଦାନପ୍ରାପ୍ତ, ୬୦୮ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକ ଥିବାବେଳେ ବାକିସବୁ ସ୍କୁଲଗୁଡ଼ିକ ୩୦ବର୍ଷ ହେଲା କାର୍ଯ୍ୟ କରୁଥିଲେ ମଧ୍ୟ ଅନୁଦାନ ପାଇନାହାନ୍ତି।
ଅନୁଦାନ ପାଇ ନ ଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ କରିବା ଆଦି ଦାବିକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରୁ ନ ଥିବାରୁ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦାବି ପୂରଣ ଦିଗରେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ଓଷ୍ଟା ଦାବି କରିଛି। ଯଦି ସରକାର ପରୀକ୍ଷା ପୂର୍ବରୁ କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ଆମେ ପରୀକ୍ଷା ପରିଚାଳନାରେ କିଛି ଦୃଢ଼ ପଦକ୍ଷେପ ନେବୁ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି। ସେ କହିଛନ୍ତି, ଦାବି ନେଇ ସରକାରଙ୍କ ସହ ବାରମ୍ବାର ଆଲୋଚନା ହେଉଛି, ପ୍ରତିଶ୍ରୁତି ମଧ୍ୟ ମିଳୁଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ନିଜେ ଏ ଦିଗରେ ହସ୍ତକ୍ଷେପ କରି ନିଷ୍ପତ୍ତି ନିଅନ୍ତୁ। ନଚେତ୍‌ ମାଟ୍ରିକ ପରୀକ୍ଷା ପରିଚାଳନାରେ ବହୁ ସମସ୍ୟା ହେବ। ସେଥିପାଇଁ ସରକାର ଦାୟୀ ରହିବେ।
ସେପଟେ ରାଜ୍ୟର ୭୮୪ଟି କଲେଜର ଅଧ୍ୟାପକମାନେ ମଧ୍ୟ ଆନ୍ଦୋଳନରେ ଅଛନ୍ତି। ଫଳରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପରୀକ୍ଷା ପରିଚାଳନାରେ ବି ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି। ୬୬୨ ବର୍ଗ କଲେଜ ସଂଘର ଆନ୍ଦୋଳନକୁ ବର୍ଷେ ପୂରିଛି। ଏହା ଭିତରେ ୭ଥର ମହାସମାବେଶ ମଧ୍ୟ ହୋଇଛି। ଗତ ୫ ତାରିଖରେ ମଧ୍ୟ ଅଧ୍ୟାପକମାନେ ଭୁବନେଶ୍ୱରରେ ବିକ୍ଷୋଭ କରିଥିଲେ। ସମାନ କାମକୁ ସମାନ ଗ୍ରେଡ୍‌ ପେ ଆଧାରରେ ଦରମା ପ୍ରଦାନ, ଏହି ବର୍ଗର କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ ପରିସରଭୁକ୍ତ କରିବା, ୨୦୧୮ ଜିଓରେ ଉପକୃତ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ଓ ବାଦ୍‌ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଦାବିରେ ୫ହଜାର ଶିକ୍ଷକ ଏବଂ ୪ହଜାର ଅଣଶିକ୍ଷକ ଏହି ବିକ୍ଷୋଭରେ ସାମିଲ ଥିଲେ। ତେବେ ୬ତାରିଖ ଦିନ ସରକାର ସଂଘ ସହ ଆଲୋଚନା କରି ଖୁବ୍‌ଶୀଘ୍ର ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ ପରୀକ୍ଷାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସଂଘ ପକ୍ଷରୁ ଆମରଣ ଅନଶନକୁ ସାମୟିକ ସ୍ଥଗିତ ରଖାଯାଇଛି। କିନ୍ତୁ ପ୍ରତିଦିନ ସବୁ କଲେଜ ସମ୍ମୁଖରେ ଶିକ୍ଷକମାନେ ଏକଘଣ୍ଟା ଧାରଣାରେ ବସୁଛନ୍ତି। ଆସନ୍ତା ଯୁକ୍ତ୨ ପରୀକ୍ଷା ପୂର୍ବରୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସଂଘ ସଭାପତି ଗୋଲକ ନାୟକ କହିଛନ୍ତି। ସେ କହିଛନ୍ତି, ପିଲାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମେ ଆମରଣ ଅନଶନକୁ ସ୍ଥଗିତ ରଖିଲୁ। ଏବେ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ସରକାର ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ମଧ୍ୟରେ ଦୂରତା ସୃଷ୍ଟି କରୁଛନ୍ତି। ଆମେ ଆଗରୁ କେବେ ପରୀକ୍ଷାରେ ଅସହଯୋଗ କରିନାହୁଁ। ତେଣୁ ଏଥର ବି କରିବୁନି। କିନ୍ତୁ କଳାବ୍ୟାଜ୍‌ ପିନ୍ଧି ପରୀକ୍ଷା ପରିଚାଳନା କରିବୁ। ଆବଶ୍ୟକ ପଡ଼ିଲେ ମୂଲ୍ୟାୟନ ବର୍ଜନ କରିବୁ ବୋଲି ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri