ମାଟ୍ରିକ୍‌ ପରୀକ୍ଷା ନାମ ପଞ୍ଜୀକରଣରେ ଆଧାର ବାଧକ

ସମ୍ବଲପୁର, ୯ା୧୦(ଭବାନୀ ଶଙ୍କର ଭୋଇ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ନବମ ଶ୍ରେଣୀଠାରୁ ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ କରାଯିବା ବ୍ୟବସ୍ଥା ରହିଛି। ଚଳିତବର୍ଷ ପଞ୍ଜୀକରଣ ସେପ୍ଟେମ୍ବର ୨୭ରୁ ଆରମ୍ଭ ହୋଇ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ତେବେ ଛାତ୍ରୀଛାତ୍ରମାନଙ୍କର ନାମ ପଞ୍ଜୀକରଣ ପାଇଁ ବ୍ୟାଙ୍କ ପାସ୍‌ବୁକ ଏବଂ ଆଧାର କାର୍ଡ ଜରୁରୀ। ବର୍ତ୍ତମାନ ସୁଭଦ୍ରା ଯୋଜନା ଏବଂ ରାଶନ କାର୍ଡରେ ଆଧାର ସଂଯୋଗ ପାଇଁ ଗ୍ରାହକ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ରଗୁଡିକରେ ଲମ୍ବା ଲାଇନ ଲାଗୁଛି। ଆଧାର କାର୍ଡ ପାଇଁ ପଞ୍ଜୀକରଣ କିମ୍ବା ତ୍ରୁଟି ସଂଶୋଧନ ପାଇଁ ଆବେଦନ କଲେ ୧୫ ଦିନରୁ ୧ ମାସ ପର୍ଯ୍ୟନ୍ତ ସମୟ ଲାଗିଯାଉଛି। ସବୁ ଛାତ୍ରୀଛାତ୍ରଙ୍କର ଅଭିଭାବକମାନେ ଏନେଇ ସଚେତନ ନ ଥିବା ବେଳେ ସ୍କୁଲରେ ପଞ୍ଜୀକରଣ ସମୟରେ ହିଁ ଆଧାର କାର୍ଡରେ ରହିଥିବା ତ୍ରୁଟି ବିଷୟରେ ଅବଗତ ହୋଇ ବହୁ ଅଭିଭାବକ ସଂଶୋଧନ ପାଇଁ ଆବେଦନ କରିଥାନ୍ତି। ପୂର୍ବ ବର୍ଷଗୁଡ଼ିକରେ ମାଟ୍ରିକ ପଞ୍ଜୀକରଣ ସମୟ ବୃଦ୍ଧି ହୋଇଆସୁଥିବା ବେଳେ ଚଳିତବର୍ଷ ପଞ୍ଜୀକରଣ ସମୟ ବୃଦ୍ଧି କରିବା ପାଇଁ କୌଣସି ବିଜ୍ଞପ୍ତି ଜାରି କରାଯାଇନାହିଁ। ଯାହାଦ୍ୱାରା ବହୁ ଛାତ୍ରୀଛାତ୍ର ତ୍ରୁଟି ଥିବା ଆଧାର କାର୍ଡରେ ହିଁ ପଞ୍ଜୀକରଣ କରିବାକୁ ବାଧ୍ୟ ହେବେ ନଚେତ ପଞ୍ଜୀକରଣରୁ ବାଦ୍‌ପଡିବେ।

ଅନ୍ୟପକ୍ଷରେ ସୁଭଦ୍ରା ଯୋଜନା ଆବେଦନ ଆରମ୍ଭ ହେବା ପରଠାରୁ ନୂତନ ଆଧାର କାର୍ଡ ଆବେଦନ କରିବାକୁ ବହୁ ଜନସେବା କେନ୍ଦ୍ର ମନା କରୁଛନ୍ତି। ଯାହାଦ୍ୱାରା ବହୁ ନବମ ଶ୍ରେଣୀ ଛାତ୍ରୀଛାତ୍ର ଆଧାର କାର୍ଡ ମଧ୍ୟ ଆବେଦନ କରି ପାରିନାହାନ୍ତି, କିମ୍ବା ଆବେଦନ କରିଥିବା ସତ୍ତ୍ବେ ନମ୍ବର ମିଳି ନ ଥିବାରୁ ସେମାନେ ମଧ୍ୟ ପଞ୍ଜୀକରଣରୁ ବାଦ୍‌ପଡିବା ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସମସ୍ୟା ନେଇ ସମ୍ବଲପୁର ଜିଲାପାଳଙ୍କୁ ଜଣାଇବା ପରେ ସେ ନବମ ଶ୍ରେଣୀ ଛାତ୍ରଙ୍କ ଆଧାର କାର୍ଡ ଶୀଘ୍ର ଉପଲବ୍ଧ କରାଇବାକୁ ଆଧାର(ୟୁଆଇଡିଏଆଇ) ଅଧିକାରୀଙ୍କୁ ନିବେଦନ କରିଛନ୍ତି। ଏନେଇ ରାଜ୍ୟ ଶିକ୍ଷା ବିଭାଗକୁ ବହୁ ଅଭିଭାବକ ମାଟ୍ରିକ ପଞ୍ଜୀକରଣ ସମୟ ବୃଦ୍ଧି କରିବାକୁ ସାମାଜିକ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି। ଓଷ୍ଟା ପକ୍ଷରୁ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କୁ ଚିଠି ଲେଖି ସମସ୍ୟା ବିଷୟରେ ଅବଗତ କରିଛନ୍ତି। ଏଥିରେ ଦିଆଯାଇଥିବା ସମୟ କମ୍‌ ରହିଥିବାରୁ ଛାତ୍ରୀଛାତ୍ରଙ୍କ ନିର୍ଭୁଲ ପଞ୍ଜୀକରଣରେ ସମସ୍ୟା ଉପୁଜୁଥିବା ନେଇ ସେ ଅବଗତ କରିଛନ୍ତି। ବ୍ୟାଙ୍କଗୁଡ଼ିକରେ ବିନା ଆଧାର କାର୍ଡରେ ଆକାଉଣ୍ଟ ଖୋଲାଯାଉନାହିଁ। ଫଳରେ ଛାତ୍ରୀଛାତ୍ରମାନେ ପ୍ରଥମେ ଆଧାର କାର୍ଡ ଏବଂ ତା’ ପରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିରେ ପୂର୍ବ ବର୍ଷଗୁଡ଼ିକ ଭଳି ପଞ୍ଜୀକରଣ ସମୟ ଅବଧି ବୃଦ୍ଧି କରିବାକୁ ଦାସ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri