ଆଜିଠୁ ମାଟ୍ରିକ ପରୀକ୍ଷା: ବଢ଼ିଛି ପରୀକ୍ଷା କେନ୍ଦ୍ର, କମିଛନ୍ତି ପରୀକ୍ଷାର୍ଥୀ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଶୁକ୍ରବାର ଆରମ୍ଭ ହେବ। ମାର୍ଚ୍ଚ ୬ତାରିଖ ଯାଏ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ ଯାଏ ଗୋଟିଏ ସିଟିଂ ପରୀକ୍ଷା ଚାଲିବ। ଶୃଙ୍ଖଳିତ ଏବଂ ସୁଚାରୁରୂପେ ପରୀକ୍ଷା ସମ୍ପାଦନ ପାଇଁ ବରଗଡ଼ ଜିଲା ଶିକ୍ଷା ବିଭାଗ ପ୍ରସ୍ତୁତି ଚୂଡ଼ାନ୍ତ କରି ସାରିଛି। ପରୀକ୍ଷା କେନ୍ଦ୍ର ଏବଂ ନୋଡାଲ ପରୀକ୍ଷା କେନ୍ଦ୍ରଗୁଡ଼ିକ ପ୍ରସ୍ତୁତ ହୋଇସାରିଛି। ସିସିଟିଭି ନଜରରେ ସବୁ ପରୀକ୍ଷାକେନ୍ଦ୍ର ରହିଥିବାବେଳେ ନୋଡାଲ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଏ.ଆଇ . କ୍ୟାମେରା ସ୍ଥାପନ କରାଯାଇଛି। ସେହିପରି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ତଦାରଖ କରିବା ପାଇଁ ଜିଲାସ୍ତରରେ ୨ଟି ଏବଂ ବୋର୍ଡ ପକ୍ଷରୁ ଗୋଟିଏ ସ୍କ୍ବାଡ୍‌ ଗଠନ କରାଯାଇଛି। ଅନ୍ୟବର୍ଷ ଭଳି ଏଥର ମଧ୍ୟ ଜିଲାରେ ମାଟ୍ରିକ ପରୀକ୍ଷାଫଳ ଭଲ ରହିବ ବୋଲି ସଭିଏ ମନରେ ଆଶା ବାନ୍ଧିଛନ୍ତି। ଗୋଟିଏ ପଟେ ବିଗତବର୍ଷ ତୁଳନାରେ ଜିଲାରେ ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ିଛି। କିନ୍ତୁ ଅନ୍ୟପଟେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଏଥର ହ୍ରାସ ପାଇଛି। ଏହା ବର୍ତ୍ତମାନ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ଏଥର ଜିଲାରେ ସମୁଦାୟ ୧୭ହଜାର ୨୧୬ ମାଟ୍ରିକ ପରୀକ୍ଷାର୍ଥୀ ରହିଛନ୍ତି। ସେମାନେ ସମସ୍ତେ ଜିଲାର ୩୨୦ହାଇସ୍କୁଲର ଛାତ୍ରୀଛାତ୍ର ଅଟନ୍ତି। ସେମାନଙ୍କ ମଧ୍ୟରୁ ରେଗୁଲାର, ଏକ୍ସ-ରେଗୁଲାର ମିଶି ୧୬ହଜାର ୯୭୯(ରେଗୁଲାର-୧୬୯୪୭, ଏକ୍ସ ରେଗୁଲାର-୩୨) ପରୀକ୍ଷାର୍ଥୀ ଅଛନ୍ତି। ସେହିପରି ୧୦୨ମଧ୍ୟମା ଏବଂ ୧୩୫ଜଣ ଏସ୍‌ଆଇଓଏସ୍‌ ପରୀକ୍ଷାର୍ଥୀ ଅଛନ୍ତି। ତେବେ ଏହି ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ବରଗଡ଼ ବ୍ଲକ ଓ ପୌରାଞ୍ଚଳର ସର୍ବାଧିକ ୨୬୪୩ଜଣ ହୋଇଥିବାବେଳେ ଅମ୍ବାଭୋନା ବ୍ଲକରେ ସର୍ବନିମ୍ନ ୭୨୨ପରୀକ୍ଷାର୍ଥୀ ରହିଛନ୍ତି। ସେହିପରି ଅତାବିରାରେ ୧୭୨୫, ବରପାଲିରେ ୧୪୩୪, ଭଟଲିରେ ୯୮୫, ଭେଡେନରେ ୧୩୮୦, ବିଜେପୁରରେ ୧୪୯୬, ଗାଇସିଲେଟରେ ୧୧୬୦, ଝାରବନ୍ଧରେ ୯୦୫, ପାଇକମାଳରେ ୧୫୨୦, ରାଜବୋଡ଼ାସମ୍ବର(ପଦ୍ମପୁର)ରେ ୧୭୦୬ ଏବଂ ସୋହେଲା ବ୍ଲକରେ ୧୫୪୦ଜଣ ପରୀକ୍ଷାର୍ଥୀ ରହିଛନ୍ତି।
ପରୀକ୍ଷାର୍ଥୀଙ୍କ ପାଇଁ ଏଥର ଜିଲାରେ ସମୁଦାୟ ୯୮ପରୀକ୍ଷା କେନ୍ଦ୍ର ଖୋଲାଯାଇଛି। ସେଥିରୁ ଅମ୍ବାଭୋନା ବ୍ଲକରେ ୧୪ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୪, ଅତାବିରା ବ୍ଲକ/ପୌରାଞ୍ଚଳରେ ୩୩ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୧୦, ବରଗଡ଼ ବ୍ଲକ, ପୌରାଞ୍ଚଳରେ ୪୧ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୧୩, ବରପାଲି ବ୍ଲକର ୩୨ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ପାଇଁ ୭, ଭଟଲିର ୧୯ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୬, ଭେଡେନ ବ୍ଲକର ୨୮ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୮, ବିଜେପୁରର ୨୭ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୮, ଗାଇସିଲେଟର ୨୩ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୭, ଝାରବନ୍ଧ ହାଇସ୍କୁଲର ୧୮ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୬, ପାଇକମାଳର ୨୫ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୧୦, ରାଜବୋଡ଼ାସମ୍ବର ବ୍ଲକର ୨୯ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୧୦ ଏବଂ ସୋହେଲା ବ୍ଲକର ୩୧ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୯ ପରୀକ୍ଷା କେନ୍ଦ୍ର ରହିଛି। ସେହିପରି ପ୍ରଶ୍ନପତ୍ର ଗଚ୍ଛିତ ପାଇଁ ୧୨ନୋଡାଲ ପରୀକ୍ଷା କେନ୍ଦ୍ର ଅଛି।
ତେବେ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଉଥିବାବେଳେ ପରୀକ୍ଷାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୮-୧୯ ଶିକ୍ଷାବର୍ଷରେ ଜିଲାରେ ୯୨ପରୀକ୍ଷା କେନ୍ଦ୍ର ଖୋଲାଯାଇ ଥିବାବେଳେ ୧୮ହଜାର ୫୧୩ ପରୀକ୍ଷାର୍ଥୀ ଥିଲେ। ୨୦୧୯-୨୦ରେ ପରୀକ୍ଷାକେନ୍ଦ୍ର ୮୮ ଏବଂ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୭ହଜାର ୩୯୩କୁ ଖସିଥିଲା। ୨୦୨୦-୨୧ ଏବଂ ୨୦୨୧-୨୨ରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୦ହଜାର ୬୧୨ ଏବଂ ୨୦ହଜାର ୯୭୧କୁ ବୃଦ୍ଧି ପାଇଥିଲା। କିନ୍ତୁ ୨୦୨୨-୨୩ରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ପୁଣି ହ୍ରାସ ପାଇଥିଲା। ସେତେବେଳେ ୯୩ପରୀକ୍ଷା କେନ୍ଦ୍ର ରହିଥିବାବେଳେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୭ହଜାର ୯୨୬କୁ ଖସିଥିଲା। ୨୦୨୩-୨୪ରେ ଉଭୟ ପରୀକ୍ଷାକେନ୍ଦ୍ର ଏବଂ ପରୀକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ୯୭ପରୀକ୍ଷା କେନ୍ଦ୍ର ରହିଥିବାବେଳେ ୧୮ହଜାର ୪୯୯ ପରୀକ୍ଷାର୍ଥୀ ଥିଲେ। କିନ୍ତୁ ଏଥର ପରୀକ୍ଷାକେନ୍ଦ୍ର ୯୮କୁ ବୃଦ୍ଧି ପାଇଥିବାବେଳେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୭ହଜାର ୨୧୬କୁ ହ୍ରାସ ପାଇଛି।

ଓଡ଼ିଆ ମାଧ୍ୟମ ସ୍କୁଲ ପ୍ରତି ଭରସା ତୁଟୁଛି
ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକରେ ଶିକ୍ଷକ ଅଭାବ ରହୁଛନ୍ତି। ବିଜ୍ଞାନ ଲାବରେଟୋରିଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ଖର୍ଚ୍ଚ କରାଯାଉଛି। ହେଲେ ଛାତ୍ରୀଛାତ୍ରଙ୍କଠାରେ ସେଗୁଡ଼ିକର ଉପଯୁକ୍ତ ଡେମୋନଷ୍ଟ୍ରେଶନ ହେଉ ନାହିଁ। ଆଗଭଳି ଶିକ୍ଷା ଅଧିକାରୀମାନେ ମଧ୍ୟ ସ୍କୁଲକୁ ସରପ୍ରାଇଜ୍‌ ଭିଜିଟ୍‌ରେ ଯାଉ ନାହାନ୍ତି। ଛାତ୍ରୀଛାତ୍ରଙ୍କୁ ଯେଉଁ ମାର୍କ ଦିଆଯାଉଛି, ସେଥିରେ ମଧ୍ୟ ଗୁଣାବତ୍ତା ନାହିଁ। ସ୍କୁଲର ଇନଫ୍ରାଷ୍ଟ୍ରକଚର୍‌ କେବଳ ବଢୁଛି, ହେଲେ ଓଡ଼ିଆ ମାଧ୍ୟମ ସ୍କୁଲ ପ୍ରତି ଅଭିଭାବକଙ୍କ ଭରସା ତୁଟିବାରେ ଲାଗିଛି।
-କିରଣ କୁମାର ମିଶ୍ର, ଶିକ୍ଷାବିତ୍‌
ଉତ୍ତର ଦାୟିତ୍ୱର ଅଭାବ ହିଁ କାରଣ
ଇଂଲିଶ ମାଧ୍ୟମ ସ୍କୁଲଗୁଡ଼ିକରେ ପିଲାଙ୍କୁ ପଢ଼ାଇଲେ ଚାକିରି ପାଇଁ ହେଉଥିବା ପ୍ରତିଯୋଗିତାମୂଳକ ପରୀକ୍ଷାରେ ପିଲାମାନେ ସୁବିଧାଜନକ ସ୍ଥିତିରେ ରହିବେ ବୋଲି ଅଭିଭାବକଙ୍କ ଭ୍ରମାନ୍ତକ ଧାରଣା ରହୁଛି। ସେହିପରି ଇଂଲିଶ ମାଧ୍ୟମ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା କିଛି ଅଭିଭାବକ ନିଜ ସାମାଜିକ ମାନ ସମ୍ମାନର ପରିମାପକ ବୋଲି ମନେ କରିଥାନ୍ତି। ଯାହାକି ହାସ୍ୟାସ୍ପଦ। ଅନ୍ୟପଟେ ଓଡ଼ିଆ ମାଧ୍ୟମ ସ୍କୁଲରେ ଉତ୍ତର ଦାୟିତ୍ୱର ଯଥେଷ୍ଟ ଅଭାବ ରହୁଛି। ଏଥିପାଇଁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ସଂଖ୍ୟା ନିରନ୍ତର ହ୍ରାସ ପାଉଛି।
-ସତ୍ୟନାରାୟଣ ପାଢ଼ୀ, ଶିକ୍ଷାବିତ୍‌

 


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri