ମାଟ୍ରିକ ପରୀକ୍ଷା: ବିଜ୍ଞାନ ପରୀକ୍ଷା ପ୍ରଶ୍ନ ପେପରରେ ନଥିଲା ୩ ନମ୍ବର ପ୍ରଶ୍ନ: ପରେ..,

ବ୍ରହ୍ମପୁର,୧।୩(ସୁବାସ ଚନ୍ଦ୍ର ପାଢ଼ୀ): ଗତ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଶନିବାର ବିଜ୍ଞାନ ପରୀକ୍ଷା ଥିଲା ବେଳେ ଛାତ୍ରୀଛାତ୍ର ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ। ବିଜ୍ଞାନ ପ୍ରଶ୍ନ ପେପର ସି ସେଟର ତିନି ନମ୍ବର ପ୍ରଶ୍ନ ଟି ସେଥିରେ ଲେଖା ହୋଇ ନ ଥିଲା। କେବଳ ଖାଲି ରହିଥିଲା। ୪ମାର୍କ କମ ରହିଥିବା ବେଳେ ଛାତ୍ରୀଛାତ୍ର ମାନେ ପରୀକ୍ଷାକେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଏ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ପ୍ରଶ୍ନ ପେପେରରେ ଏକ ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। ଯାହାଫଳରେ ଛାତ୍ରୀଛାତ୍ର ମାନେ ସନ୍ଧେହରେ ପଡି ଯାଇଥିଲେ। ଜିଲାର ସମସ୍ତ କେନ୍ଦ୍ରରେ ସମାନ ଘଟଣା ଦେଖିବାକୁ ମିଳିଥିଲା। ଏକ ପରୀକ୍ଷା କେନ୍ଦ୍ରର ଅଧିକ୍ଷକ କହିଛନ୍ତି ଯେ, ପରୀକ୍ଷାର୍ଥୀମାନଙ୍କ ଠାରୁ ଏହା ଜାଣିବା ପରେ ଜୋନାଲ ଅଫିସ, କଣ୍ଟ୍ରୋଲ ରୁମକୁ ଏ ନେଇ ଜଣାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି। ଏନେଇ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ରାଜେଶ ପ୍ରଧାନ ସୂଚନା ଦେଇଛନ୍ତି ଯେ, ଭୁଲବଶତଃ ଉକ୍ତ ପ୍ରଶ୍ନଟି ପେପେର ରେ ପ୍ରିଣ୍ଟିଂ ଥିଲା। ପରକ୍ଷା ଆରମ୍ଭରୁ ଏହା ଜଣାପଡିଥିଲା। ହେଲେ ଆଉ କିଛି କରିବାର ନଥିଲା। ବୋର୍ଡ଼ କତ୍ତୃପକ୍ଷ ଏନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଛାତ୍ରୀଛାତ୍ର ମାନେ ଶୃଙ୍ଖଳାର ସହ ଶନିବାର ପରୀକ୍ଷା ଦେଇଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri