Posted inଜାତୀୟ

ମଥୁରା ଶାହି ଇଦ୍‌ଗାହା ମାମଲା, ଆବେଦନ ଗ୍ରହଣ କଲେ ଜିଲା କୋର୍ଟ,ସିଭିଲ କୋର୍ଟରେ ଶୁଣାଣି…

ମଥୁରା, ୧୯।୫ : କାଶୀର ଜ୍ଞାନବ୍ୟାପି ମସଜିଦ ପରେ ବର୍ତ୍ତମାନ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ ବିବାଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ମଥୁରାର ଜିଲା ଜଜ କୋର୍ଟ ଗୁରୁବାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦ୍‌ଗାହାଙ୍କ ମାମଲାର ଶୁଣାଣି ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ହରିଶଙ୍କର ଜୈନଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଶ୍ରୀକୃଷ୍ଣ ବିରଜମାନଙ୍କୁ ଏହି ମାମଲା ଦାଏର କରିବାର ଅଧିକାର ରହିଛି। ବର୍ତ୍ତମାନ ଏହି ମାମଲା ସିଭିଲ ଜଜଙ୍କ କୋର୍ଟରେ ଶୁଣାଣି ହେବ। ଏହାପୂର୍ବରୁ ସିଭିଲ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ।

କୋର୍ଟ କହିଥିଲେ ଯେ ଶ୍ରୀକୃଷ୍ଣ ବିରାଜମାନଙ୍କ ଅନୁଗାମୀ ଅଟନ୍ତି ଏବଂ ଶ୍ରୀକୃଷ୍ଣ ବିରଜମାନ ଏହି ମାମଲା ଦାଏର କରିପାରିବେ ନାହିଁ। ଏହି ଆବେଦନରେ ଭଗବାନ ଶ୍ରୀକୃଷ୍ଣଙ୍କ ତରଫରୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନର ୧୩.୩୭ ଏକର ଜମି ଫେରସ୍ତ କରିବାକୁ କୋର୍ଟରେ ଅନୁରୋଧ କରାଯାଇଛି। ପ୍ରାୟ ଚାରି ଶହ ବର୍ଷ ପୂର୍ବେ ଔରେଙ୍ଗଜେବଙ୍କ ନିର୍ଦ୍ଦେଶରେ ଏହାର ଏକ ବଡ଼ ଅଂଶରେ ମନ୍ଦିର ଭାଙ୍ଗିବା ପରେ କେଶବଦେବ ପର୍ବତ ଜମିକୁ ବେଆଇନ ଭାବେ ଦଖଲ କରାଯାଇ ଶାହି ଇଦ୍‌ଗାହା ମସଜିଦ ର୍ନିମାଣ କରାଯାଇଥିଲା ବୋଲି ଦାବି କରାଯାଇଛି। ୩୦ ସେପ୍ଟେମ୍ବର ୨୦୨୦ରେ ସିନିୟର ସିଭିଲ ଜଜଙ୍କ କୋର୍ଟ ଏହି ମକଦ୍ଦମାକୁ ଖାରଜ କରିଦେଇଥିଲେ।

 

ଏହାପୂର୍ବରୁ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ନିକଟରେ ଥିବା ଶାହି ଇଦ୍‌ଗାହା ମସଜିଦର ସୁରକ୍ଷା ବୃଦ୍ଧି କରିବା ସହିତ ଆବେଦନକାରୀ ମହେନ୍ଦ୍ର ପ୍ରତାପ ସିଂ ସେଠାକୁ ଯିବା ଆସିବା ଏବଂ ସୁରକ୍ଷା ଅଧିକାରୀ ନିଯୁକ୍ତି କରିବା ପାଇଁ ମଥୁରା କୋର୍ଟରେ ଆବେଦନ କରଥିଲେ। ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନ୍ୟାସର ସଭାପତି ମହେନ୍ଦ୍ର ପ୍ରତାପ ସିଂ ଏବଂ କୋର୍ଟରେ ଆବେଦନ କରିଥିବା ଅଭିଯୋଗକାରୀ କହିଛନ୍ତି ଯେ ଯେଉଁଭଳି ଭାବରେ ଜ୍ଞାନବ୍ୟାପି ମସଜିଦ ମାମଲା ସାମ୍ନାକୁ ଆସିଛି, ବର୍ତ୍ତମାନ ଇନ୍‌ଗାହରେ ଥିବା ଗର୍ଭଗୃହକୁ ସିଲ୍‌ କରାଯାଉ।

ଏହା ସହିତ ଡିଏମ ଏବଂ ଏସଏସପିଙ୍କୁ ସେଠାରେ ପୋଲିସ ଫୋର୍ସ ମୁତୟନ କରି ପ୍ରମାଣ ସହିତ ଟାମ୍ପରିଂ ହେବାର ସମ୍ଭାବନାକୁ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯିବା ଉଚିତ୍‌ ବୋଲି ଆବେଦନରେ ଦର୍ଶାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଭଗବାନ କୃଷ୍ଣଙ୍କ ମନ୍ଦିର ଭାଙ୍ଗି ଇଦ୍‌ଗାହା ନିର୍ମାଣ କରାଯାଇଛି। ଏ ବାବଦରେ ଆଡଭୋକେଟ କମିଶନ ଗଠନ କରାଯିବା ଉଚିତ। କୋର୍ଟରେ ପହଞ୍ଚିଥିବା ମନୀଷ ଯାଦବ କହିଛନ୍ତି ଯେ ଆଡଭୋକେଟ କମିଶନଙ୍କ ଦାବି ଉପରେ ଆବେଦନ ଉପରେ ଶୁଣାଣି ପାଇଁ ଜୁଲାଇ ୧ ତାରିଖ ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ ରାଜନୀତି ଛାଡ଼ିବି ନାହିଁ

ଜେରୁଜେଲମ,୮।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ସେ ଏହି ମାସ ଶେଷରେ ଗାଜା ଶାନ୍ତି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଉପରେ ଆମେରିକା ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri