Posted inଜାତୀୟ

ମଥୁରା ଶାହି ଇଦ୍‌ଗାହା ମାମଲା, ଆବେଦନ ଗ୍ରହଣ କଲେ ଜିଲା କୋର୍ଟ,ସିଭିଲ କୋର୍ଟରେ ଶୁଣାଣି…

ମଥୁରା, ୧୯।୫ : କାଶୀର ଜ୍ଞାନବ୍ୟାପି ମସଜିଦ ପରେ ବର୍ତ୍ତମାନ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ ବିବାଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ମଥୁରାର ଜିଲା ଜଜ କୋର୍ଟ ଗୁରୁବାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦ୍‌ଗାହାଙ୍କ ମାମଲାର ଶୁଣାଣି ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ହରିଶଙ୍କର ଜୈନଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଶ୍ରୀକୃଷ୍ଣ ବିରଜମାନଙ୍କୁ ଏହି ମାମଲା ଦାଏର କରିବାର ଅଧିକାର ରହିଛି। ବର୍ତ୍ତମାନ ଏହି ମାମଲା ସିଭିଲ ଜଜଙ୍କ କୋର୍ଟରେ ଶୁଣାଣି ହେବ। ଏହାପୂର୍ବରୁ ସିଭିଲ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ।

କୋର୍ଟ କହିଥିଲେ ଯେ ଶ୍ରୀକୃଷ୍ଣ ବିରାଜମାନଙ୍କ ଅନୁଗାମୀ ଅଟନ୍ତି ଏବଂ ଶ୍ରୀକୃଷ୍ଣ ବିରଜମାନ ଏହି ମାମଲା ଦାଏର କରିପାରିବେ ନାହିଁ। ଏହି ଆବେଦନରେ ଭଗବାନ ଶ୍ରୀକୃଷ୍ଣଙ୍କ ତରଫରୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନର ୧୩.୩୭ ଏକର ଜମି ଫେରସ୍ତ କରିବାକୁ କୋର୍ଟରେ ଅନୁରୋଧ କରାଯାଇଛି। ପ୍ରାୟ ଚାରି ଶହ ବର୍ଷ ପୂର୍ବେ ଔରେଙ୍ଗଜେବଙ୍କ ନିର୍ଦ୍ଦେଶରେ ଏହାର ଏକ ବଡ଼ ଅଂଶରେ ମନ୍ଦିର ଭାଙ୍ଗିବା ପରେ କେଶବଦେବ ପର୍ବତ ଜମିକୁ ବେଆଇନ ଭାବେ ଦଖଲ କରାଯାଇ ଶାହି ଇଦ୍‌ଗାହା ମସଜିଦ ର୍ନିମାଣ କରାଯାଇଥିଲା ବୋଲି ଦାବି କରାଯାଇଛି। ୩୦ ସେପ୍ଟେମ୍ବର ୨୦୨୦ରେ ସିନିୟର ସିଭିଲ ଜଜଙ୍କ କୋର୍ଟ ଏହି ମକଦ୍ଦମାକୁ ଖାରଜ କରିଦେଇଥିଲେ।

 

ଏହାପୂର୍ବରୁ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ନିକଟରେ ଥିବା ଶାହି ଇଦ୍‌ଗାହା ମସଜିଦର ସୁରକ୍ଷା ବୃଦ୍ଧି କରିବା ସହିତ ଆବେଦନକାରୀ ମହେନ୍ଦ୍ର ପ୍ରତାପ ସିଂ ସେଠାକୁ ଯିବା ଆସିବା ଏବଂ ସୁରକ୍ଷା ଅଧିକାରୀ ନିଯୁକ୍ତି କରିବା ପାଇଁ ମଥୁରା କୋର୍ଟରେ ଆବେଦନ କରଥିଲେ। ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନ୍ୟାସର ସଭାପତି ମହେନ୍ଦ୍ର ପ୍ରତାପ ସିଂ ଏବଂ କୋର୍ଟରେ ଆବେଦନ କରିଥିବା ଅଭିଯୋଗକାରୀ କହିଛନ୍ତି ଯେ ଯେଉଁଭଳି ଭାବରେ ଜ୍ଞାନବ୍ୟାପି ମସଜିଦ ମାମଲା ସାମ୍ନାକୁ ଆସିଛି, ବର୍ତ୍ତମାନ ଇନ୍‌ଗାହରେ ଥିବା ଗର୍ଭଗୃହକୁ ସିଲ୍‌ କରାଯାଉ।

ଏହା ସହିତ ଡିଏମ ଏବଂ ଏସଏସପିଙ୍କୁ ସେଠାରେ ପୋଲିସ ଫୋର୍ସ ମୁତୟନ କରି ପ୍ରମାଣ ସହିତ ଟାମ୍ପରିଂ ହେବାର ସମ୍ଭାବନାକୁ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯିବା ଉଚିତ୍‌ ବୋଲି ଆବେଦନରେ ଦର୍ଶାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଭଗବାନ କୃଷ୍ଣଙ୍କ ମନ୍ଦିର ଭାଙ୍ଗି ଇଦ୍‌ଗାହା ନିର୍ମାଣ କରାଯାଇଛି। ଏ ବାବଦରେ ଆଡଭୋକେଟ କମିଶନ ଗଠନ କରାଯିବା ଉଚିତ। କୋର୍ଟରେ ପହଞ୍ଚିଥିବା ମନୀଷ ଯାଦବ କହିଛନ୍ତି ଯେ ଆଡଭୋକେଟ କମିଶନଙ୍କ ଦାବି ଉପରେ ଆବେଦନ ଉପରେ ଶୁଣାଣି ପାଇଁ ଜୁଲାଇ ୧ ତାରିଖ ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri