ସନ୍ତାନ ଜନ୍ମ ପରେ ଆଖିବୁଜିଲେ ପ୍ରସୂତି, ଡାକ୍ତର କହିଲେ…

କୁନ୍ଦୁରା,୪ା୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଉପକଣ୍ଠ ରାଇ କୁନ୍ଦୁରାଠାରେ ଛୁଆଜନ୍ମ କରିବା ପରେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଜାନୁଆରୀ ୧ ତାରିଖରେ ରାଇ କୁନ୍ଦୁରାଠାରେ ବସବାସ କରୁଥିବା ଅଞ୍ଜଳି ଦଳେଇ ଗର୍ଭ ଯନ୍ତ୍ରଣା ହେବାରୁ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ସେଠାରେ ସୁସ୍ଥ ଅବସ୍ଥାରେ ଡାକ୍ତରଙ୍କ ଉପସ୍ଥିତିରେ ଦ୍ୱିତୀୟ ସନ୍ତାନ ଜନ୍ମ ହୋଇଥିଲା। ନବଜାତ ଶିଶୁର ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥା ଜନ୍ମ ହେବା ପରେ ବହୁତ ଭଲ ଥିଲା।

ନିୟମ ଅନୁଯାୟୀ, ଛୁଆ ଜନ୍ମ ହେବାଠାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ରହିବାର ନିୟମ ଥିବାବେଳେ ଅଞ୍ଜଳି ଏବଂ ତାଙ୍କ ପରିବାରବର୍ଗ ସମୟ ପୂର୍ବରୁ ଘରକୁ ନେଇଯାଇଥିଲେ। ଘରକୁ ନେବା ପରେ ଅଞ୍ଜଳି ଛାତିରେ ଯନ୍ତ୍ରଣା ହେବା ନେଇ କୌଣସି ଏକ କ୍ୱାକ୍‌ ନିକଟରେ ଚିକିତ୍ସା ହେବା ପରେ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ପରିବାରବର୍ଗ ତାଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆମ୍ବୁଲାନ୍ସ ଯୋଗେ ଜୟପୁର ନେଉଥିବା ବେଳେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିବା କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଗଣେଶ ପ୍ରସାଦ ଦାସଙ୍କ ସୂଚନା ମୁତାବକ ପ୍ରସୂତି ଅଞ୍ଜଳିଙ୍କ ସ୍ବାସ୍ଥ୍ୟାବସ୍ଥା ବହୁତ ଭଲ ଥିଲା। ଅନଭିଜ୍ଞ ଏବଂ ବେନାମୀ କ୍ୱାକ୍‌ମାନଙ୍କ ଚିକିତ୍ସା ତାଙ୍କୁ ମୃତ୍ୟୁମୁହଁକୁ ଠେଲିଛି। ଗର୍ଭବତୀ ହେବା ଦିନଠାରୁ ତାଙ୍କର ସମସ୍ତ ପ୍ରକାରେ ପରୀକ୍ଷା, ନିରୀକ୍ଷା ଏବଂ ଔଷଧ ଖାଇବା ସବୁକିଛି ଠିକ୍‌ଠାକ୍‌ ରହିଥିଲା। କୁନ୍ଦୁରା ବ୍ଲକରେ ଅନେକ ସ୍ଥାନରେ ଅଣସ୍ବୀକୃତିପ୍ରାପ୍ତ କ୍ୱାକ୍‌ମାନେ ଲୁଚାଛପା ଭାବେ ରୋଗୀଙ୍କୁ ଚିକିତ୍ସା କରି ବିପଦରେ ପକାଉଛନ୍ତି। ମୃତ୍ୟୁ ହୋଇଥିବା ମହିଳା ଅଞ୍ଜଳିଙ୍କ ପୂର୍ବରୁ ୩ ବର୍ଷର ଏକ ପୁଅ ଥିବା ବେଳେ ଦିତୀୟ ସନ୍ତାନ ମଧ୍ୟ ପୁଅଟିଏ ହୋଇଛି। ଡାକ୍ତର କହିବା ଅନୁସାରେ ଜନ୍ମ ବେଳକୁ ସ୍ବାସ୍ଥ୍ୟ ଭଲ ଥାଇ ଶିଶୁଟି ଜନ୍ମ ହୋଇଥିବା ବେଳେ ମା’ଙ୍କ ମୃତ୍ୟୁ ପରେ ଖାଇବାରେ ଅସୁବିଧା ଉପୁଜୁଛି। ଫଳରେ ଶିଶୁଟିକୁ ଜୟପୁର ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri