ଭାରତରେ ମାତୃ, ନବଜାତ ମୃତ୍ୟୁ ସର୍ବାଧିକ

କେପ୍‌ଟାଉନ, ୧୧ା୫ : ସାରା ବିଶ୍ୱରେ ମୋଟ ମାତୃ, ନବଜାତ ମୃତ୍ୟୁ ଏବଂ ମୃତ ଶିଶୁ ଜନ୍ମର ୬୦ ପ୍ରତିଶତ ଭାରତ ସମେତ ୧୦ଟି ଦେଶରେ ଘଟୁଛି। ଏଥିରେ ଭାରତ ସର୍ବାଗ୍ରେ ରହିଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ବିଶ୍ୱରେ ଜୀବନ୍ତ ଶିଶୁ ଜନ୍ମର ୫୧ ପ୍ରତିଶତ ଏହି ୧୦ ଦେଶରେ ହୋଇଥାଏ। ଡବ୍ଲ୍ୟୁଏଚ୍‌ଓ, ୟୁନିସେଫ୍‌ ଏବଂ ୟୁଏନ୍‌ଏଫ୍‌ପିଏ ପକ୍ଷରୁ କରାଯାଇଥିବା ପ୍ରୋଗ୍ରେସ୍‌ ଟ୍ରାକିଂ ରିପୋର୍ଟ ମଙ୍ଗଳବାର ଅନ୍ତର୍ଜାତୀୟ ମାତୃତ୍ୱ ନବଜାତ ସ୍ବାସ୍ଥ୍ୟ ସମ୍ମିଳନୀ (ଆଇଏମ୍‌ଏନ୍‌ଏଚ୍‌ସି ୨୦୨୩)ରେ ପ୍ରକାଶ ପାଇଛି। ୨୦୨୦-୨୧ରେ ମୋଟ ୪.୫ ନିୟୁତ ମୃତ୍ୟୁ ମଧ୍ୟରେ ରହିଛି ମାତୃମୃତ୍ୟୁ ୦.୨୯ ନିୟୁତ, ମୃତ ଶିଶୁ ଜନ୍ମ ୧.୯ ନିୟୁତ ଏବଂ ନବଜାତ ଶିଶୁ ମୃତ୍ୟୁ ୨.୩ ନିୟୁତ। ଉପସାହାରା ଆଫ୍ରିକା, କେନ୍ଦ୍ରୀୟ ଏବଂ ଦକ୍ଷିଣ ଏସିଆ ଅଞ୍ଚଳରେ ସର୍ବାଧିକ ମୃତ୍ୟୁ ଘଟୁଛି। ୮ ବର୍ଷ ହେଲା ମାତୃ ଏବଂ ନବଜାତ ସ୍ବାସ୍ଥ୍ୟ ପାଇଁ ବ୍ୟୟ ହ୍ରାସ ପାଇଛି।
୨୦୨୦ରେ ସାରା ବିଶ୍ୱରେ ମୋଟ ୪୫ ଲକ୍ଷ ମାତୃ, ଶିଶୁ ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ମଧ୍ୟରୁ ଭାରତରେ ୭,୮୮,୦୦୦ ମୃତ୍ୟୁ ଘଟିଛି। ବିଶ୍ୱରେ ମୋଟ ଜୀବନ୍ତ ଶିଶୁ ଜନ୍ମରୁ ୧୭ ପ୍ରତିଶତ ଭାରତରେ ହୋଇଛି। ଭାରତ ପରେ ମୃତ୍ୟୁହାରରେ ନାଇଜେରିଆ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପାକିସ୍ତାନ ତୃତୀୟରେ ରହିଛି। ଏହା ପଛକୁ ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ, ଇଥିଓପିଆ, ବାଂଲାଦେଶ ଏବଂ ଚାଇନା ରହିଛି।
ପ୍ରତି ନବଜାତ କାର୍ଯ୍ୟ ଯୋଜନା (ଇଏନ୍‌ଏପି) ଏବଂ ପ୍ରତିକାରଯୋଗ୍ୟ ମାତୃ ମୃତ୍ୟୁହାର (ଇପିଏମ୍‌ଏମ୍‌) ପ୍ରୋଗ୍ରେସ୍‌ ଟ୍ରାକିଂ ରିପୋର୍ଟ ଅନୁଯାୟୀ ଗର୍ଭବତୀ ମହିଳା, ମା’ ଓ ଶିଶୁ ମୃତ୍ୟୁ ହ୍ରାସରେ ଅଗ୍ରଗତି ହୋଇପାରିନାହିଁ। ବିଶ୍ୱବ୍ୟାପୀ ଗର୍ଭବତୀ ମହିଳା ଓ ନବଜାତ ମୃତ୍ୟୁ ହାର କ୍ରମାଗତ ଭାବେ ଅଧିକ ରହିଆସିଛି। ସେମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇବାରେ କରୋନା ମହାମାରୀ ବାଧକ ସାଜିଥିଲା ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ରେ ମାତୃ, ନବଜାତ, ଶିଶୁ, କିଶୋର ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଥିବା ଡା. ଅଂଶୁ ବାନାର୍ଜୀ କହିଛନ୍ତି। ଏଥିରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିଲେ ଆମକୁ ଭିନ୍ନ ପଦକ୍ଷେପ ନେବାକୁ ହେବ। ପ୍ରାଥମିକ ସ୍ବାସ୍ଥ୍ୟସେବାରେ ଅଧିକ ତଥା ସ୍ମାର୍ଟ ପୁଞ୍ଜିନିବେଶ ଜରୁରୀ, ଯଦ୍ଦ୍ବାରା ପ୍ରତ୍ୟେକ ମହିଳା ଏବଂ ଶିଶୁ, ସେମାନେ ଯେଉଁଠି ବସବାସ କରୁଥାନ୍ତୁ ନା କାହିଁକି, ସ୍ବାସ୍ଥ୍ୟ ଏବଂ ବଞ୍ଚତ୍ରହିବା ପାଇଁ ଶ୍ରେଷ୍ଠ ସୁଯୋଗ ପାଇପାରିବେ ବୋଲି ବାନାର୍ଜୀ କହିଛନ୍ତି।
ଆଇଏମ୍‌ଏନ୍‌ଏଚ୍‌ସିରେ ଗଣମାଧ୍ୟମକୁ ଡବ୍ଲ୍ୟୁଏଚ୍‌ଓର ମାଟର୍ନାଲ ହେଲ୍‌ଥ ମୁଖ୍ୟ ଡ. ଆଲିସିନ୍‌ ମୋରାନ କହିଛନ୍ତି, ୨୦୦୦ ମସିହାରୁ ମାତୃ, ନବଜାତ ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ହ୍ରାସ ପାଇଆସୁଥିବାବେଳେ ୨୦୧୫ରୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ୨୦୩୦ ସୁଦ୍ଧା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲ କରିବାକୁ ହେଲେ ଆମକୁ ଏକ ଗୋଷ୍ଠୀ ଭାବେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଏଥିପାଇଁ ମହିଳା ଓ ନବଜାତଙ୍କ ପ୍ରସବ ପୂର୍ବ, ଅନ୍ତଃଗର୍ଭାଶୟୀ ଏବଂ ପ୍ରସବ ପରବର୍ତ୍ତୀ ଯତ୍ନରେ ଉନ୍ନତି ପାଇଁ ଜୀବନରକ୍ଷାକାରୀ ହସ୍ତକ୍ଷେପ ଜରୁରୀ। ୨୦୨୫ ସୁଦ୍ଧା ଆମକୁ ପ୍ରସବ ପୂର୍ବ, ଦକ୍ଷତାପୂର୍ଣ୍ଣ ପ୍ରସବ ସହାୟକ ଏବଂ ପ୍ରସବ ପରବର୍ତ୍ତୀ ଜନ୍ମ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ ବୋଲି ମୋରାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri