Posted inଖେଳ

ମୁମ୍ବାଇ ବିପକ୍ଷ ମ୍ୟାଚ୍‌ ସ୍ବତନ୍ତ୍ର: ଲୋବେରା

ଭୁବନେଶ୍ୱର,୨୮ା୯(ସରୋଜ ଜେନା): ଗୁରୁବାର ଇଣ୍ଡିଆନ୍‌ ସୁପର ଲିଗ୍‌ରେ ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷରେ ଏହାର ଦ୍ୱିତୀୟ ମ୍ୟାଚ୍‌ ଖେଳିବ ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଏହି ମ୍ୟାଚକୁ ନେଇ ସେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା। ପୂର୍ବରୁ ମୁମ୍ବାଇର ମୁଖ୍ୟ କୋଚ୍‌ ରହିଥିବା କାରଣରୁ ଏହି ମ୍ୟାଚ୍‌ ପାଇଁ ଉତ୍ସାହିତ ଥିବା ସେ କହିଛନ୍ତି ।

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବୁଧବାର ମ୍ୟାଚ୍‌ ପୂର୍ବବର୍ତ୍ତୀ ଖବରଦାତା ସମ୍ମିଳନୀରେ ଓଏଫ୍‌ସି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା ଓ ଡିଫେଣ୍ଡର ମୋର୍ଟାଡା ଫଲ୍‌ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ମୁମ୍ବାଇ ଏଫ୍‌ସିର କୋଚ୍‌ ଡେସ୍‌ ବକିଙ୍ଗହାମ୍‌ ଓ ଅଧିନାୟକ ରାହୁଲ ଭେକେ ପ୍ରେସ୍‌ ମିଟ୍‌ରେ ରହିଥିଲେ। ମୁମ୍ବାଇ ଏକ ଶକ୍ତିଶାଳୀ ଦଳ। ପ୍ରଥମ ମ୍ୟାଚରେ ସେମାନେ ମଧ୍ୟ ବିଜୟୀ ହୋଇ ଆସିଛନ୍ତି। ଉନ୍ନତ ପ୍ରଦର୍ଶନ କରିବା ପାଇଁ ଏହା ଆମ ନିକଟରେ ଏକ ଭଲ ସୁଯୋଗ ବୋଲି କହିଥିଲେ ଲୋବେରୋ।

ପୂର୍ବରୁ ମୁମ୍ବାଇ ଦଳ ସହିତ କୋଚିଂ କରି ଥିବାରୁ ଏହି ମ୍ୟାଚ୍‌ ବ୍ୟକ୍ତିଗତ ଭାବରେ ମୋ ପାଇଁ ବେଶ୍‌ ସ୍ବତନ୍ତ୍ର। ମୋହନବାଗାନ ବିପକ୍ଷ ଏଏଫ୍‌ସି କପ୍‌ ପରାଜୟ ପରେ ଦଳ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ କରିଛି। ଚେନ୍ନାଇନ୍‌ ବିପକ୍ଷରେ ଆମେ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଥିବା ବେଳେ ମୁମ୍ବାଇ ବିପକ୍ଷରେ ସମାନ ପ୍ରଦର୍ଶନ ଦୋହରାଇବା ନେଇ ଗୁରୁତ୍ୱ ଦେଇଛନ୍ତି।

କଳିଙ୍ଗ ଷ୍ଟାଡିୟମ ଆମର ହୋମ୍‌ ଗ୍ରାଉଣ୍ଡ ରହିଥିବା ବେଳେ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛି। ଗୁରୁବାର ମ୍ୟାଚରେ ମୁମ୍ବାଇକୁ କଡା ଟକ୍କର ଦେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋର୍ଟାଡା ଫଲ୍‌। ହୋମ୍‌ ଗ୍ରାଉଣ୍ଡରେ ଓଏଫ୍‌ସି ଏକ ଶକ୍ତିଶାଳୀ ଦଳ ବୋଲି କହିଛନ୍ତି ବକିଙ୍ଗହାମ। ଉଭୟ ଦଳର ଅନେକ ଖେଳାଳି ପରସ୍ପରକୁ ଜାଣିଛନ୍ତି ଓ ମାତ୍ରାଧିକ ଫୁଟବଲ ମଧ୍ୟ ଖେଳିଛନ୍ତି। ତେଣୁ ଗୁରୁବାର ଏକ ଚମତ୍କାର ମ୍ୟାଚ୍‌ ଦେଖିବାକୁ ମିଳିବ ବୋଲି କହିଛନ୍ତି ମୁମ୍ବାଇ ସିଟି ଏଫ୍‌ସି ମୁଖ୍ୟ କୋଚ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri