Categories: ଖେଳ

ଅଭ୍ୟାସ ମ୍ୟାଚ୍‌ରେ ମ୍ୟାଚ୍‌ ଦିନର ଭ୍ରମ

ନୂଆଦିଲ୍ଲୀ,୧୨।୬: ବାରବାଟୀ ଷ୍ଟାଡ଼ିୟମରେ ଶନିବାର ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଅଭ୍ୟାସ କରିଥିଲେ। ଅଭ୍ୟାସ ଦେଖିବା ଲାଗି ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ୬ ଓ ୭ ନଂ ଗ୍ୟାଲେରୀରେ ଦର୍ଶକଙ୍କୁ ସୁଯୋଗ ମିଳିଥିଲା। ମଧ୍ୟାହ୍ନ ୧୨ଟାରେ ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସ କରିବାକୁ ଆସିଥିଲା। ଏଥିରେ ଦୁଇ ଗ୍ୟାଲେରୀରେ ପାଖାପାଖି ୫,୦୦୦ରୁ ଅଧିକ ଦର୍ଶକଙ୍କ ଉପସ୍ଥିତ ଦେଖିବାକୁ ମିଳିଥିଲା। ପରେ ଅପରାହ୍ନ ୫ଟାରେ ଭାରତୀୟ ଦଳ ଅଭ୍ୟାସ କରିବାକୁ ଆସିଥିଲା। ଭାରତୀୟ ଦଳର ଅଭ୍ୟାସ ଦେଖିବା ଲାଗି ଷ୍ଟାଡ଼ିୟମରେ ପାଖାପାଖି ୧୫ ହଜାରରୁ ଉଦ୍ଧର୍‌ବ ଦର୍ଶକଙ୍କ ଉପସ୍ଥିତି ରହିଥିଲେ। ଉଭୟ ଗ୍ୟାଲେରୀରେ ଦର୍ଶକ ଭାରତୀୟ ଖେଳାଳି ଅଭ୍ୟାସ କରିବା ସମୟରେ ତାଳି ଓ ସ୍ଲୋଗାନ ଦେଇ ଉତ୍ସାହିତ କରିଥିଲେ। ଫଳରେ ଅଭ୍ୟାସ ମ୍ୟାଚ୍‌ରେ ବି ମ୍ୟାଚର ଭ୍ରମ ସୃଷ୍ଟି କରିଥିଲା। ଅଭ୍ୟାସ ମ୍ୟାଚରେ ଏତେ ସଂଖ୍ୟକ ଦର୍ଶକଙ୍କୁ ଦେଖି ବିସିସିଆଇ ପ୍ରଶଂସା କରିଛି। ବିସିସିଆଇ ଟୁଇଟ୍‌ କରି ଅଭ୍ୟାସ ମ୍ୟାଚର କିଛି ଫଟୋ ଶେୟାର କରି କ୍ରିକେଟପ୍ରେମୀଙ୍କ ଏଭଳି ଉତ୍ସାହ ପ୍ରଶଂସନୀୟ ବୋଲି କହିଛି।

Share