ସିସିଟିଭିରୁ ଚିହ୍ନଟ ହେଲା କଟକ ବିଶୃଙ୍ଖଳାର ମାଷ୍ଟରମାଇଣ୍ଡ: ଆକ୍ସନ ମୋଡ୍‌ରେ ପୋଲିସ

କଟକ,୫।୧୦: ଦଶହରା ଭସାଣି ସମୟରେ ଶୁକ୍ରବାର ରାତିରେ ଘଟିଥିବା ଗଣ୍ଡଗୋଳରୁ କଟକ ସହର ଅଶାନ୍ତ ହୋଇପଡ଼ିଛି। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନଁା ଧରୁନାହିଁ। ଏପଟେ କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ ହୋଇଛି। ଆଇନ ଶୃଙ୍ଖଳା ADG ସଂଜୟ କୁମାରଙ୍କ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କଟକ ସହରରେ ଶାନ୍ତି ବଜାୟ ରଖିବାକୁ ପୋଲିସର ଅପିଲ କରାଯାଇଛି। ସଚେତନ ହୋଇ ଘର ଭିତରେ ରହିବାକୁ ବିଶେଷ ପରାମର୍ଶ ଦିଆଯାଇଛି।

ଗଣ୍ଡଗୋଳରେ ସାମିଲ ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି। ଲୋକମାନେ ପୋଲିସ ପ୍ରଶାସନ ଉପରେ ବିଦ୍ରୋହୀ ହୋଇଉଠିଛନ୍ତି। ସେମାନଙ୍କ ଅସନ୍ତୋଷର ପ୍ରତିଫଳନ ରବିବାର ଦରଘାବଜାର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସେମାନେ ପୋଲିସ ଉପସ୍ଥିତିରେ କେତେକ ଦୋକାନ ଓ ଗାଡ଼ି ଭଙ୍ଗାରୁଜା କରିବା ସହ ରାସ୍ତାରେ ଜଳାପୋଡ଼ା କରିଛନ୍ତି। ଏହି ସମୟରେ ପୋଲିସ୍‌ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି। ଏଥିରେ ୨୫ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଦରଘାବଜାର ଅଞ୍ଚଳକୁ ପୋଲିସ ସିଲ୍‌ କରିଦେଇଛି। ଅପରପକ୍ଷରେ ସୋମବାର ବିଶ୍ୱ ହିନ୍ଦୁ ପରିଷଦ କଟକ ବନ୍ଦ ଡାକରା ଦେଇଛି। ରିପୋର୍ଟ ପ୍ରସ୍ତୁତି ବେଳକୁ ଅର୍ଥାତ୍‌ ରବିବାର ରାତି ୯ଟା ସମୟରେ ସହରରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାବେଳେ କୌଣସି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟିପାରେ ବୋଲି ପୋଲିସ ଆଶଙ୍କା କରୁଛି। ତେଣୁ ଦରଘାବଜାର, ମଙ୍ଗଳାବାଗ, ଲାଲବାଗ, ବିଡ଼ାନାସୀ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ମାଲଗୋଦାମ, ବାଦାମବାଡ଼ି, ସିଡିଏ ଫେଜ୍‌୨, ଜଗତ୍‌ପୁର, ବୟାଳିଶୀ ମୌଜା, ମର୍କତନଗର ଏବଂ ସଦର ଥାନା ଅଞ୍ଚଳରେ ମଙ୍ଗଳବାର ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି। ଏହି ସମୟରେ ସରକାରୀ କାର୍ଯ୍ୟାଳୟ, ଅତ୍ୟାବଶ୍ୟକ ଜରୁରୀସେବା ଚାଲୁ ରହିବ। ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନାହିଁ। ଉପଦ୍ରବ କରିବାମାତ୍ରେ ବଳପ୍ରୟୋଗ କରାଯିବ। ଆବଶ୍ୟକସ୍ଥଳେ କର୍ଫ୍ୟୁ ସମୟକୁ ବୃଦ୍ଧି କରାଯାଇପାରେ ବୋଲି କମିଶନର ଏସ୍‌.ଦେବଦତ୍ତ ସିଂ କହିଛନ୍ତି। ଗଣ୍ଡଗୋଳ ଅଞ୍ଚଳ ଦରଘାବଜାର ସମେତ ଅନ୍ୟାନ୍ୟ ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ ହେବା ସହ ପୋଲିସର ଫ୍ଲାଗମାର୍ଚ୍ଚ ଜାରି ରହିଛି। ସୋସିଆଲ ମିଡିଆରେ ଯେପରି କୌଣସି ଉତ୍ତେଜନାମୂଳକ ବାର୍ତ୍ତା ପ୍ରସାରିତ ନ ହୁଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି।
ସୂଚନାନୁସାରେ, ଦରଘାବଜାର ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଭସାଣି ଶୋଭାଯାତ୍ରା ଯାଉଥିବା ବେଳେ ଜୟଶ୍ରୀ ରାମ ଧ୍ୱନି ଦିଆଯାଇଥିଲା। ଏହାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇ ଢେଲାପଥର, କାଚବୋତଲ ମାଡ଼ କରାଯାଇଥିଲା। ଏଥିରେ ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ଓ ରାଉସାପାଟଣା ପୂଜା କମିଟି ସଦସ୍ୟଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ସେଥିମଧ୍ୟରୁ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ମଧ୍ୟ ଆହତ ହୋଇଥିଲେ। ସ୍ଥିତି ଅଣାୟତ୍ତ ହେବାରୁ କମିଶନରେଟ ପୋଲିସ ପକ୍ଷରୁ ବିଏନ୍‌ଏସ୍‌ଏସ୍‌ର ୧୬୩ ଧାରା ଜାରି କରାଯିବା ସହ ଲାଠିଚାର୍ଜ କରାଯାଇଥିଲା। ଉତ୍ତେଜନା ଯୋଗୁ ପ୍ରାୟ ୩ଘଣ୍ଟାରୁ ଅଧିକ ସମୟ ଧରି ଭସାଣି ଯାତ୍ରା ବନ୍ଦ କରାଯାଇଥିଲା। ରାଉସାପାଟଣା ପୂଜା କମିଟିର ସଦସ୍ୟମାନେ ଧାରଣାରେ ବସିଥିଲେ ଏବଂ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ସମସ୍ତ ମେଢ଼ ରାସ୍ତାରେ ଅଟକି ରହିଥିଲା। ପରେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ, ଅତିରିକ୍ତ ସିପି ନରସିଂହ ଭୋଳ, କଟକ ଡିସିପି ଖିଲାରୀ, ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, କଟକ ମହାନଗର ଶାନ୍ତି କମିଟି ସଭାପତି ଓ ସମ୍ପାଦକ ପହଞ୍ଚି ବୁଝାଶୁଝା କରିବାରୁ ଶନିବାର ସକାଳ ପ୍ରାୟ ୫ଟା ୩୦ରେ ମେଢ଼ ଦେବୀଗଡ଼ା ଅଭିମୁଖେ ଯାଇଥିଲା। ଏହି ଘଟଣାରେ ସାମିଲ ଥିବା ୬ ଜଣକୁ ପୋଲିସ ଗିରଫ କରିଥିଲା। ତେବେ ଏହି ଘଟଣାକୁ ନେଇ କଟକ ଭାଇଚାରା ବଜାୟ ରଖିବା ପାଇଁ ଭାଜପା, ବିଜେଡି, କଂଗ୍ରେସ ସ୍ବର ଏକତ୍ର କରିଛନ୍ତି। ସେହିପରି ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ମଧ୍ୟ ଶାନ୍ତି ବଜାୟ ରଖିବା ଉପରେ ଜୋର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri