ସିସିଟିଭିରୁ ଚିହ୍ନଟ ହେଲା କଟକ ବିଶୃଙ୍ଖଳାର ମାଷ୍ଟରମାଇଣ୍ଡ: ଆକ୍ସନ ମୋଡ୍‌ରେ ପୋଲିସ

କଟକ,୫।୧୦: ଦଶହରା ଭସାଣି ସମୟରେ ଶୁକ୍ରବାର ରାତିରେ ଘଟିଥିବା ଗଣ୍ଡଗୋଳରୁ କଟକ ସହର ଅଶାନ୍ତ ହୋଇପଡ଼ିଛି। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନଁା ଧରୁନାହିଁ। ଏପଟେ କଟକ ସହରର ବିଶୃଙ୍ଖଳାକାରୀ ସିସିଟିଭିରୁ ଚିହ୍ନଟ ହୋଇଛି। ଆଇନ ଶୃଙ୍ଖଳା ADG ସଂଜୟ କୁମାରଙ୍କ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କଟକ ସହରରେ ଶାନ୍ତି ବଜାୟ ରଖିବାକୁ ପୋଲିସର ଅପିଲ କରାଯାଇଛି। ସଚେତନ ହୋଇ ଘର ଭିତରେ ରହିବାକୁ ବିଶେଷ ପରାମର୍ଶ ଦିଆଯାଇଛି।

ଗଣ୍ଡଗୋଳରେ ସାମିଲ ଉଭୟ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି। ଲୋକମାନେ ପୋଲିସ ପ୍ରଶାସନ ଉପରେ ବିଦ୍ରୋହୀ ହୋଇଉଠିଛନ୍ତି। ସେମାନଙ୍କ ଅସନ୍ତୋଷର ପ୍ରତିଫଳନ ରବିବାର ଦରଘାବଜାର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସେମାନେ ପୋଲିସ ଉପସ୍ଥିତିରେ କେତେକ ଦୋକାନ ଓ ଗାଡ଼ି ଭଙ୍ଗାରୁଜା କରିବା ସହ ରାସ୍ତାରେ ଜଳାପୋଡ଼ା କରିଛନ୍ତି। ଏହି ସମୟରେ ପୋଲିସ୍‌ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି। ଏଥିରେ ୨୫ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଦରଘାବଜାର ଅଞ୍ଚଳକୁ ପୋଲିସ ସିଲ୍‌ କରିଦେଇଛି। ଅପରପକ୍ଷରେ ସୋମବାର ବିଶ୍ୱ ହିନ୍ଦୁ ପରିଷଦ କଟକ ବନ୍ଦ ଡାକରା ଦେଇଛି। ରିପୋର୍ଟ ପ୍ରସ୍ତୁତି ବେଳକୁ ଅର୍ଥାତ୍‌ ରବିବାର ରାତି ୯ଟା ସମୟରେ ସହରରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାବେଳେ କୌଣସି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟିପାରେ ବୋଲି ପୋଲିସ ଆଶଙ୍କା କରୁଛି। ତେଣୁ ଦରଘାବଜାର, ମଙ୍ଗଳାବାଗ, ଲାଲବାଗ, ବିଡ଼ାନାସୀ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ମାଲଗୋଦାମ, ବାଦାମବାଡ଼ି, ସିଡିଏ ଫେଜ୍‌୨, ଜଗତ୍‌ପୁର, ବୟାଳିଶୀ ମୌଜା, ମର୍କତନଗର ଏବଂ ସଦର ଥାନା ଅଞ୍ଚଳରେ ମଙ୍ଗଳବାର ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି। ଏହି ସମୟରେ ସରକାରୀ କାର୍ଯ୍ୟାଳୟ, ଅତ୍ୟାବଶ୍ୟକ ଜରୁରୀସେବା ଚାଲୁ ରହିବ। ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନାହିଁ। ଉପଦ୍ରବ କରିବାମାତ୍ରେ ବଳପ୍ରୟୋଗ କରାଯିବ। ଆବଶ୍ୟକସ୍ଥଳେ କର୍ଫ୍ୟୁ ସମୟକୁ ବୃଦ୍ଧି କରାଯାଇପାରେ ବୋଲି କମିଶନର ଏସ୍‌.ଦେବଦତ୍ତ ସିଂ କହିଛନ୍ତି। ଗଣ୍ଡଗୋଳ ଅଞ୍ଚଳ ଦରଘାବଜାର ସମେତ ଅନ୍ୟାନ୍ୟ ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ ହେବା ସହ ପୋଲିସର ଫ୍ଲାଗମାର୍ଚ୍ଚ ଜାରି ରହିଛି। ସୋସିଆଲ ମିଡିଆରେ ଯେପରି କୌଣସି ଉତ୍ତେଜନାମୂଳକ ବାର୍ତ୍ତା ପ୍ରସାରିତ ନ ହୁଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି।
ସୂଚନାନୁସାରେ, ଦରଘାବଜାର ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଭସାଣି ଶୋଭାଯାତ୍ରା ଯାଉଥିବା ବେଳେ ଜୟଶ୍ରୀ ରାମ ଧ୍ୱନି ଦିଆଯାଇଥିଲା। ଏହାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇ ଢେଲାପଥର, କାଚବୋତଲ ମାଡ଼ କରାଯାଇଥିଲା। ଏଥିରେ ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ଓ ରାଉସାପାଟଣା ପୂଜା କମିଟି ସଦସ୍ୟଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ସେଥିମଧ୍ୟରୁ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ମଧ୍ୟ ଆହତ ହୋଇଥିଲେ। ସ୍ଥିତି ଅଣାୟତ୍ତ ହେବାରୁ କମିଶନରେଟ ପୋଲିସ ପକ୍ଷରୁ ବିଏନ୍‌ଏସ୍‌ଏସ୍‌ର ୧୬୩ ଧାରା ଜାରି କରାଯିବା ସହ ଲାଠିଚାର୍ଜ କରାଯାଇଥିଲା। ଉତ୍ତେଜନା ଯୋଗୁ ପ୍ରାୟ ୩ଘଣ୍ଟାରୁ ଅଧିକ ସମୟ ଧରି ଭସାଣି ଯାତ୍ରା ବନ୍ଦ କରାଯାଇଥିଲା। ରାଉସାପାଟଣା ପୂଜା କମିଟିର ସଦସ୍ୟମାନେ ଧାରଣାରେ ବସିଥିଲେ ଏବଂ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ସମସ୍ତ ମେଢ଼ ରାସ୍ତାରେ ଅଟକି ରହିଥିଲା। ପରେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ, ଅତିରିକ୍ତ ସିପି ନରସିଂହ ଭୋଳ, କଟକ ଡିସିପି ଖିଲାରୀ, ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, କଟକ ମହାନଗର ଶାନ୍ତି କମିଟି ସଭାପତି ଓ ସମ୍ପାଦକ ପହଞ୍ଚି ବୁଝାଶୁଝା କରିବାରୁ ଶନିବାର ସକାଳ ପ୍ରାୟ ୫ଟା ୩୦ରେ ମେଢ଼ ଦେବୀଗଡ଼ା ଅଭିମୁଖେ ଯାଇଥିଲା। ଏହି ଘଟଣାରେ ସାମିଲ ଥିବା ୬ ଜଣକୁ ପୋଲିସ ଗିରଫ କରିଥିଲା। ତେବେ ଏହି ଘଟଣାକୁ ନେଇ କଟକ ଭାଇଚାରା ବଜାୟ ରଖିବା ପାଇଁ ଭାଜପା, ବିଜେଡି, କଂଗ୍ରେସ ସ୍ବର ଏକତ୍ର କରିଛନ୍ତି। ସେହିପରି ପ୍ରଶାସନଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ମଧ୍ୟ ଶାନ୍ତି ବଜାୟ ରଖିବା ଉପରେ ଜୋର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri