Categories: ବାଣିଜ୍ୟ

ଲକ୍ଷାଧିକ ଚାଷୀଙ୍କୁ ସହାୟତା କରିଛି ମାଷ୍ଟରକାର୍ଡ

ନୂଆଦିଲ୍ଲୀ,୧୩।୧:ମାଷ୍ଟରକାର୍ଡ ନିକଟରେ ଏକ ବିରଳ ରେକର୍ଡ ହାସଲ କରିବାରେ ସକ୍ଷମ ହୋଇଛି। ବିଶେଷକରି କମ୍ପାନୀ ଭାରତରେ ନିଜର ବିସ୍ତୃତ ଗ୍ରାମାଞ୍ଚଳ ଓ କୃଷି ଡିଜିଟାଲୀକରଣ ସମାଧାନ, ଫାର୍ମ ପାସ୍‌ ମାଧ୍ୟମରେ ଏକ ମିଲିୟନରୁ ଅଧିକ କ୍ଷୁଦ୍ରଚାଷୀଙ୍କୁ ଲାଭାନ୍ବିତ କରିବାର ମାଇଲଖୁଣ୍ଟ ଅତିକ୍ରମ କରିଛି। ଏପରିକି ଫାର୍ମ ପାସ୍‌ର ବ୍ୟବହାର କରି ମାଷ୍ଟରକାର୍ଡ ୨୦୨୨ରେ ପ୍ରାୟ ୧୮୦ କୋଟି ଟଙ୍କାର କୃଷି ଉପତ୍ାଦ ବିକ୍ରି କରାଇଛି। ସେହିଭଳି ଲରେନ୍ସଡେଲ୍‌ ଆଗ୍ରୋ ପ୍ରୋସେସିଂ ଇଣ୍ଡିଆ (ଏଲ୍‌ଇଏଏଫ୍‌) ଓ ବେସିକ୍ସ ସୋସିଆଲ ଏଣ୍ଟରପ୍ରାଇଜ୍‌ ଗ୍ରୁପ୍‌ ସହ କମ୍ପାନୀ କାର୍ଯ୍ୟ କରୁଛି। ଏହି ପେମେଣ୍ଟସ୍‌ ଟେକ୍ନୋଲୋଜି ଫାର୍ମ ୨୦୨୫ ସୁଦ୍ଧା ୧୦ମିଲିୟନ କୃଷକଙ୍କୁ କଭର କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏ ସମ୍ପର୍କରେ ମାଷ୍ଟରକାର୍ଡର ହ୍ୟୁମାନିଟାରିଆନ୍‌ ଆଣ୍ଡ ଡେଭ୍‌ଲପ୍‌ମେଣ୍ଟ ବିଭାଗର କାର୍ଯ୍ୟକାରୀ ଉପାଧ୍ୟକ୍ଷ ତାରା ନାଥନ୍‌ କହିଛନ୍ତି, କମ୍ୟୁନିଟି ପାସ୍‌କୁ୍‌ ବିଶେଷ ଭାବେ ଡିଜାଇନ କରାଯାଇଛି। ବିଶେଷକରି କ୍ଷୁଦ୍ରଚାଷୀମାନଙ୍କୁ ଅଧିକ ଓ ଶୀଘ୍ର ଅର୍ଥ ପ୍ରଦାନ କରିବାରେ ସାହାଯ୍ୟ କରିବା ପାଇଁ ଏହା ଡିଜାଇନ୍‌ କରାଯାଇଛି, ଯାହା ଫାର୍ମ ପାସ୍‌କୁ ଅନ୍ତର୍ଭୁକ୍ତ କରିଥାଏ। ଏପରିକି ମାଷ୍ଟରକାର୍ଡ ଗତ ବର୍ଷ ଏକ ମିଲିୟନରୁ ଅଧିକ ଚାଷୀଙ୍କୁ ସହଯୋଗ କରି ଗର୍ବିତ ମନେ କରୁଛି। ଭାରତ ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସୁନିଶ୍ଚିତ କରିବା ଓ କୃଷକଙ୍କ ଆୟ ୨ଗୁଣ କରିବା ଲକ୍ଷ୍ୟ ସହ ଜଡିତ ରହିଛି, କମ୍ୟୁନିଟି ପାସ୍‌ କ୍ଷୁଦ୍ରଚାଷୀମାନେ ନିର୍ଭରଯୋଗ୍ୟ ବଜାର ଓ ଆର୍ଥିକ ସେବା ହାସଲ କରିବା ପାଇଁ ଚେଷ୍ଟା କରିବା ସମୟରେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକଗୁଡିକୁ ଦୂର କରୁଛି।

Share