ନୂଆ ଲୋକସେବା ଭବନ, ବିଧାନସଭା ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ, ଖର୍ଚ୍ଚ ହେବ ଏତିକି କୋଟି…

ଭୁବନେଶ୍ୱର,୧୨ା୧: ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୋଟିଏ ସ୍ଥାନରେ ଲୋକସେବା ଭବନ ଓ ନୂଆ ବିଧାନସଭା ରହିବ। ୭୧ ଏକର ଜମିରେ ଏହା ନିର୍ମାଣ ହେବାକୁ ଥିବାବେଳେ ଏଥିନିମନ୍ତେ ୩୬୨୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ମାଷ୍ଟରପ୍ଲାନ୍‌ ଅନୁମୋଦନ ହୋଇଛି। ଲୋକସେବା ଭବନରେ ଭୂତଳ ପାର୍କିଂ ବି କରାଯିବ।

ବେସମେଣ୍ଟରେ ତଳକୁ ତଳ ତିନି ମହଲା ସ୍ମାର୍ଟ ପାର୍କିଂ ବ୍ୟବସ୍ଥାରେ ୫୭୩ କାର୍ ରହିବ । ଡ୍ରାଇଭର ଓ ଗାଡ଼ି ନଂ ପ୍ଲେଟ୍ ଚିହ୍ନିବ ଏଆଇ । ଏଥିପାଇଁ ବଡ଼ ପ୍ରକଳ୍ପ ହାତକୁ ନେବେ ସରକାର । ଏହି ବିଶାଳ ପ୍ରକଳ୍ପ ପାଇଁ ସରକାର ପ୍ରାୟ ୧୦୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଗାଡ଼ି ପାର୍କିଂ ସମସ୍ୟାର ସ୍ଥାୟୀ ସମାଧାନ ସହ ସୁରକ୍ଷା ବ୍ୟବସ୍ଥାକୁ ଏହା ଆହୁରି ସୁଦୃଢ଼ କରିବ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌…

ଭୁବନେଶ୍ୱର,୨୭ା୨: ମାଓବାଦୀଙ୍କୁ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ କଡ଼ା ଚେତାବନୀ ଦେଇଛନ୍ତି। ଡିଜିପି କହିଛନ୍ତି, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌ ପରିଣାମ ଭୋଗିବ। ଏସ୍‌ଓଜି…

CBIର ମଦ ଦୁର୍ନୀତି ମାମଲା: ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆ ଦୋଷମୁକ୍ତ, ଆଲିଙ୍ଗନ କରି କାନ୍ଦିଲେ

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି…

ଆଫଗାନିସ୍ତାନର ଆକ୍ରମଣରେ ବିଚଳିତ ହେଲାଣି ପାକିସ୍ତାନ! ଭାରତ ଉପରେ ଆଣୁଛି ବଡ଼ ଅଭିଯୋଗ

ଇସଲାମାବାଦ,୨୭।୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହୋଇଛି। ପାକିସ୍ତାନର ବିମାନ ଆକ୍ରମଣର ପ୍ରତିଶୋଧ ନେଇ ଆଫଗାନିସ୍ତାନ ଏହି ଆକ୍ରମଣ କରିଛି।…

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଯଦି ବର୍ଷା ଯୋଗୁ ହୁଏ ବାତିଲ: ସେମିଫାଇନାଲକୁ ଯିବ କିଏ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ

ନୂଆଦିଲ୍ଲୀ,୨୭।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଏବେ କର ବା ମର ପ୍ରତିଯୋଗିତାରେ ପରିଣତ ହୋଇଛି। ୧…

‘ମୁଁ ଦାଢିଥିବା ଲୋକଙ୍କୁ ଭୟକରେ’, କାହିଁକି ଏମିତି କହିଲେ ପୂର୍ବତନ ଉପ ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୭।୨: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖର ବୁଧବାର (୨୫ ଫେବୃଆରୀ) ତାଙ୍କ ଗୃହରାଜ୍ୟ ରାଜସ୍ଥାନର ଚୁରୁ ଜିଲାରେ ପହଞ୍ଚିଥିଲେ। ସେ ପୂର୍ବତନ ଏମପି ରାମ ସିଂହ କାସୱା…

କାମ ନ କରି ମଜୁରୀ ହଡ଼ପ କରୁଛନ୍ତି ଶ୍ରମିକ: ଆସିଲା ସାଂଘାତିକ ଅଭିଯୋଗ

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ଗାଁରେ ଶ୍ରମିକ ବର୍ଗର ଲୋକଙ୍କୁ କାମ ଯୋଗାଇବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କାର୍ଯ୍ୟକାରୀ…

ବିଧାୟକଙ୍କୁ ନବୀନ ନିବାସ ଡକରା, ଅପରାହ୍ନ ୫ଟାରେ ବଡ଼ ବୈଠକ

ଭୁବନେଶ୍ବର,୨୭।୨: ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏନେଇ ସମସ୍ତ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଛି । ରାଜ୍ୟ ସଭା ନିର୍ବାଚନକୁ…

ଆସନ୍ତା ୭ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ, ୩ଦିନରେ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୭ା୨ (ବନ୍ଦନା ସେଠୀ): ରାଜ୍ୟରେ ବୃଦ୍ଧି ପାଇବ ଦିନ ଓ ରାତି ତାପମାତ୍ରା। ଆସନ୍ତା ୩ଦିନ ମଧ୍ୟରେ ସର୍ବାଧିକ ବା ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri