ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍ଏସି କର୍ମଚାରୀ ମିଳିତ ଚଢାଉ କରିଛନ୍ତି।
ଚଢାଉ ବେଳେ ନିମ୍ନମାନର ଖାଦ୍ୟ ଜଣାପଡିବାରୁ ଅଧିକାରୀମାନେ ୬ ହୋଟେଲରୁ ୪୯୦୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଏହାସହ ଆଗାମୀ ଦିନରେ ଏଭଳି ସ୍ଥିତି ଦେଖାଦେଲେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ ବୋଲି ସମ୍ପୃକ୍ତ ଦୋକାନୀମାନଙ୍କୁ ଚେତାବନୀ ଦିଆଯାଇଥିଲା।

