ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।
ଘଟଣା ସ୍ଥଳରେ ନୂଆଗାଁ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି । ସେ ହେଲେ ଭଞ୍ଜନଗର ଗେରେଡା ଗ୍ରାମର ଅମିତ ସେଠି(୧୫)। ଅନ୍ୟ ୫ଜଣ ଆହତ ହେଲେ କୋରଡ଼ା ଗ୍ରାମର ବାପୁନି ନାହାକ(୪୦), ମିନାଗାଡିଆ ଗାଁର ମନୋଜ ନାୟକ(୩୮), ବାପି ନାୟକ(୩୫), ବେଆଇନ ବାଣ କାରଖାନା ମାଲିକ ହଡିବନ୍ଧୁ ସେଠି(୬୦) ଏବଂ ନବ ସେଠି (୩୫)।
ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳରେ ଗଚ୍ଛିତ ଥିବା ବାଣ ଏବଂ ବାଣ ତିଆରି ସାମଗ୍ରୀ ନଷ୍ଟ କରିଦିଆଯାଇଛି। ନୂଆଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ଏବଂ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ୭ ତାରିଖରେ ହେବାକୁ ଥିବା ଲଙ୍କାପୋଡ଼ି ଉତ୍ସବ ପାଇଁ ବାଣ ଭିଡ଼ିବା ବେଳେ ଏହି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଛି।

