Categories: ଖେଳ

ମେରି କମ୍‌ଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୧୮।୧୧: ୬ ଥର ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନ ତଥା ଅଲିମ୍ପିକ ବିଜେତା ଏମ୍‌ସି ମେରି କମ୍‌ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ଆଥେଲେଟ୍ସ କମିଶନର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଟେବୁଲ ଟେନିସ ତାରକା ଶରତ କମଲ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଆଇଓଏର କାର୍ଯ୍ୟନିର୍ବାହୀ ପରିଷଦକୁ ଅଲମ୍ପିଆନ ପିଭି ସିନ୍ଧୁ ଏବଂ ଗଗନ ନାରଙ୍ଗଙ୍କୁ ମନୋନୀତ କରାଯାଇଛି।

ଏପରି କି ଆଇଓଏର ସାଧାରଣ ପରିଷଦ ପାଇଁ ୮ଜଣଙ୍କୁ ବାଛିବା ନେଇ କମିଶନର ଦାୟିତ୍ୱ ଦିଆଯାଇଛି। ମେରିଟ ଆଧାରରେ ଏହା ଚୟନ କରାଯିବ।

Share