ମାରୁତି ସୁଜୁକିର ନ୍ୟୁ ସୁପର କ୍ୟାରି

ନୂଆଦିଲ୍ଲୀ,୨୬।୪: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ୍‌)ର ଅପ୍‌ଗ୍ରେଡେଡ୍‌ ହାଲୁକା କମର୍ସିଆଲ ଭେଇକିଲ ନ୍ୟୁ ସୁପର କ୍ୟାରିର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏଥିରେ ମାରୁତି ସୁଜୁକିର ଆଧୁନିକ ୧.୨ ଏଲ୍‌, କେ-ସିରିଜ ଡୁଆଲ ଜେଟ୍‌, ଡୁଆଲ ଭିଭିଟି ଇଞ୍ଜିନ ଆଦି ସାମିଲ ରହିଛି। ଏପରିକି ମାରୁତି ସୁଜୁକିର ସୁପର କ୍ୟାରି ମିନି ଟ୍ରକ୍‌ରେ ଏକ ୪-ସିଲିଣ୍ଡର ଇଞ୍ଜିନ ରହିଛି, ଯାହା ଏହାର ପେଟ୍ରୋଲ ମଡେଲରେ ୬୦୦୦ ଆର୍‌ପିଏମ୍‌ରେ ୫୯.୪ କେଡବ୍ଲ୍ୟୁ (୮୦.୭ପିଏସ୍‌)ର ସର୍ବାଧିକ ଶକ୍ତି ଏବଂ ୨୯୦୦ ଆର୍‌ପିଏମ୍‌ରେ ୧୦୪.୪ଏନ୍‌ଏମ୍‌ର ସର୍ବାଧିକ ଟର୍କ ପ୍ରଦାନ କରୁଛି ା
ଏ ସମ୍ପର୍କରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର ମାର୍କେଟିଂ ଏବଂ ସେଲ୍‌ସ ବିଭାଗର ସିନିୟର ଏକ୍ଜିକ୍ୟୁଟିଭ ଡାଇରେକ୍ଟର ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, ମାରୁତି ସୁଜୁକି ସର୍ବଦା ଏଭଳି ଏକ ଉପତ୍ାଦ ପ୍ରଦାନକରେ ଯାହା ଗ୍ରାହକଙ୍କ ଆଶାଠାରୁ ଅଧିକ। ସୁପର କ୍ୟାରିକୁ ଭାରତୀୟ ମିନି ଟ୍ରକ୍‌ ଗ୍ରାହକଙ୍କର ସ୍ବତନ୍ତ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହାକୁ କମର୍ସିଆଲ ଭେଇକିଲ ସେଗ୍‌ମେଣ୍ଟରେ ସମସ୍ତ ଗ୍ରାହକ ପସନ୍ଦ କରିଛନ୍ତି। ୨୦୧୬ରେ ଶୁଭାରମ୍ଭ ପରଠାରୁ ଏ ପଯର୍‌ୟନ୍ତ ୧.୫ ଲକ୍ଷରୁ ଅଧିକ ୟୁନିଟ୍‌ ବିକ୍ରି ହୋଇସାରିଛି।
ଅପରପକ୍ଷରେ ସୁପର କ୍ୟାରିର ଶୁଭାରମ୍ଭ ସହ ମାରୁତି ସୁଜୁକି ମଧ୍ୟ ନୂଆ ସିଏନ୍‌ଜି କ୍ୟାବ୍‌ ଚେସିସ୍‌ ଭାରିଆଣ୍ଟର ଶୁଭାରମ୍ଭ କରିଛି, ଯାହାର ଏକ୍ସ-ଶୋ ରୁମ୍‌ ମୂଲ୍ୟ ୬,୧୫,୫୦୦ଟଙ୍କା ରହିଛି। ଉକ୍ତ ମିନିଟ୍ରକ୍‌ ମଧ୍ୟ ସିଏନ୍‌ଜି ଡେକ୍‌, ଗ୍ୟାସୋଲିନ ଡେକ୍‌ ଓ ଗ୍ୟାସୋଲିନ କ୍ୟାବ୍‌ ଚେସିସ୍‌ ଭାରିଆଣ୍ଟରେ ଉପଲବ୍ଧ। ଏହାର ଏକ୍ସ-ଶୋ’ରୁମ୍‌ ମୂଲ୍ୟ ଯଥାକ୍ରମେ ୬,୩୦,୫୦୦ ଟଙ୍କା, ୫,୩୦,୫୦୦ ଟଙ୍କା ଏବଂ ୫,୧୫,୫୦୦ ଟଙ୍କା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri