Categories: ବାଣିଜ୍ୟ

ଡିଜେଲ କାର୍‌ ତିଆରି ବନ୍ଦ କରିବ ମାରୁତି ସୁଜୁକି

ନୂଆଦିଲ୍ଲୀ,୨୨।୧୧: ମାରୁତି ସୁଜୁକି ଇଣ୍ଡିଆ ଡିଜେଲ କାର ପ୍ରସ୍ତୁତିକୁ ବନ୍ଦ କରିବାକୁ ଯାଉଛି। ୨୦୨୩ରେ ପରବର୍ତ୍ତୀ ପର୍ଯ୍ୟାୟ ନୂଆ ନିର୍ଗମନ ନିୟମ ଲାଗୁ ହେବାକୁ ଯାଉଥିବା ବେଳେ ଡିଜେଲ ବର୍ଗରେ ଯାନ ବିକ୍ରି ହ୍ରାସ ଘଟିବ। ଏହି ଯାନଗୁଡିକ ମହଙ୍ଗା ହେବାକୁ ଯାଉଥିବାରୁ ବଜାର ଚାହିଦା ଉପରେ ଏହାର ପ୍ରଭବା ପଡ଼ିବ। ଫଳରେ ବିକ୍ରି ଉପରେ ଏହାର ପ୍ରଭାବ ଦେଖାଯିବ। କମ୍ପାନୀ ଧୀରେ ଧୀରେ ପେଟ୍ରୋଲ କାର ବିକ୍ରି ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା କହିଛି। ଆମାମୀ ଦିନରେ ଡିଜେଲ ବର୍ଗରେ ଆଉ ରହିବୁ ନାହିଁ ବୋଲି କମ୍ପାନୀର ମୁଖ୍ୟ ଟେକ୍ନିକାଲ ଅଧିକାରୀ ସି.ଭି.ରମନ କହିଛନ୍ତି। ଯଦି ଚାହିଦା ରହେ ତେବେ ଏ କ୍ଷେତ୍ରରେ କିଛିଟା ଚିନ୍ତା କରାଯାଇପାରେ। ନଚେତ ଡିଜେଲ ବର୍ଗକୁ ଛାଡିବା ଯୋଜନା ନେଇ କମ୍ପାନୀ ଅଗ୍ରସର ହେଉଛି।

Share